ଦୁନିଆରେ ବହୁତ ସାରା ଝିଅ ଅଛନ୍ତି ଯେଉଁମାନେ ପୁଅ ମାନଙ୍କୁ ଠକିଛନ୍ତି, ମୋ ସାଙ୍ଗର ରିଲେସନ ମୁଁ ଭାଙ୍ଗିଛି…..

ତେବେ ଆପଣ ମାନେ ସମସ୍ତେ ନିଶ୍ଚୟ ଓଡିଆ ଟିଭି ସିରିଏଲ୍ ଦେଖୁଥିବେ । ତା ହେଲେ ଆପଣ ମାନେ ନିଶ୍ଚୟ ଏହି ଓଡିଆ ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କୁ ମଧ୍ୟ ଜାଣିଥିବେ । ଆମ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା ପ୍ରତ୍ୟେକ କଳାକାର ନିଜ ଟ୍ୟାଲେଣ୍ଟ ଓ ନିଜ କଷ୍ଟରେ ଓଡିଆ ଇଣ୍ଡଷ୍ଟ୍ରିରେ ଯୋଗ ଦେଇଛନ୍ତି । ଏହି ଇଣ୍ଡଷ୍ଟ୍ରିରେ କେତେ ଜଣ ସଫଳ ହୋଇଛନ୍ତି ତ ଅନ୍ୟ କେତେଜଣ ବିଫଳ ହୋଇ ରହିଛନ୍ତି । ହେଲେ ଏମାନେ ନିଜ ଚେଷ୍ଟା ଓ ସଂଘର୍ଷକୁ ଜାରି ରଖିଛନ୍ତି ।

ଆପଣ ମାନେ ନିଶ୍ଚୟ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ତାରିଣୀ ଆଖିର ତାରା ଧାରାବିହକ ନିଶ୍ଚୟ ଦେଖୁଥିବେ ।ତାହେଲେ ସେଥିରେ ନେଗେଟିଭ୍ ରୋଲ୍ ରେ ଜବରଦସ୍ତ ଅଭିନୟ କରୁଥିବା ତ୍ରିଶାଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଯାହାଙ୍କର ପ୍ରକୃତ ନାମ ହେଉଛି ଭାଗ୍ୟଶ୍ରୀ ମିଶ୍ର ଏବଂ ତାଙ୍କ ଘର ବାଲେଶ୍ବର ଅଟେ । ତେବେ ଚାଲନ୍ତୁ ଜାଣିନେବା ତାଙ୍କ ବିଷୟରେ କିଛି ଅଜଣା କଥା ଯାହାକି ସେ ଏକ ଇଣ୍ଟରଭ୍ୟୁୟରେ କହିଛନ୍ତି ଏବଂ ଏବେ ତାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।


ତାରିଣୀ ଆଖିର ତାରା ସିରିଏଲ ରେ ଅଭିନୟ କରୁଥିବା ତ୍ରିଶା , ତାଙ୍କର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି। ଯାହା ସମସ୍ତ ମନଙ୍କୁ ଛୁଇଁ ପାରିଛି। ଆଉ ବହୁତ କମ୍ ବୟସରେ ଏବଂ ବହୁତ ଅଳ୍ପ ସମୟରେ ନେଗଟିଭ୍ ଚରିତ୍ରରେ ସେ ଦର୍ଶକ ମାନଙ୍କ ହୃଦୟରେ ଜାଗା ତିଆରି କରିସାରିଛନ୍ତି । ତେବେ ଏହି ଧାରାବାହିକ ରେ ଅଭିନୟ କରି ସେ ବର୍ତ୍ତମାନ ଚର୍ଚ୍ଚା ରେ। ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି । ତେବେ ସିରିଏଲେ ସହିତ ସେ ଭଲ ଆଲବମ୍ ରେ ମଧ୍ୟ ନିଜର ପ୍ରତିଭା ଦେଖେଇଛନ୍ତି ।


