Dr Dibyasree – କେଉଁ ବୟସରେ ପୁରୁଷ ଓ ମହିଳାଙ୍କ ଶୁକ୍ରାଣୁ ଓ ଅଣ୍ଡା ସଂଖ୍ୟା କମିବା ଆରମ୍ଭ କରେ ?

ତେବେ ଆପଣ ମାନେ ସମସ୍ତେ ଜାଣିଥିଲେ ମଣିଷ ଜନ୍ମ ହୋଇ ବଡ଼ ହେବା ପରେ ସମସ୍ତେ ଚାହିଁଥାନ୍ତି କି ନିଜ ଭଳି ଗୋଟିଏ ଜେନେରେସନ କୁ ସୃଷ୍ଟି କରିବା ପାଇଁ । ଆଉ ବାପା ଆଉ ମା ହେବା ପାଇଁ ।ତେବେ ଗୋଟିଏ ନାରୀ ଜୀବନ ସେତେବେଳେ ସାର୍ଥକ୍ୟ ହୋଇଥାଏ ଯେତେବେଳେ ସେ ମାତୃତ୍ୱ ପ୍ରାପ୍ତ କରିଥାଏ ।ତେବେ ଆଜି କାଲି ମହିଳା ମାନଙ୍କର ଗର୍ଭ ଧରଣ ରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଯାଉଛି । ଆଉ ତାହାର କାରଣ କେବଳ ମହିଳା ନୁହନ୍ତି ପୁରୁଷ ମାନେ ମଧ୍ୟ ଦାୟୀ । ତାହା ସହିତ ଶୂକ୍ରାଣୁ ଜନିତ ଅସୁବିଧା ମଧ୍ୟ ଅନେକ ସମୟରେ ଦେଝିବାକୁ ମିଳୁଛି ଆଉ ଯେଉଁଥିପାଇଁ ଗର୍ଭବତୀ ହେଇ ପାରୁ ନାହାନ୍ତି ମହିଳା ମାନେ ।

ଗର୍ଭବତୀ ହେବାର ସମସ୍ୟା କାହିଁକି ଦେଖା ଯାଇଥାଏ –

ଆମେ ଜାଣିଛୁ କି ପୁରୁଷ ଓ ମହିଳା ମାନଙ୍କର ଡିମ୍ବାଣୁ ଓ ଶୂକ୍ରାଣୁ ର ମିଳନ ଘଟିଲେ ନୂଆ କୋଷ ଜାତ ହୁଏ ।ତେବେ ଶୂକ୍ରାଣୁ ରେ ଅଣ୍ଡା ର ପରିମାଣ ଯଦି କମିବ ତେବେ ଗର୍ଭବତୀ ହେବାରେ ସମସ୍ୟା ଦେଖା ଯାଇଥାଏ । ତେବେ ଏହାର ନିର୍ଦିଷ୍ଟ ସମୟ ମଧ୍ୟ ରହିଛି ଉଭୟ ପୁରୁଷ ଆଉ ମହିଳା ମାନଙ୍କର ସେ ବିଷୟରେ ଜାଣିବା ।

କେତେ ବୟସରେ ଉଭୟ ପୁରୁଷ ଓ ମହିଳା ଙ୍କର ଶୂକ୍ରାଣୁ ଜନିତ ସମସ୍ୟା ଦେଖା ଯାଇଥାଏ –

 

ତେବେ ଯାହା କୁହାଯାଉଛି କି ସାଧାରଣତଃ ପୁରୁଷ ମାନଙ୍କର 50 ବର୍ଷ ରେ ଶୂକ୍ରାଣୁ ସଂଖ୍ୟା କମି ଯାଉଥିବା ବେଳେ ମହିଳା ମାନଙ୍କର 60 ବର୍ଷ ରେ ଶୂକ୍ରାଣୁ ସଂଖ୍ୟା କମି ଯାଇଥାଏ ।ତେବେ ଏହି ଶୂକ୍ରାଣୁ ଜନିତ ସମସ୍ୟା ଗୁଡିକ ଅନ୍ୟ କାରଣ ରୁ ମଧ୍ୟ ହୋଇଥାଏ । ତେବେ ପୁରୁଷ ମାନଙ୍କର ଯଦି ଜନ୍ମ ରୁ ଜେନେଟିକ ସମସ୍ୟା ରହିଛି ତାହେଲେ ମଧ୍ୟ ଶୂକ୍ରାଣୁ ଜନିତ ସମସ୍ୟା ଦେଖା ଯାଇଥାଏ । ତାହା ସହିତ ପୁରୁଷ ମାନଙ୍କର ସେହି ଅଙ୍ଗରେ ଆଘାତ ଲାଗିଥିଲେ ମଧ୍ୟ ଶୂକ୍ରାଣୁ ପ୍ରଡ଼କ୍ସନ କମିଯାଏ ବୋଲି କୁହାଯାଉଛି ।

 

ଠିକ ସେହିଭଳି ମହିଳା ମାନଙ୍କର 30 ବର୍ଷ ବୟସ ରେ ଯେତିକି ଫଟିଲାଇଜ ର କ୍ଷମତା ରହିଥାଏ ଓ 35 ବର୍ଷ ପରେ ବର୍ଷରେ ଶିଗ୍ନିଫିକାଲି କମିଯାଏ ବୋଲି କୁହାଯାଉଛି ତେବେ 40 ବର୍ଷ ବୟସରେ ସମ୍ପୂର୍ଣ୍ଣ କମିଯାଏ ବୋଲି ସୂଚନା ମିଳିଛି । ଆଉ ଯାହା ଫଳରେ ମହିଳା ମାନେ ସନ୍ତାନ ହୀନତା ର ଶିକାର ହୋଇଥାନ୍ତି ବୋଲି କୁହାଯାଉଛି ।ତେବେ ଏଭଳି ହେବାର ଅନେକ କାରଣ ରହିଛି ।

ସନ୍ତାନ ହୀନତା ର ଅନ୍ୟ କାରଣ ଗୁଡିକ କଣ ରହିଛି –

ତେବେ ସନ୍ତାନ ହୀନତା ର ମୁଖ୍ୟ କାରଣ ଗୁଡିକ ହେଉଛି ମହିଳା ମାନଙ୍କର ଓଜନ ବଢ଼ିବା, ଖାଇବା କମିଯିବା, ଜଙ୍କ ଫୁଡ ବା ଫାଷ୍ଟ ଫୁଡ ଆଦି ଖାଦ୍ୟ ଖାଇବା ଯୋଗୁ ତାହାର ପ୍ରଭାବ ହୋର୍ମନ କ୍ଷରଣ ଉପରେ ପକାଇଥାଏ ଓ ତାହା ବ୍ୟତୀତ ମହିଳା ମାନେ ଅଧିକ ଷ୍ଟ୍ରେସ ନେବା କାରଣ ରୁ ସନ୍ତାନ ହୀନତା ଭଳି ସମସ୍ୟା ଦେଖା ଯାଇଥାଏ । ତାହା ସହିତ ବୟସ ଅଧିକ ରେ ବିବାହ କରି ବେବି ପ୍ଲାନିଂଲେଟ ରେ କରିଲେ ମଧ୍ୟ ସମସ୍ୟା ଦେଖା ଦେଇଥାଏ ।ଏମାନଙ୍କ କ୍ଷେତ୍ର ରେ ଟେସା ଆଣ୍ଡ ଟେସା ଟେକନିକ ଆପଣାଇବା ଆବଶ୍ୟକ ହୋଇଥାଏ ।

Leave A Reply

Your email address will not be published.