ଘରେ ବସି ବସି 7 ଦିନରେ କମାନ୍ତୁ ପେଟ | ପେଟ କମେଇବାର ସହଜ ଘରୋଇ ଉପଚାର | Priya Ajit

ଓଜନ ବୃଦ୍ଧି କେବଳ ଆପଣ ଙ୍କ ଚେହେରା କୁ ପ୍ରଭାବିତ କରେ ନାହିଁ, ଏହା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ମୋଟା ପଣ ଆପଣ ଙ୍କ ହାର୍ଟ, କିଡନୀ, ହାଡ ପାଇଁ କ୍ଷତିକାରକ । ମେଦ ବହୁଳତା ହ୍ରାସ କରିବା କିମ୍ବା ପେଟ ରେ ଚର୍ବି କମାଇବା ପାଇଁ ଲୋକ ମାନେ ପ୍ରାୟତଃ ମେଥି ମଞ୍ଜି, ଫାଇବର ଯୁକ୍ତ ଖାଦ୍ୟ, ଓଜନ ହ୍ରାସ କରିବା ପାଇଁ ବ୍ୟାୟାମ କରିଥାନ୍ତି, ତେବେ ଏପରି ଟିପ୍ସ ରହିଛି ଯାହା ଓଜନ କମ କରିବା ସହିତ, ଆପଣ ଙ୍କର ହାର୍ଟ କୁ ସୁସ୍ଥ, ଉତ୍ତମ ହଜମ, ମଧୁମେହ ବା ଡାଇବେଟିସ କୁ ନିୟନ୍ତ୍ରଣ କରିବ। ଏହା ସହ ରକ୍ତ ରେ ଶର୍କରା ସ୍ତରକୁ ଠିକ ରଖିବ ଏବଂ ମହିଳା ମାନଙ୍କ ର ମାସିକ ଧର୍ମ ରେ ସହାୟକ ହେବ । ସେହି ଗୁଣକାରୀ ଜିନିଷ ହେଉଛି ଧନିଆ ।

ଧନିଆ ର କେବଳ ସୁଗନ୍ଧ ନୁହି, ଏହା ଆପଣ ଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭ ଦାୟକ ଅଟେ । ଧନିଆରେ ପୋଟାସିୟମ୍, କ୍ୟାଲସିୟମ୍, ଭିଟାମିନ୍ ସି ଏବଂ ମ୍ୟାଗ୍ନେସିୟମ୍ ଥାଏ । ଧନିଆ ଗୁଣର ଲାଭ ଉଠାଇବା କୁ, ଆପଣ ଧନିଆ ପାଣି ପିଇପାରିବେ । ଧନିଆ ପାଣି ପିଇବାର ଅନେକ ଲାଭ ଅଛି, ଜାଣନ୍ତୁ ସେହି ବିଷୟରେ-

ଆପଣ ଶୀଘ୍ର ଓଜନ ହ୍ରାସ କରିବା କୁ ଚାହାଁନ୍ତି, ଧନିଆ ପାଣି ଆପଣ ଙ୍କୁ ସାହାଯ୍ୟ କରିଥାଏ । ଏଥିପାଇଁ ଆପଣଙ୍କୁ ଏକ ଟେବୁଲ ଚାମଚ ଧନିଆ ମଞ୍ଜି ଏକ ଗ୍ଲାସ ପାଣିରେ ଫୁଟାଇବାକୁ ପଡିବ । ଯେତେବେଳେ ଏହା ଅଧା ଫୁଟିଯିବ ତା’ପରେ ଏହାକୁ ଛାଣି ପିଅନ୍ତୁ ।ଧନିଆ ପାଣି ବହୁତ ଭଲ ବୋଲି ବିବେଚନା କରାଯାଏ । ଏହା ଅନେକ ପେଟ ସମସ୍ୟା ରୁ ମୁକ୍ତି ଦେଇଥାଏ । ପେଟ ଯନ୍ତ୍ରଣା ରୁ ମୁକ୍ତି ପାଇଁ ଅଧା ଗ୍ଲାସ ପାଣିରେ ଦୁଇ ଚାମଚ ଧନିଆ ଗୁଣ୍ଡ ପକାଇ ପିଇବା ଦ୍ୱାରା ଆରାମ ମିଳିଥାଏ ।

ଅମ୍ଳତା ବା ଏସିଡିଟି ପରି ସମସ୍ୟା ଥାଏ, ତେବେ ଧନିଆ, ଜିରା, ଚିନି ଏବଂ ଚା ପତ୍ରକୁ ପାଣିରେ ମିଶାଇ ପିଅନ୍ତୁ ଆରାମ ପାଇବେ । କେବଳ ଏତିକି ନୁହେଁ, ଏହାର ପାଣି ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆଣିଥାଏ । ବଟରମିଲ୍କରେ ମିଶ୍ରିତ ଧନିଆ ପତ୍ର ପକାଇ ପିଇବା ଦ୍ୱାରା ବଦହଜମି, ବାନ୍ତି, ଡାଏରିୟା ଏବଂ କୋଲାଇଟିସ ଠାରୁ ଆରାମ ମିଳିଥାଏ ।ଧନିଆ ପାଣି ପିଇଲେ ରକ୍ତରେ ଇନସୁଲିନ୍ ନିୟନ୍ତ୍ରିତ ହୋଇଥାଏ। ଯାହା ରକ୍ତରେ ଶର୍କରା ସ୍ତର ଏବଂ ମଧୁମେହରେ ଆରାମ ଦେଇଥାଏ ।

ସମସ୍ୟ ମହିଳା ମାନଙ୍କ ମାସିକ ଧର୍ମ ସହିତ ଜଡିତ ସମସ୍ୟା ଦୂର କରିବା ରେ ଧନିଆ ପାଣି ସହାୟକ ହୋଇଥାଏ । ଯଦି ଏହି ସମୟ ରେ ଅତ୍ୟଧିକ ଋତୁସ୍ରାବ ହୁଏ, ତେବେ ପ୍ରାୟ 6 ଗ୍ରାମ ଧନିଆ ମଞ୍ଜିକୁ ଅଧା ଲିଟର ପାଣି ରେ ଫୁଟାନ୍ତୁ ଏବଂ ଏଥିରେ ଚିନି ମିଶାଇ ପିଅନ୍ତୁ । ଖୁବ କମ ସମୟ ଭିତରେ ଦୂର ହେବ ଏହି ସମସ୍ୟା ।

Leave A Reply

Your email address will not be published.