ତେବେ ଭାଇରାଲ୍ ହେଉଥିବା ଭିଡିଓରେ ତାଙ୍କର ବୟଫ୍ରେଣ୍ଟ କଥା ପାଚାରିବାରୁ ସେ କହିଥିଲେ ଯେ ତାଙ୍କର ବୟଫ୍ରେଣ୍ଡ ଅଛନ୍ତି ଏବଂ ଏସବୁ କଥା ତାଙ୍କ ପରିବାର ଲୋକମାନେ ମଧ୍ୟ ଜାଣିଛନ୍ତି । ଏହାଛଡା ସେ ଏହି ଲଭ୍ କୁ ନେଇ କହିଛନ୍ତି ଯେ ମୋ ମତରେ ପ୍ରେମର ଅର୍ଥ ହେଉଛି ପବିତ୍ରତା, ନିଃଶ୍ବାର୍ଥପରତା କିନ୍ତୁ ଆଜିକାଲିର ଲଭ୍ କୁ ସମସ୍ତେ ଗୋଟିଏ ଧନ୍ଦା ଭାବି ନେଇଛନ୍ତି ।

ନିଜର ସ୍ବାର୍ଥ ପୁରୁଣ ହେଲା ପରେ ସେମାନେ କେହି କାହାକୁ ହତ୍ୟା କରିବା ପାଇଁ ମଧ୍ୟ ପଛାଉ ନାହାଁନ୍ତି ଯାହା ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଆଉ ସେ ନିଜେ ଅଙ୍ଗେ ଲିଭେଇଥିବା ତାଙ୍କର ଏକ ସାଙ୍ଗଙ୍କ କଥା ମଧ୍ୟ କହିଥିଲେ ସେ କିପରି ନିଜ ମାଁର ଦେହ ଖରାପ ହୋଇଥିବା କଥା କହି ତାର ବୟଫ୍ରେଣ୍ଡ ଠାରୁ ଟଙ୍କା ନେଉଥିଲା ଯାହା ତାଙ୍କ ପାଇଁ ହିଁ ଭାଙ୍ଗି ଯାଇଥିଲା ।

ଆଉ ଦୁନିଆରେ ବହୁତ ଝିଅ ଅଛନ୍ତି ୟେଉଁମାନେ ପୁଅମାନଙ୍କୁ ଠକୁଛନ୍ତି ଏବଂ ତାଙ୍କର କିଛି ସାଙ୍ଗ ସେମିତି ଥିବା କଥା ମଧ୍ୟ ସେ କହିଛନ୍ତି । ତେବେ ଶେଷରେ ସେ କହିଛନ୍ତି ସେ ଏହି ଇଣ୍ଡଷ୍ଟ୍ରିକୁ ବସନ୍ତ ସାରଙ୍କ ସହଯୋଗରେ ଆସିଥିଲେ କିନ୍ତୁ ସେଥିରେ ଡିସକ୍ବାଲିଫାୟ ହୋଇଥିଲେ ଏହାପରେ ତାଙ୍କୁ ଆଉ ଗୋଟିଏ ସୁଯୋଗ ମିଳିଥିଲା ଯାହା ପାଇଁ ସେ ଆଜି ଏସ୍ଥାନରେ ପହଞ୍ଚି ପାରିଛନ୍ତି । ଭାଗ୍ୟଶ୍ରୀ କହିଛନ୍ତି ସେ ଅପରାଜିତା ମହାନ୍ତିଙ୍କୁ ନିଜର ଆଇଡଲ୍ ମାନନ୍ତି ଏହାଛଡା ତାଙ୍କର କୋଷ୍ଟାର ସୁମନ ପଟ୍ଟନାୟଙ୍କ ହେଉଛନ୍ତି ତାଙ୍କ ଜୀବନ । ତେବେ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave A Reply

Your email address will not be published.