ଦେଖନ୍ତୁ shocking ଭିଡିଓ. ସୁକାନ୍ତଙ୍କ ଦଶାହ କର୍ମରେ ଅଭିନେତ୍ରୀ ରାଣୀ ପଣ୍ଡା ପଠାଇଲେ ଅବଢ଼ା….ଆଉ ତା ପରେ ଯାହା ଦୃଶ୍ୟ ଦେଖିବାକୁ ମିଳିଲା ଦେଖି ଆଶ୍ଚର୍ଯ୍ୟ ହେବେ…..

ଆଜି ହେଉଛି ସୁକାନ୍ତଙ୍କ ଦଶାହ କର୍ମ ଆଉ ସେହି ଦଶାହ ରେ ରାଣୀପଣ୍ଡା ମହା ପ୍ରସାଦ ପଠାଇଛନ୍ତି | 5ଶହ ଲୋକ ଙ୍କ ପାଇଁ ରାଣୀ ପଣ୍ଡା ଅଭଡ଼ା ପଠାଇଛନ୍ତି | ସୁକାନ୍ତ ଙ୍କ ଦଶାହ ରେ ଲୋକେ ମହା ପ୍ରସାଦ ଖାଇବେ ଆଉ ସୁକାନ୍ତ ଙ୍କର ଆତ୍ମା କୁ ଶାନ୍ତି ମିଳିବ | ତେବେ ପୁରୀ ରୁ ସିଧା ଗାଡ଼ି ଯୋଗେ ସୁକାନ୍ତ ଙ୍କ ଘରେ ଆସି ମହା ପ୍ରସାଦ ପହଞ୍ଚି ଥିଲା, ବଡ଼ ଦେଉଳ ରୁ ମହା ପ୍ରସାଦ ବାହାରି ସୁକାନ୍ତ ଙ୍କ ଗାଁ ରାଜନଗର ରେ ଆସି ପହଞ୍ଚି ଥିଲା |

ତେବେ ସୁକାନ୍ତ ଙ୍କ ପରିବାର ଆଜି ଦଶାହ କାର୍ଯ୍ୟ କୁ ନେଇ ଚିନ୍ତା ରେ ଥିଲେ ଆଉ ରାଣୀ ଅଭଡ଼ା ପଠାଇବା ପରେ ସେ ଆଜି ପୁରା ଚିନ୍ତା ମୁକ୍ତ ହୋଇ ଯାଇଛନ୍ତି | ସୁକାନ୍ତ ଙ୍କୁ ଆଜି ପୁରା ଗାଁ ଲୋକ ଝୁରୁଛନ୍ତି ଆଉ ଗୋଟେ ଭଲ ପିଲାକୁ ହରାଇ ପୁରା ଗାଁ ଟି ଶୋକ ସ୍ତବ୍ଧ ଆଉ ଆଜି ହେଉଛି ସୁକାନ୍ତ ଙ୍କର ଦଶାହ କାର୍ଯ୍ୟ ଯାହାକି ସୁକାନ୍ତ ଙ୍କ ମୃତ୍ୟୁ କୁ 10 ଦିନ ପୁରି ଯାଇଛି |


ସୁକାନ୍ତ ଙ୍କ ଘର ଆଗରେ ଠିଆ ହୋଇଛି ଅଭଡ଼ା ଅନ୍ନ, ଡାଲି, ବେସର, ଖଟା, ଶାଗ ସବୁ ରହିଛି ଆଉ ଏହାକୁ ଅଭିନେତ୍ରୀ ରାଣୀ ପଣ୍ଡା ପଠାଇଛନ୍ତି | ସେ ତାଙ୍କ ଦୋଷ ରୁ ପ୍ରାୟଶ୍ଚିତ କରିବା ପାଇଁ ଚାହିଁଛନ୍ତି ପ୍ରତି ଟି ସମୟରେ ସୁକାନ୍ତ ପରିବାର କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି |

ଆଉ କହିଛନ୍ତି କି ମୁଁ ତୁମ ପୁଅ ସୁକାନ୍ତ ଙ୍କ ମୃତ୍ୟୁ ରେ ମର୍ମାହତ ଆଉ ବହୁତ ଦୁଃଖିତ ଏହା କହି ରାଣୀ ପଣ୍ଡା ଖୁବ କାନ୍ଦିଛନ୍ତି ମଧ୍ୟ | ତେବେ ଗତ 26 ତାରିଖ ବିଳମ୍ବିତ ରାତିରେ ରାଣୀ ପଣ୍ଡା ଙ୍କ କାର ସହିତ ଧକ୍କା ହୋଇ ଥିଲା ସୁକାନ୍ତ ଙ୍କର ଗାଡ଼ି ଯାହା ଫଳରେ ଘଟଣା ସ୍ଥଳରେ ହିଁ ସୁକାନ୍ତ ଙ୍କର ମୃତ୍ୟୁ ହୋଇ ଯାଇଥିଲା |


ଯାହା ପରେ ଅଭିନେତ୍ରୀ ରାଣୀ ପଣ୍ଡା ତାଙ୍କର ଦୋଷ କୁ ପ୍ରାୟଶ୍ଚିତ କରିବାକୁ ଚାହିଁ ଥିଲେ ଆଉ ସୁକାନ୍ତ ଙ୍କର ପୁରା ପରିବାର ର ଯତ୍ନ ନେବା ପାଇଁ କହି ଥିଲେ | ପୁଅ ଓ ଝିଅ ର ଭବିଷ୍ୟତ ଗଢିବେ ବୋଲି କହି ଥିଲେ, ଦୁର୍ଘଟଣା ହେବାର ଦୁଇ ଦିନ ପରେ ସୁକାନ୍ତ ଙ୍କ ପରିବାର କୁ 50 ହଜାର ଟଙ୍କା ପଠାଇ ଥିଲେ | ତେବେ ଦେଖିବା ଯଦି ରାଣୀ ଙ୍କର ଏବଂ କାର୍ଯ୍ୟ କୁ ଦେଖି ସୁକାନ୍ତ ଙ୍କ ପରିବାର ରାଣୀ ଙ୍କ ପ୍ରତି ସବୁ ଅଭିମାନ କୁ ଦୂରେଇବାରେ ଦେଖା ଯାଇଛନ୍ତି | ସେପଟେ ରାଣୀ ସୁକାନ୍ତ ଙ୍କ ଦଶାହ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି |

Leave A Reply

Your email address will not be published.