ଦମନ ଆସିଲା ବୋଲି ଓଡିଆ ଇଣ୍ଡଷ୍ଟ୍ରି ବଞ୍ଚିଗଲା, ମୁଁ ସେ କଥା ବିଶ୍ୱାସ କରିବିନି|Siddhanta Mahapatra

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଓଡ଼ିଆ ଚଳଚିତ୍ର ଜଗତରେ ଚହଳ ପକାଇଥିବା ଏକ ନୂଆ ଦମଦାର ଫ୍ଲିମ ଦମନ ବିଷୟରେ | ଆଉ ଯେଉଁଠି ବାବୁସାନ ମହାନ୍ତି ମୁଖ୍ୟ ଭୂମିକା ରେ ଅଭିନୟ କରିଛନ୍ତି ଏହି ଫ୍ଲିମ ଟିରେ | ଯାହା ଖାଲି ଓଡିଶା ରେ ନୁହଁ ସାରା ଭାରତରେ ଚର୍ଚ୍ଚା ଓ ପ୍ରସଂଶା ମଧ୍ୟ ସାଉଁଟିଛି ବୋଲି କୁହାଯାଉଛି ।

ତେବେ ଦମନ ଫିଲ୍ମ ଓଡିଆ ଇଣ୍ଡଷ୍ଟ୍ରିର ଭାଗ୍ୟ ବଦଳାଇ ଦେଇଛି । ଏବେ କେବଳ ଓଡିଶା ନୁହେଁ ସାରା ଭାରତରେ ଦମନ ଫିଲ୍ମକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ଗୋଟେ ସମୟ ଥିଲା ଯେତେବେଳେ ଓଡିଆ ଫିଲ୍ମକୁ ଥିଏଟର ମିଳୁ ନଥିଲା ହେଲେ ଦମନ ଆଜି କେବଳ ଓଡିଶା ନୁହେଁ ସାରା ଭାରତ ବର୍ଷରେ ରିଲିଜ ହେବାକୁ ଯାଉଛି । ଦମନର ହିନ୍ଦୀ ଭର୍ସନ ଭାରତର 500 ଥିଏଟରରେ ଆସନ୍ତା ଡିସେମ୍ବର 16 ତାରିଖରେ ରିଲିଜ ହେବ ।

 

ଆଉ ଏହି ଫିଲ୍ମକୁ ନେଇ ଏବେ ପ୍ରଶଂସାର ଶୁଅ ଛୁଟୁଛି । ତେବେ ଏହାରି ମଧ୍ୟରେ ଓଡିଆ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର ନିଜର ଏକ ନୂଆ ଫିଲ୍ମ ଯାହାର ନାମ ‘ପ୍ରତୀକ୍ଷା’ ରହିଛି ତାକୁ ନେଇ ଗଣମାଧ୍ୟମ ଆଗରେ ଏକ ବଡ ବୟାନ ଦେଇଛନ୍ତି । ସେ ନିଜ ଫିଲ୍ମ ବ୍ୟତୀତ ଦମନ ଫିଲ୍ମ ବିଷୟରେ ମଧ୍ୟ ଏକ ବଡ ବୟାନ ଦେଇଛନ୍ତି । ତେବେ ସେ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା ।

ସିଦ୍ଧାନ୍ତ ଗଣମାଧ୍ୟମ ଆଗରେ କହିଛନ୍ତି-‘ପ୍ରଥମେ ତ ମୁଁ କହିବି ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଯେମିତି ଦମନ ଫିଲ୍ମ ଏକ ସୁନ୍ଦର କାହାଣୀକୁ ନେଇ ହେଇଛି ସେମିତି ପ୍ରତୀକ୍ଷା ମଧ୍ୟ ଏକ ସୁନ୍ଦର କାହାଣୀକୁ ନେଇ ହେଇଛି । ଆମେ ଏହି ଫିଲ୍ମ କରିବା ପାଇଁ ଅନେକ ବର୍ଷ କଷ୍ଟ କରିଛୁ । ଦମନ ଆସିଲା ଓଡିଆ ଇଣ୍ଡଷ୍ଟ୍ରି ବୁଡି ଯାଉଥିଲା ଉଠି ଗଲା ବା ଅଣ୍ଟା ସଳଖି ଯାଉଥିଲା ମୁଁ ସେ କଥାରେ ବିଶ୍ଵାସ କରିବିନି ପ୍ରଥମ କଥା ।

ତେଣୁ କରି ଏ ପ୍ରକାରର ଚଳଚିତ୍ର ଗୋଟେ କଥା ତ ଆମ କୁ ଶିଖାଇଲା ଯେ, ଯଦି ଆମେ ଭଲ ଚଳଚିତ୍ର ଟି ତିଆରି କରିବା ଲୋକ ଙ୍କ ହୃଦୟ କୁ ଛୁଇଁବା ପାଇଁ ଯଦି ଆମେ ଚେଷ୍ଟା କରୁଛୁ ବା ଛୁଇଁବା ତା ହେଲେ ଚଳଚିତ୍ର ଜଗତ ଅଛି ଆମର ତାକୁ କେହି ବି ହେଲେ କହିବେନି ଇଣ୍ଡଷ୍ଟ୍ରି ବୁଡି ଯାଇଥିଲା । ଇଣ୍ଡଷ୍ଟ୍ରି ବୁଡି ଯାଇ ଥିଲା ବୋଲି କହିବା ବି କେହି ଉଚିତ ନୁହେଁ । ତେଣୁ ସବୁ ବେଳେ ଆଶା ରଖିବା ଉଚିତ ।

ଆମେ ମାନେ ଚିନ୍ତା କରିବା ଉଚିତ ଯେ, ଆମେ ଯେଉଁ ଚଳଚିତ୍ର ତିଆରି କରୁଛୁ ସେ ଚଳଚିତ୍ର ଦର୍ଶକ ମାନେ ଦେଖିବା ଉଚିତ ତ । ଆମେ ତ ଚଳଚିତ୍ର କରି ଆମ ପାରିଶ୍ରମିକ ନେଇଯିବା ହେଲେ ଯେଉଁ ଦର୍ଶକ ଆସିବ ପଇସା ଖର୍ଚ୍ଚ କରି ସେ ଖୁସି ହେବ ତ । ଯେତେବେଳେ ଆପଣ ଜାଣିଲେ ଦର୍ଶକକୁ ଫିଲ୍ମ ଭଲ ଲାଗିଲା ସେତେବେଳେ ଆପଣ କହିବେ ଆପଣ ଠିକ କାମ କରିଛନ୍ତି’ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.