କାଳିଆ ଧାମରେ ଯୁବତୀ ଙ୍କ ସହ ଖରାପ୍ କାମ I ବାଲିଗୁଆଳି ବେଳାଭୁମି ରୁ ଉଦ୍ଧାର ହେଲା ଯୁବତୀଙ୍କ ମରଶରୀର I21

ଘରୁ ବୁଲିବା ପାଇଁ ଆସି ଥିଲେ କାଳିଆ କୁ ଦେଖି ଥାଆନ୍ତେ କୋଟି ପୁର୍ଣ୍ୟ ଅର୍ଜନ କରି ଥାଆନ୍ତେ ହେଲେ ସବୁକିଛି ଅଧା ରହି ଗଲା | କାଳିଆ ଧାମ ରେ ଦୁଷ୍କର୍ମ ର ଶିକାର ହେଲେ ମଧ୍ୟପ୍ରଦେଶ ର ଝିଅ, ମଧ୍ୟପ୍ରଦେଶ ରୁ ଶ୍ରୀକ୍ଷେତ୍ର କୁ ଆସି ଥିଲେ ଆଉ ଶ୍ରୀକ୍ଷେତ୍ର ରେ ଦୃବୁତ ମାନେ ଯୁବତୀ ଙ୍କୁ ଦୁଷ୍କର୍ମ କଲେ | ଏତିକି ରେ ମନ ଶାନ୍ତି ହେଲା ନାହିଁ ଯେ କଷ୍ଟ ଦେଇ ଦେଇ ଯୁବତୀ ଙ୍କୁ ମାରି ଦେଲେ, ଅପହରଣ କଲେ ଆଉ ଅପହରଣ କରି ଦୁଷ୍କର୍ମ କଲେ ଆଉ ଦୁଷ୍କର୍ମ କରି ସାରିବା ପରେ ନର ରାକ୍ଷସ ମାନେ ମୁହଁ କୁ ଏସଡି ରେ ଜାଳି ଦେଲେ |

ମଧ୍ୟପ୍ରଦେଶ ରୁ ପୁରୀ ବୁଲିବା ପାଇଁ ଆସି ଥିଲେ ଆଉ ହୋଟେଲ ରେ ପରିବାର ସହିତ ରହି ଥିଲେ | ଆଉ ସକାଳୁ ହଠାତ ହୋଟେଲ ରୁ କୁଆଡେ ଯୁବତୀ ଜଣଙ୍କ ଗାୟବ ହୋଇ ଯାଇ ଥିଲେ | ଆଉ ଏବେ ଯୁବତୀ ଙ୍କର ମୃତ ଦେହ ମିଳିଛି, ଆଉ ମୃତ ଦେହ କୁ ଏତେ ଭୟଙ୍କର ଭାବେ ଜାଳିଛନ୍ତି ଯାହା ଆପଣ ଙ୍କୁ ସେହି ଦୃଶ୍ୟ ଆମେ ଦେଖାଇ ପାରିବୁ ନାହିଁ |

 

ଆଉ ଛଟପଟ ହୋଇ ଯୁବତୀ ଙ୍କର ବେଳା ଭୂମି ରେ ହିଁ ମୃତ୍ୟୁ ଘଟିଛି ଆଉ ବେଳା ଭୂମି ରେ ହିଁ ଯୁବତୀ ଙ୍କର ମୃତ ଦେହ ପଡ଼ି ରହିଛି | ପୁରୀ ବେଳା ଭୂମି ରୁ ଗତ 26 ତାରିଖ ରେ ଜଣେ ଯୁବତୀ ଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି | ଉକ୍ତ ଯୁବତୀ ଜଣଙ୍କ ହେଉଛନ୍ତି ମଧ୍ୟପ୍ରଦେଶ ର ବାସିନ୍ଦା ପ୍ରହଲ୍ଲାଦ କୁସୁଆ ଙ୍କ ଝିଅ ରାଧିକା କୁସୁଆ |

ଗତ 23 ତାରିଖ ରେ ପ୍ରହଲ୍ଲାଦ ତାଙ୍କ ଝିଅ ହୋଟେଲ ରୁ ନିଖୋଜ ହୋଇ ଯାଇଥିବା ନେଇ ସମୁଦ୍ରକୁଳ ଥାନା ରେ ଏତଲା ଦେଇ ଥିଲେ | ପ୍ରହଲ୍ଲାଦ ତାଙ୍କ ପରିବାର ସହିତ ପୁରୀ ବୁଲିବା ପାଇଁ ଆସି ପେଣ୍ଠକୋଟା ରେ ଏକ ହୋଟେଲ ରେ ରହି ଥିଲେ | ତେବେ ରାଧିକା କେଉଁ ପରିସ୍ଥିତି ରେ ହୋଟେଲ ଛାଡ଼ି ଚାଲି ଯାଇ ଥିଲେ ଆଉ ସେ କେମିତି ସମୁଦ୍ର କୁ ଗଲେ ତାହା କିଛି ଜଣା ନାହିଁ |

ସେପଟେ ରାଧିକା ଙ୍କୁ ଅପହରଣ କରି ଦୁଷ୍କର୍ମ କରି ତାଙ୍କୁ ମାରି ଦେଇଥିବା ଅଭିଯୋଗ ବାପା ପ୍ରହଲ୍ଲାଦ କରିଛନ୍ତି | ଅନ୍ୟ ପଟେ ପୁରୀ ପୋଲିସ ସବୁ ଦିଗକୁ ନଜର ରେ ରଖି ତଦନ୍ତ ଚଲାଇଛି | ତେବେ ଏଭଳି ଘଟଣା ଆମ ସମାଜ ରେ ପ୍ରାୟ ସମୟ ରେ ଘଟୁଛି ଯାହାକି ଅତି ନିନ୍ଦନୀୟ କାର୍ଯ୍ୟ ଅଟେ ଆଉ ଏଥିପାଇଁ କୌଣସି ନାରୀ ନିଜକୁ ସୁରକ୍ଷିତ ମନେ କରୁ ନାହାଁନ୍ତି |

Leave A Reply

Your email address will not be published.