ବହୁ ବର୍ଷ ତଳେ ମହାପୁରୁଷ ମାନେ ଯେଉଁ କଥାକୁ ଲେଖି ଯାଇଛନ୍ତି, ଯାହା ଆମେ ଭୋଗୁଚେ ଏବଂ ଆମ ଜୀବନରେ ଭବିଷ୍ୟତରେ ଘଟୁଛି ତାହା ଆମକୁ ବିଶ୍ୱାସ କରିବାକୁ ପଡ଼ିବ। କାରଣ ସେଥିରୁ ଏମିତି ବହୁତ୍ କଥା ଆମେ ସ୍ପଷ୍ଟ ହୋଇ ପାରିବା ଯାହା ଆମକୁ ଜୀବନରେ ସତର୍କ କରାଇବ ଏବଂ ସଚେତନ ମଧ୍ୟ କରାଇବ।
ତେବେ ଅନେକ ଜଣଙ୍କର ତାହା କହିବା କଥା ଯେ ମାଳିକା ରେ ଯାହା ଲେଖାଥିଲା ତାହା ସତ ହେବାରେ ଲାଗିଛି। ତେବେ ଏସବୁ କହିବାର ତାତ୍ପର୍ଯ୍ୟ ହେଉଛି କିଛି ଏମିତି ଘଟଣା ଆଗକୁ ଘଟିବା ପାଇଁ ଯାଉଛି ଯାହା ଆପଣଙ୍କୁ ସତର୍କ କରିବା ପାଇଁ ଉଦ୍ଦିଷ୍ଟ ଅଟେ। କାରଣ ଏହା ଆପଣଙ୍କୁ ସଚେତନ କରାଇବା ପାଇଁ ଲେଖା ଯାଇଛି ଯେ କିଭଳି ଭାବରେ ଆମର ଆଗାମୀ ଭବିଷ୍ୟତ ରହିବ।
ମହାପୁରୁଷ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ମଧ୍ୟ ଆମେ ଜାଣିବା ଅବଗତ ହେବା। ତେବେ ଯୁଗ ଜନ୍ମା, ଦିବ୍ୟ ଚେତନା ର ଅଧିକାରୀ ଅନେକ ମହାପୁରୁଷ ମାନଙ୍କର ଅନେକ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଯାହାର ବର୍ଣ୍ଣନା ଦୀର୍ଘବର୍ଷ ପୂର୍ବେ ହୋଇଛି।ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ। ସେହିପରି ଏକ ବିଶେଷ, ମହତ୍ କଥା ବିଷୟରେ ଆମେ ଆଜି ଆଲୋଚନା କରିବା।
ତେବେ ମାଳିକା ରେ ବର୍ଣ୍ଣିତ ଥିବା କୌଣ ଅନୁକୋଣରେ ଲୁଚି ରହିଥିବା ଭକ୍ତ ମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ନିଜର ସ୍ବତନ୍ତ୍ର ଚେଷ୍ଟା ଜାରି ରଖି ଥିବା ସତ୍ୟଭଞ୍ଜ ୟୁଟ୍ୟୁବ୍ ଚ୍ୟାନାଲ୍ ଆଜି ପୁଣି ଜଣେ ମାଳିକା ଭକ୍ତ ଙ୍କ ପାଖରେ ପହଞ୍ଚି ଯାଇଛି । ଏଠାରେ ଜଣେ ମାଳିକା ବିଶେଷଜ୍ଞ, ବିଚାରକ ଯାହାଙ୍କ ନାମ ହେଉଛି ଦିବାକର ଦାସ ଏକ ବିଶେଷ କଥା ଉପରେ ବର୍ଣ୍ଣନା କରିଛନ୍ତି। ଯେଉଁ ବିଷୟରେ ମାଳିକା ରେ ପୂର୍ବରୁ ବର୍ଣ୍ଣିତ ରହିଛି।ସେ କହିଛନ୍ତି ଏମିତି ସମୟ ଆସିବ ଅର୍ଥାତ କଳିର ଶେଷ ବେଳରେ ଶୂନ୍ୟର ଅଗ୍ନି ଉଠିବ ଏବଂ ଘର ଗୁଡିକ ସବୁ ଜଳିପୋଡି ଯିବ ଆଉ ସମସ୍ତଙ୍କର ବୁଦ୍ଧିବଣା ହୋଇଯିବା କଥା ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କର ପରମଭକ୍ତ ରାମ ଙ୍କୁ କହିଥିଲେ ।
ତେବେ ଅକାଳରେ ଲୋକେ ମରିଯିବେ, 2022 ରେ ଦୀପ ଲିଭି ଯିବ । ଅର୍ଥାତ ହିଙ୍ଗୁଳା ଉଠିବ ଶୂନ୍ୟ ରୁ ଯାହା ସାରା ସଂସାରକୁ ଜାଳି ଦେବ ଏବଂ ମନ୍ଦିରରେ ନିଆଁ ଲାଗି ସମସ୍ତ ଲୋକ ପୋଡିଯିବେ । ଯାହାର ଏକ ସତ୍ୟ ଉଦାହରଣ ହେଉଛି ଏହି କିଛି ଦିନ ତଳେ ଚେନ୍ନାଇ ସ୍ଥିତି ଭଦ୍ରକାଳୀ ମନ୍ଦିରରେ ନିଆଁ ଲାଗିବା ଫଳରେ ସଂମ୍ପୂର୍ଣ୍ଣ ମନ୍ଦିରଟି ହୁତୁହୁତୁ ହୋଇ ଜଳିଗଲା ଏହାସହିତ ମନ୍ଦିରର କିଛି ଭକ୍ତମାନେ ମଧ୍ୟ ପୋଡି ମରିଗଲେ । ଏହାଛଡା ଓଜିଶାର ଯୋରନ୍ଦାସ୍ଥିତି ମଠକୁ ଭାଙ୍ଗି ଦିଆଗଲା । ତେବେ ଏହା ଘଟିବ ବୋଲି ମାଳିକାରେ ବହୁ ବର୍ଷ ପୂର୍ବେ ମହାପୁରୁଷମାନେ କଲମ କରିଯାଇଛନ୍ତି ଯା୍ହା ବର୍ତ୍ତମାନ ସତ ହେବାକୁ ଯାଉଛି ଏବଂ ହେ୍ଉଛି ମଧ୍ୟ ।