olywod ଅଭିନେତା ” ପୁପିନ୍ଦର “କହିଲେ କେମିତି ପ୍ରେମରେ ପଟେଇଥିଲେ ତାଙ୍କ ପ୍ରିୟତମା ରୁପିନ୍ଦରଙ୍କୁ,ଏନେଇ କଣ କହୁଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ….

ସୋସିଆଲ ମିଡ଼ିଆରେ ପ୍ରତିଦିନ କିଛି ନା କିଛି ନୂଆ ନୂଆ ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଆଉ ସେହି ଘଟଣା ମାନଙ୍କ ମଧ୍ୟରୁ ବେଳେ ବେଳେ ଏମିତି କିଛି ଭିଡିଓ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ଖୁସି ହୋଇଯାନ୍ତି। ତେବେ ସେଲିବ୍ରେଟି ମାନଙ୍କ କଥା ଆସିଲେ ଫ୍ୟାନ୍ ମାନେ ଆଗ୍ରହ ପ୍ରକାଶ କରିଥାନ୍ତି ତାଙ୍କ ବିଷୟରେ ଜାଣିବା ପାଇଁ। ସେହିପରି ଜଣେ ଓଲିଉଡ୍ ଜଗତର କଳାକାର, ଜଣେ ଅଭିନେତା ଭାବରେ ସମସ୍ତଙ୍କ ହୃଦୟରେ ଜାଗା କରିଥିବା ଆମ ସମସ୍ତଙ୍କର ପ୍ରିୟ କଳାକାର ପୁପିନ୍ଦର ବର୍ତ୍ତମାନ ଚର୍ଚ୍ଚା ରେ ଆସିଛନ୍ତି। କାରଣ ସେ ତାଙ୍କର ଲଭ୍ ମ୍ୟାରେଜ୍ କୁ ନେଇ କିଛି ବ୍ୟକ୍ତ କରିଥିଲେ ସୋସିଆଲ ମିଡ଼ିଆ ସାମ୍ନାରେ।


ତେବେ ଜାଣିବା ପୁପିନ୍ଦର ତାଙ୍କ ଲଭ୍ ମ୍ୟାରେଜ୍ ବିଷୟରେ କଣ କହିଛନ୍ତି।ତେବେ ପୁପିନ୍ଦର ଙ୍କ କଥା ଅନୁସାରେ ଏବେ ଯେମିତି ଫେସବୁକ, ଇନଷ୍ଟା ଗୋଟିଏ ଗୋଟିଏ ସୋସିଆଲ ମିଡିଆର ମାଧ୍ୟମ ଯାହା ସାହାଯ୍ୟରେ ଆମେ ସମସ୍ତ ଙ୍କ ସହିତ କନେକ୍ଟ ହେଇ ପାରୁଛୁ କିନ୍ତୁ ସେତେବେଳେ ଅର୍କଟ ଥିଲା ।

ଆଉ ପୁପିନ୍ଦର ତାଙ୍କର ସ୍ତ୍ରୀ ଙ୍କୁ ଅର୍କଟ ରେ ଦେଖିଥିଲେ । ଆଉ ପୁପିନ୍ଦର ଙ୍କୁ ସେ ବହୁତ ଭଲ ଲାଗିଥିଲା ଆଉ ତାଙ୍କୁ ବେଶୀ ଆକୃଷ୍ଟ କରେଇଥିଲା ରୁପିନ୍ଦର ନାଁ ଟି । ଆଉ ପ୍ରୋଫାଇଲ ରେ ସେ ହଳଦିଆ ରଙ୍ଗର ଗୋଟିଏ ଡ୍ରେସ ପିନ୍ଧୁଥିଲେ ଆଉ ବହୁତ କିଉଟ ଦେଖା ଯାଉଥିଲେ, ଆଉ ଆଜି ବି ତାଙ୍କର ମନେ ଅଛି ତାଙ୍କର ସେହି ପ୍ରୋଫାଇଲ କଥା ବୋଲି କହିଛନ୍ତି ପୁପିନ୍ଦର ।ଆଉ ତାହା ପରେ ବାରମ୍ବାର ମେସେଜ ହେବା ପରେ ମଧ୍ୟ ତାଙ୍କୁ ରେଜେକ୍ଟ କରି ଦେଉଥିଲେ ସେମିତି 15 ଦିନ ପରେ ଗୋଟିଏ ଦିନ ସନ୍ଧ୍ୟାରେ ସେ ଏସେପ୍ଟ କରିଲେ ମେସେଜ କୁ ଆଉ ରିପ୍ଲା ମଧ୍ୟ ଦେଇଥିଲେ ।

 

ଆଉ ସେହି ଦିନ ଅଜାଣତରେ 15 ମିନିଟ କଥା ହୋଇଯାଇଥିଲେ । ଆଉ ତାହା ପରେ ନମ୍ବର ଏକ୍ସଚେଞ୍ଜ ହେଲା ଓ ଲଭ ହୋଇଥିଲା । ତା ପରେ ଘରେ ଜଣେଇଲେ ଆଉ ରୁପିନ୍ଦର ଙ୍କ ଘରେ ରାଜି ନ ଥିଲେ କାରଣ ଏକ୍ଟିଂ ପ୍ରଫେସନ କୁ ପସନ୍ଦ କରୁ ନଥିଲେ ରୁପିନ୍ଦର ଙ୍କ ଫେମିଲି ବୋଲି କହିଛନ୍ତି ପୁପିନ୍ଦର ।

 

ଆଉ ତାହା ପରେ ଯେହେତୁ ପୁପିନ୍ଦର ମାଲକାନଗିରି ର ପୁଅ ତେଣୁ କୋରାପୁଟିଆ ଭାଷା ରେ କଥା ମଧ୍ୟ ହୋଇଛନ୍ତି ପୁପିନ୍ଦର । ଆଉ ତାହା ସହିତ ତାଙ୍କର ଗୋଟିଏ ହିନ୍ଦୀ ଓ ଆଉ ଗୋଟିଏ ମରାଠୀ ଫିଲ୍ମ ରିଲିଜ କଥା ମଧ୍ୟ କହିଛନ୍ତି । ତେବେ ତାଙ୍କର ଗୋଟିଏ ଫିଲ୍ମ ସରକାରୀ ଜ୍ୱାଇଁ ଆସୁଛି ଯାହା ଦର୍ଶକ ମାନଙ୍କୁ ବହୁତ ହସାଇବ ବୋଲି କହିବା ସହିତ ଦମନ ଓ ପ୍ରତୀକ୍ଷା ଭଳି ଫିଲ୍ମ କୁ ଦେଖିକି ସେ ପୁଣି ଫିଲ୍ମ କରିବେ ବୋଲି କହିଛନ୍ତି । ଆଇ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।

Leave A Reply

Your email address will not be published.