jitu das amrutabani – ଆପଣଙ୍କ ଗୃହକୁ ମା ଲକ୍ଷ୍ମୀଙ୍କ ଆସିବାର ଶୁଭ ସଙ୍କେତ ଜାଣନ୍ତୁ .

ଦୁନିଆରେ ସମସ୍ତେ ସମୟ ଚକ୍ରରେ ତାଳ ଦେଇ ଚାଲିଥାନ୍ତି। ଦିନ ପରେ ଯେମିତି ରାତି ଆସିଥାଏ ସେହିପରି ମଣିଷ ଦୁଃଖ ପରେ ସୁଖ ଭୋଗ କରିଥାଏ। ମଣିଷର ଭାଗ୍ୟ ରେ ଯାହା ପାଇବାର ଥାଏ ତାହା ସେ ସେହି ସମୟ ଆସିଲା ପରେ ହିଁ ପାଇଥାଏ। ସମୟ ବହୁତ ବଡ ମୂଲ୍ୟବାନ। ଏହା ମଣିଷ ଜୀବନରେ ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ। ଆପଣଙ୍କର କୌଣସି ଶୁଭ କାର୍ଯ୍ୟ ହେବାକୁ ଯାଉଥିଲେ ଆପଣଙ୍କୁ ଆଗରୁ ସଙ୍କେତ ମିଳିଥାଏ ଏବଂ ଆପଣଙ୍କ ସହିତ କିଛି ଖରାପ ହେବାକୁ ଯାଉଥିଲେ ତାହାର ସଙ୍କେତ ମଧ୍ୟ ଆପଣଙ୍କୁ ମିଳିଥାଏ। ମୁଁ ଆଜି ଆପଣଙ୍କୁ ଏମିତି କିଛି ସଙ୍କେତ ବିଷୟରେ କହିବି ଯାହାଦ୍ୱାରା ଆପଣ ଜାଣି ପାରିବେ ଯେ ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ ଶୁଭ କି ଅଶୁଭ।

ତେବେ ପ୍ରତ୍ୟେକ ଜିବ ପରି ଝିଟିପିଟି ମଧ୍ୟ ଏକ ସାଧାରଣ ଜୀବ ଅଟେ। ଝିଟିପିଟି ପ୍ରାୟ ସମସ୍ତଙ୍କ ଘରେ ଥିବ। ଝିଟିପିଟି କୁ ଦେଖି ଆମେ ହେୟ କରିବା କଥା ନୁହେଁ କାରଣ ଏହା ଆମ ଜୀବନରେ ଅନେକ କିଛି ପରିବର୍ତ୍ତନ ଆଣିଥାଏ। ଝିଟିପିଟି ଆମକୁ ଅନେକ ସମୟରେ ଅନେକ ସଙ୍କେତ ଦେଇଥାଏ।ଏହାର ସଙ୍କେତର ଆମ ଜୀବନରେ ଅନେକ କିଛି ପରିବର୍ତ୍ତନ ହେଇଥାଏ । ତେବେ ଝିଟିପିଟି ଦେଇଥିବା କିଛି ସଙ୍କେତ ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ।


୧- କୌଣସି ସମୟରେ ଯଦି ଆପଣ ଝିଟିପିଟି ମାନଙ୍କର ସମାଗମ ଦେଖନ୍ତି ତେବେ ଆପଣଙ୍କ ବହୁ ପୁରୁଣା ମିତ୍ର ସହ ଭେଟିବାର ସମ୍ଭାବନା ରହିଛି ବୋଲି ଜଣାଯାଏ ।

