ପଢ଼ା ଘରେ ରଖନ୍ତୁ ଏହି ୫ଟି ଜିନିଷ ପାଠ ସବୁଦିନ ପାଇଁ ମନେରହିବ।

ପ୍ରାୟତଃ ଦେଖିଥିବେ ମିଳିଥାଏ କି ପିଲା ପାଠ ପଢ଼ିବା ପାଇଁ ଅନେକ ପରିଶ୍ରମ କଲେ ସତ୍ତ୍ୱେ ପାଠ ମନେ ରହି ନଥାଏ। ନିଜର କ୍ୟାରିୟର ଗଢ଼ିବାରେ ତାଙ୍କୁ କେତେକ ବାଧା ବିଘ୍ନ ର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେତେ ପଢ଼ିଲେ ବି ସେମାନେ ସବୁ ପାଠ ଭୁଲି ଯାଇଥାନ୍ତି। ତେବେ ଆପଣ ଜାଣିଛନ୍ତି କି ଏମିତି କାହିଁକି ହୋଇଥାଏ। ଏହାର କାରଣ ହୋଇପାରେ ପିଲାର ପାଠ ପଢ଼ାରେ ମନ ଲାଗୁ ନଥିବ କିମ୍ବା ପିଲାର ପାଠ ପଢ଼ାରେ ଆଗ୍ରହ ନଥିବ, କିମ୍ବା ଆପଣଙ୍କ ଘରର ଥିବା କିଛି ବାସ୍ତୁଦୋଷ। ଏହି ବିଷୟ ପ୍ରତି ନିଶ୍ଚିତ ରୂପେ ଧ୍ୟାନ ଦେବା ଉଚିତ୍। ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ ଯେ ପାଠ ପଢ଼ା ଘରେ କେଉଁ କେଉଁ ସବୁ ଜିନିଷ ରଖିଲେ ପିଲାର ପାଠ ନିଶ୍ଚୟ ମନେ ରହିବ ଏବଂ ଆପଣଙ୍କ ଘରର ବାସ୍ତୁଦୋଷ ଦୂର ହେବ।

୧- ମା ସରସ୍ଵତୀ ବିଦ୍ୟାର ଦେବୀ ଅଟନ୍ତି। ତେଣୁ ପିଲାଙ୍କ ପଢ଼ା ଘରେ ମା ସରସ୍ଵତୀ ଙ୍କ ମୂର୍ତ୍ତି ବା ଫଟୋ ରଖିବା ଦ୍ୱାରା ପିଲାଙ୍କ ନଜର ମା ସରସ୍ଵତୀ ଙ୍କ ଫଟୋ ଉପରେ ପଡ଼ିଲେ ସେମାନଙ୍କ ମନ ଶାନ୍ତ ହୋଇଥାଏ ଏବଂ ପଢ଼ାରେ ମନ ଲାଗିଥାଏ। ସେଥିପାଇଁ ପିଲାଙ୍କ ପଢ଼ା ଘରେ ନିଶ୍ଚିତ ମା ସରସ୍ଵତୀ ଙ୍କ ଫଟୋ ବା ମୂର୍ତ୍ତି ଲଗାନ୍ତୁ।

 

 

୨- ପିଲାଙ୍କ ପଢ଼ା ଘରେ ଶୁଦ୍ଧ ଘିଅ ଦୀପ ଲଗାନ୍ତୁ ଏବଂ ମା ସରସ୍ଵତୀ ଙ୍କ ଯନ୍ତ୍ର ରଖନ୍ତୁ। ଏହାଦ୍ୱାରା ପିଲାଙ୍କ ପାଠ ପଢ଼ାରେ ମନ ଲାଗିଥାଏ ଏବଂ ଛୁଆର ଶକ୍ତି ବୃଦ୍ଧି ପାଇଥାଏ। ସେଥିପାଇଁ ପିଲାଙ୍କ ପଢ଼ା ଘରେ ନିଶ୍ଚିତ ଘିଅର ଦୀପ ଲଗାନ୍ତୁ ଏବଂ ମା ସରସ୍ଵତୀ ଙ୍କ ଯନ୍ତ୍ର ଟି ରଖନ୍ତୁ।

୩- ମୟୂର ପରକୁ ଘରେ ରଖିବା ଦ୍ୱାରା ଏହା ନକରାତ୍ମକ ଶକ୍ତି କୁ ଘର ଭିତରକୁ ପ୍ରବେଶ କରିବା ପାଇଁ ଦିଏ ନାହିଁ। ପିଲା ମାନଙ୍କ ମନରେ ଖରାପ ଚିନ୍ତା, ନକରାତ୍ମକ ଚିନ୍ତା ଧାରା ପଶେ ନାହିଁ। ମନ ଶାନ୍ତ ଓ ନିର୍ମଳ ହୋଇଥାଏ ଏବଂ ପିଲାଙ୍କର ଯେଉଁ ବିଷୟରେ ଭଲ ପାଠ ହୁଏ ନାହିଁ ସେହି ବିଷୟରେ ମୟୂର ପର ରଖିଲେ ପିଲାର ପାଠ ହୋଇଥାଏ। ସେଥିପାଇଁ ଘରେ ନିଶ୍ଚୟ ମୟୂର ପରଟିଏ ରଖନ୍ତୁ।

୪- ପିଲାମାନେ ପାଠ ପଢ଼ିବା ସମୟରେ ଧ୍ୟାନ ରଖିବେ କି ଯେପରି ପିଲାଟି ପୂର୍ବ ଦିଗକୁ ମୁହଁ କରି ପାଠ ପଢ଼ିବ କାରଣ ପୂର୍ବ ଦିଗକୁ ମୁହଁ କରି ପାଠ ପଢ଼ିବା ଦ୍ୱାରା ପିଲାର ପାଠ ପଢ଼ା ପ୍ରତି ଆଗ୍ରହ ଆସିଥାଏ। ବିରକ୍ତିଭାବ ପ୍ରକାଶ ପାଇ ନଥାଏ। ସେଥିପାଇଁ ସବୁବେଳେ ପିଲାଙ୍କୁ ପୂର୍ବ ଦିଗକୁ ମୁହଁ କରି ପାଠ ପଢ଼ିବା ଉଚିତ୍।

୫- ହଂସ ର ଫଟୋ ବା ମୂର୍ତ୍ତି ଘରେ ବା ଦ୍ୱାର ମୁହଁରେ ରଖିଲେ ପିଲାମାନେ ଅନ୍ୟମନସ୍କ ହୋଇ ନଥାଏ। ପାଠ ପଢ଼ାରେ ସର୍ବଦା ମନ ଲାଗି ରହିଥାଏ ଏବଂ ବାସ୍ତୁ ଅନୁସାରେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ସେଥିପାଇଁ ଘର ସମ୍ମୁଖରେ ବା ଦ୍ୱାର ମୁହଁରେ ହଂସ ର ଫଟୋ ବା ମୂର୍ତ୍ତି ଟିଏ ରଖନ୍ତୁ।

Leave A Reply

Your email address will not be published.