ଦେଖନ୍ତୁ shocking ଭିଡିଓ. ପ୍ରେମିକ ସହିତ ମାଆ ଫେରାର ଖୋଲା ଆକାଶ ତଳେ 4 ଭାଈ ଭଉଣୀ….

ପୁରୁଣା ପ୍ରେମିକ ସାଙ୍ଗେ ମାଆ ପଳାଇଲା, ସ୍ତ୍ରୀକୁ ଝୁରିଝୁରି ସ୍ୱାମୀ ବି ଘର ଛାଡିଦେଲେ। ଏବେ ଖୋଲା ଆକାଶ ତଳେ 4 ଭାଇ-ଭଉଣୀ। ଖାଇବାକୁ ନାହିଁ କି ଘର ନାହିଁ…ବୁଢୀ ମାଆ ଭିକ ମାଗିଲେ ପେଟକୁ ଯାଉଛି ଗଣ୍ଡିଏ ଦାନା…ପାଠ ପଢିବା ୟାଙ୍କ ପାଇଁ ସ୍ୱପ୍ନ ।
ତେବେ ମାଁ ଚାଲିଗଲା ପ୍ରେମିକ ସାଥିରେ ବାପା ବି କୁଆଡେ ପଳେଇ ଗଲେ । ବାପା-ମାଁ ଚାଲିଯିବା ପରେ ଏବେ ପୂରା ବେସାହାରା ହୋଇ ପଡିଲେଣି ଏହି 4 ନାବାଳକ ପିଲା । ବାପା ନାହାଁନ୍ତି କି ମାଁ ନାହାଁନ୍ତି କେମିତି ଚଳିବେ କଣ ଖାଇବେ ସେହି ଚିନ୍ତାରେ ଏବେ ଏହି କୁନି କୁନି ପିଲା । ଯାହାର କରୁଣ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

ଥରେ ଦେଖନ୍ତୁ ଏହି ଭିଡିଓକୁ କଅଁଳ ବୟସରେ କେମିତି ଦିକିଦିକି ଚୁଲି ଜାଳି ବସାଇଛି ରୋଷେଇ । କଢେଇରେ କେଉଁ ପରିବା ପଡିଥିବ ସେ ଜାଣି ବି ନଥିବ କିନ୍ତୁ କଡେଇରେ ହଳଦୀ ପକାଇ ଘାଣ୍ଟି ଦେଉଛି, ପୁଣି କଢେଇ ଭିତରକୁ ମୁହଁ ପୁରାଇ ଦେଖୁଛି ତରକାରୀ ଟିକକ ହେଲାଣି ନାଁ ନାହିଁ ।ପେଟରୁ ଭୋକରେ ବୋଧେ ନିଜ ବୟସକୁ ଭୁଲି ଯାଇଛି ଏହି କଅଁଳ ପିଲା ।

ଖାଲି୍ ରୋଷେଇ କାହିଁକି ଜାଳ ସଂଗ୍ରହ କରିବା ଠୁ କାଠ ହାଣିବା ଯାଏଁ ସବୁ କାମକୁ ଏହି କୁନି ବୟସରେ କରୁଛନ୍ତି ଏହି 4 ପିଲା । ବାପା-ମାଁ ସିନା ଛାଡି ଗଲେ ହେଲେ ବୁଢିମାଁ ୟାଙ୍କୁ ନିଜ ପଣତକାନିରେ ମମତାର ଶ୍ରଦ୍ଧା ଦେଇ କୋଳାଇ ନେଲେ । ନାତିନାତୁଣୀଙ୍କ ମୁହଁରେ ଗଣ୍ଡେ ଆହାର ଦେବା ପାଇଁ ଅଣ୍ଟା ଭିଡିଛି ଏହି ବୁଢିମାଁଟି । ପରଦୁଆରେ ପାଇଟି କରିବାକୁ କି ବଣରେ ଯାଇ କାଠ ଆଣିବାକୁ ଆଉ ଶକ୍ତି ନାହିଁ । ସେଇଥିଲାଗି ତ ପିଲାଙ୍କୁ ବଞ୍ଚାଇ ରଖିବାକୁ ପର ଦୁଆରେ ଭିକ ମାଗୁଛି ବୁଢିମାଁ । ଆଇ ଯେତିକି ଯାହା ମିଳୁଛି ସେତିକିରେ ନିଜ ପେଟକୁ ଗଣ୍ଡେ ଦାନା ଦେବା ସହିତ ପିଲାଙ୍କୁ ବଞ୍ଚାଇ ରଖିଛି ।

ଏମିତି ଅକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋୋନପୁର ଉଲୁଣ୍ଡା ବ୍ଲକବହୁଖଣ୍ଡି ଗାଁରେ । ଗାଁରେ ନନ୍ଦମୁଣ୍ଡାଙ୍କ ଘର । ପରିବାର କହିଲେ ମାଁ ନିରାଶ,ପତ୍ନୀ ପୁନେନ୍ଦୀ ଓ 4ପୁଅଝିଅ । ନନ୍ଦ କାମକରି ଯାହା ବି ଟଙ୍କା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା ,ପିଲାମାନେ ପାଠପଢୁଥିଲେ ସାନ ପୁଅକୁ ବର୍ଷେ ହୋଇନଥିଲା ,ଠିକରେ ଦୁନିଆବି ଦେଖିନଥିଲା ।

ସେତେବେଳେ ପୁନେନ୍ଦି ଆଉ ଜଣଙ୍କ ପ୍ରେମତରେ ପଡିଗଲେ ଆଉ 4ପିଲାଙ୍କୁ ଛାଡି କୁଆଡେ ପଳାଇଗଲେ । ପତ୍ନୀ ପରପୁରୁଷ ସହିତ ଗଲାପରେ ଭାଙ୍ଗି ପଡିଥିଲେ ନନ୍ଦ ତଥାପି କଷ୍ଟେମଷ୍ଟେ ଦିନମଜୁରି କରି ପରିବାର ଚଳାଉଥିଲେ ହେଲେ ସେ ବି କୁଆଡେ ପଳାଇଲେ । ହେଲେ ବୁଢିମାଁଟି ଏବେ ନାତିନାତୁଣୀଙ୍କ ପାଖରେ ଢାଲ ହୋଇ ଝିଡା ହୋଇଛି ।

ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ସରକାର ଗରିବଙ୍କ ପାଇଁ ଶହଶହ ଯୋଜନା କରୁଛନ୍ତି ହେଲେ ଏଯାଏଁ ଏପରିବାର ପାଖରେ ପହଞ୍ଚିନି ସରକାରୀ ଯୋଜନା । ସେପଟେ ନିରାଶଙ୍କ ଦୁଃଖ ଜାଣିବା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି ପେନସନ ଦେବା ପାଇଁ ବ୍ୟବସ୍ଥା କରୁଛୁ 2-3ଦିନ ଭିତରେ ମଞ୍ଜୁର ହେବ ତାପରେ ତାଙ୍କୁ ପେନସନ ମିଳିବ । ଏ ଶିତୁଆ ଦିନରେ ଜରିପାଲ ଘରେ ବିତୁଛି ଜୀବନ ଆଉ ସମୟ କହିବ କେବେ ସରକାରୀ ଯୋଜନା ନିରାଶଙ୍କ ପାଖରେ ପହଞ୍ଚିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.