ରିୟାଙ୍କ ଭୋଜିରେ ଏକାଥି ଯାଇ ପହଞ୍ଚିଲେ ଅପରାଜିତା ମହାନ୍ତି ଓ ପ୍ରକୃତି ମିଶ୍ର। ରିୟାଙ୍କ ସହ ଫଟୋ ଉଠାଇଲେ ଓ ଭୋଜି ମଧ୍ୟ ଖାଇଲେ। ପାରିବାରିକ ବିବାଦ ପରେ ଗୋଟିଏ ବାହାଘରରେ ଭୋଜିରେ ଦେଖା ହୋଇଛନ୍ତି ଅପରାଜିତା ପ୍ରକୃତି ବୋଲି ସୂଚନା ମିଳିଛି। ରିୟାଙ୍କ ଭୋଜିରେ ଖାଲି ଅପରାଜିତା ପହଞ୍ଚି ଥିଲେ ହେଲେ ବାବୁଶାନ ରହିଗଲେ।
ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡରଷ୍ଟ୍ରିର ଚର୍ଚ୍ଚିତ ନାୟିକା ରିୟା ପ୍ରେମ ବିବାହ କରିଛନ୍ତି।ଗତ ୩୦ ତାରିଖରେ ବିବାହ କରିଥିବା ବେଳେ ଗତ କାଲି ଶୁକ୍ରବାର ତାଙ୍କର ଥିଲା ରିସେପସନ ଭୋଜି। ତାଙ୍କ ଭୋଜିରେ ପହଞ୍ଚିଥିଲେ ଓଡ଼ିଆ ସିନେ ଜଗତର ନାମୀ ଦାମୀ କଳାକାର। ରିୟାଙ୍କ ସହ ଯାଇ ଫଟୋ ମଧ୍ୟ ଉଠାଇ ଥିଲେ।
ସେଥିରେ ଜଣେ ଥିଲେ ଅଭିନେତ୍ରୀ ଅପରାଜିତା ମହାନ୍ତି ଓ ଚର୍ଚ୍ଚିତ ଅଭିନେତ୍ରୀ ପ୍ରକୃତି ମିଶ୍ର।ରିୟାଙ୍କ ବାହାଘରରେ ପହଞ୍ଚିଥିଲେ ଏକା ସାଙ୍ଗରେ। ଦୁଇ ଜଣଙ୍କ ମଧ୍ୟରେ ଭେଟ ଘାଟ ହୋଇଥିଲା ବୋଲି ସୂଚନା ମିଳିଛି। ଦୁହେଁ ରିୟାଙ୍କ ସହ ଯାଇ ଫଟୋ ଉଠାଇ ଥିଲେ। ଭୋଜି ମଧ୍ୟ ଖାଇଥିଲେ।
ଦେଖିବାକୁ ଗଲେ ବିଗତ ଦିନରେ ପ୍ରକୃତି ଓ ଅପରାଜିତାଙ୍କ ପାରିବାରିକ ବିବାଦ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟି ଥିଲା। ଯେଉଁଥି ପାଇଁ ସବୁ ଭାବୁଥିଲେ କି ଯେଉଁଠାକୁ ପ୍ରକୃତି ଯିବେ ସେଠାକୁ ଅପରାଜିତା କେବେ ହେଲେ ଯିବେ ନାହିଁ। କିନ୍ତୁ ଏହାକୁ ଭୁଲ ପ୍ରମାଣ କରି ଦେଖାଇଛନ୍ତି ଅପରାଜିତା।
ସେ ରିୟାଙ୍କ ଭୋଜିରେ ଯାଇ ପହଞ୍ଚିଥିଲେ। ତେବେ ଭୋଜିରେ ଦୁଇ ଜଣଙ୍କୁ ଏକାଠୀ ଦେଖି ସବୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। କିଛି ଦିନ ତଳେ ଦୁହିଙ୍କ ପରିବାର ମଧ୍ୟରେ ଅନେକ ବିବାଦ ଦେଖା ଯାଇଥିଲା। ତେବେ ଏହି ବିବାଦର କଣ ଅନ୍ତ ଘଟିଛି ଦୁହିଁଙ୍କ ପରିବାର ମଧ୍ୟରେ। ସୂଚନା ଅନୁସାରେ ଦୁହେଁ ରିୟାଙ୍କ ବିବାହରେ ଯୋଗ ଦେଇ ଭୋଜି ମଧ୍ୟ ଖାଇଥିଲେ। ତେବେ ରିୟା ଓଲିଉଡରେ ଅନେକ ଫିଲ୍ମରେ ଆକ୍ଟିଂ କରିଛନ୍ତି, ସେ ଭିନ୍ନ ଭିନ୍ନ ପ୍ରକାରର ଆକ୍ଟିଂ କରିବାରେ ବି ଜଣା ଯାଆନ୍ତି। ଫିଲ୍ମରେ ଡାନ୍ସ ମଧ୍ୟ ସେ କରନ୍ତି, ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।