୨- ଝିଟିପିଟି ଯଦି ହାତରେ କିମ୍ବା ମସ୍ତକ ଉପରେ ଖସିପଡେ ତେବେ ଆପଣ ମାନସନମାନ ପାଇବା ସହିତ ଧନ ସମ୍ପତି ମଧ୍ୟ୍ୟ ପାଇବାର ସମ୍ଭାବନା ରହିଛି ।ଏହା ମଧ୍ୟ ଜଣାଯାଏ ଯେ ଆପଣ କିଛି କଥା ହେବା ସମୟରେ ଯଦି ଝିଟିପିଟି ଶବ୍ଦ କରେ ତେବେ ସେହି କଥାଟି ସତ ହୋଇଥାଏ ।ତେଣୁ ଅନେକ ଲୋକ ଏହାକୁ ସତ ସତୀଆ ବୋଲି ମଧ୍ୟ କହିଥାନ୍ତି ।

୩- ଦୀପାବଳି ଦିନ ଯଦି ଆପଣ ଝିଟିପିଟି ଦେଖିଥାନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ଅଟେ ।ଯଦି ଏହିଦିନ ଝିଟିପିଟି ଆପଣଙ୍କ ଉପରେ ଖସିପଡ଼େ ତେବେ ଆପଣଙ୍କର ଏହି ବର୍ଷଟି ଅତି ଭଲରେ କଟିବ, ଏହି ବର୍ଷ ଆପଣ କେବେ ଅଭାବ ଅନୁଭବ କରିବେ ନାହିଁ ।

୪- ଜ୍ୟୋତିଷ ଶାସ୍ତ୍ରରେ ଝିଟିପିଟି ଏକ ପୂଜନୀୟ ପ୍ରାଣୀ ବୋଲି ମାନ୍ୟତା ରହିଅଛି, ଏହାର ପୂଜାର୍ଚନା ଯୋଗୁଁ ଧନ ସମ୍ୱନ୍ଧୀୟ ସମସ୍ୟା ମାନ ଦୂର ହୋଇଯାଏ ।ଆପଣ ସନ୍ଧ୍ୟାରେ ଠାକୁର ପୂଜା କରୁଥିବା ସମୟରେ ଯଦି ଝିଟିପିଟି ଦେଖନ୍ତି ତେବେ ତୁରନ୍ତ ଠାକୁର ଘରୁ ସିନ୍ଦୁର ଓ ଅରୁଆ ଚାଉଳ ଆଣି ତା ଉପରେ ପକାଇ ଆପଣଙ୍କର ଯେକୌଣସି ଇଚ୍ଛା ପୂରଣ କରିବାର ପାଇଁ ପାର୍ଥନା କରନ୍ତୁ ।ଦେଖିବେ ଏହିପରି କରିବା ଦ୍ଵାରା ଆପଣଙ୍କ ମନର ଇଚ୍ଛା ନିଶ୍ଚିତ ପୂରଣ ହେବ ଏବଂ ଆପଣ ଧନବାନ ମଧ୍ୟ ହେବେ ।

୫- ଆପଣ ଘର ସଫା କରୁଥିବା ସମୟରେ ଯଦି ମଲା ଝିଟିପିଟି ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ଅଶୁଭ ସଂକେତ ହୋଇଥାଏ ।

୬- ଆପଣ ଝାଡୁ ମରୁଥିବା ସମୟରେ ଆପଣଙ୍କ ଭୁଲ ବଶତଃ ଯଦି ଝିଟିପିଟି ମରିଯାଏ ତେବେ ଏହାକୁ ମାଟି ଖୋଳି ପୋତି ଦିଅନ୍ତୁ ଏହାଦ୍ୱାରା ଆପଣକୁ ଆପଣକୁ ଜୀବହତ୍ୟା ଦୋଷରୁ ମୁକ୍ତି ମିଳିଯିବ ।

୭- ଆପଣ ଖାଦ୍ୟ ଖାଉଥିବା ସମୟରେ ଯଦି ଝିଟିପିଟିର ଶବ୍ଦ ଶୁଣନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ ବଡ଼ ଖୁସିର ଖବର ଆସିବାର ସମ୍ଭାବନା ରହିଛି ।ତାହା ସହିତଏହା ଧନ ପ୍ରାପ୍ତିର ସଂକେତ ମଧ୍ୟ ଦେଇଥାଏ ।

Leave A Reply

Your email address will not be published.