ଝୁରୁଛନ୍ତି ଲୋକେ , ଖୋଜୁଛି ସିନେ ଜଗତ… ମିହିର ଦାସ ( Mihir Das ) ଙ୍କ ଶେଷ ଭିଡ଼ିଓ ଦେଖିଲେ କାନ୍ଦି ପକାଇବେ…

ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ହୋଇ ରହିଛନ୍ତି ଯେଉଁ ମାନେ କି ତାଙ୍କ ଅଭିନୟ ମାଧ୍ୟମ ରେ ଆମର ମନକୁ ଜିଣି ପାରିଛନ୍ତି | ସମସ୍ତ ଦର୍ଶକ ଙ୍କର ପ୍ରାୟ କେହି ନା କେହି ପ୍ରିୟ କଳାକାର ରହି ଥାଆନ୍ତି ଆଉ ଯାହାଙ୍କର ଫିଲ୍ମ ହେଉ ଅବା କିଛି ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ହେଉ ନଚେତ କିଛି ଅନ୍ୟାନ୍ୟ ଭିଡ଼ିଓ ହେଉ ତାହା ଦେଖିବା ପାଇଁ ଫ୍ୟାନ୍ସ ମାନେ ଚାତକ ଭଳି ଚାହିଁ ରହି ଥାଆନ୍ତି | କାରଣ ଏହି ସେଲିବ୍ରେଟି ଙ୍କର ଜୀବନ ଶୈଳୀ ସାଧାରଣ ଭାବରେ ଭିନ୍ନ ହୋଇ ଥାଏ |


ତେବେ ସେ ମହାନ କଳାକାର ହେଉ ପଛକେ ଜନ୍ମ ଯେତେ ବେଳେ ନେଇଛନ୍ତି ତାଙ୍କର ମୃତ୍ୟୁ ମଧ୍ୟ ରହିଛି | ତେବେ ଏହି କିଛି ବର୍ଷ ଭିତରେ ଆମକୁ ଅନେକ ବଡ଼ ବଡ଼ କଳାକାର ପର କରି ଦେଇ ଚାଲି ଯାଇଛନ୍ତି, କାହାର କରୋନା ଦ୍ୱାରା ମୃତ୍ୟୁ ହୋଇଛି ତ ଆଉ କାହାର ଅନ୍ୟ କୌଣସି ରୋଗ ପାଇଁ ଦେହାନ୍ତ ହୋଇ ଯାଇଛି | ସେଥି ମଧ୍ୟରୁ ଜଣେ ହେଉଛନ୍ତି ଓଲିଓଡ଼ ର ପ୍ରସିଦ୍ଧ କଳାକାର ଅଭିନେତା ମିହିର ଦାସ | ସେ ଏମିତି ଜୀବନ୍ତ ଅଭିନୟ କରି ଦେଖାଉ ଥିଲେ ଯେଉଁଥିରେ କେତେ ବେଳେ ସେ ହସାଇ ଦେଉ ଥିଲେ ତ ପୁଣି କେତେ ବେଳେ କନ୍ଦାଇ ଦେଉ ଥିଲେ |


ତାଙ୍କର ଅଭିନୟ ପ୍ରାୟ ସମସ୍ତ ଦର୍ଶକ ଙ୍କୁ ଆକୃଷ୍ଟ କରିଥାଏ ଆଉ ତାଙ୍କର ଟିକିଏ ଝଲକ ଦେଖିବା ପାଇଁ ଦର୍ଶକ ଯେମିତି ପାଗଳ ହୋଇ ରହି ଥାଆନ୍ତି | କିନ୍ତୁ ଏହା ମଧ୍ୟ ସତ ଯେ ସେ ଆଜି ଆମ ଗହଣ ରେ ଆଉ ନାହାଁନ୍ତି ତାଙ୍କ ଦେହାନ୍ତ ହେବାର ଗୋଟିଏ ବର୍ଷ ପୁରି ଯାଇଛି ଯାହାକି ସେ ଆଜି ମଧ୍ୟ ପ୍ରତେକ ଓଡ଼ିଶା ବାସୀ ଙ୍କ ମନରେ ସଜ୍ଜିତ ହୋଇ ରହିଛନ୍ତି | ଏହି ଧରାପୃଷ୍ଠ କୁ ତ ଦିନେ ନା ଦିନେ ସମସ୍ତେ ଛାଡ଼ି ଚାଲି ଯିବେ କିନ୍ତୁ ଯିଏ ସମସ୍ତ ଙ୍କ ହୃଦୟ ରେ ଜାଗା କରି ପାରିବ ସେ ହିଁ ଏହି ଦୁନିଆଁ ରେ ଅମର ହୋଇ ରହି ପାରିବ | ତେବେ ସେଭଳି ଏକ ମହାନ ବ୍ୟକ୍ତି ହେଉଛନ୍ତି ମିହିର ଦାସ ଯିଏ କି ଚିର ସ୍ମରଣୀୟ ହୋଇ ରହିବେ |


ଆଉ ଯାହା କୁହାଯାଉଛି କି 11 ଫେବୃଆରୀ 1959 ମସିହାରେ ମୟୁରଭଞ୍ଜ ଜିଲ୍ଲା ରେ ଜନ୍ମଗ୍ରହଣ କରିଥିଲେ ମିହିର ଦାସ |ତେବେ ସେ ଫିଲ୍ମ ରେ ନାୟକ, ଖୋଳ ନାୟକ ଓ ହାସ୍ୟ ଅଭିନେତା ଭାବରେ ଅଭିନୟ କରି ଆସିଛନ୍ତି ଆଉ ସେଗୁଡିକ ମଧ୍ୟରୁ ସ୍କୁଲ ମାଷ୍ଟର ତାଙ୍କର ପ୍ରଥମ ଅଭିନୟ ଥିଲା | ତେବେ ତାହା ପରେ ପୁଅ ମୋର ଭୋଳା ସାଙ୍ଗର, ସାକ୍ଷୀ ରହିଲା ମ ସିଂହ ଦୁଆର, ଫେରିଆ ମୋ ସୁନା ଭଉଣୀ, ପ୍ରେମ ଅଢେଇ ଅକ୍ଷର ଏମିତି ଅନେକ ଫ୍ଲିମ ରେ ମଧ୍ୟ ସେ ଅଭିନୟ କରିଛନ୍ତି |ତେବେ ଲକ୍ଷ୍ମୀ ପ୍ରତିମା ଫ୍ଲିମ ପାଇଁ ମଧ୍ୟ ଅନେକ ସଂମ୍ମାନ ଆଉ ପୁରସ୍କାର ପାଇଛନ୍ତି | ଏହା ସହିତ ସେ ଗାୟିକା ଓ ଅଭିନେତ୍ରୀ ସଂଗୀତା ଦାସ ଙ୍କୁ ବିବାହ ମଧ୍ୟ କରିଥିଲେ | ତେବେ ଆଜି ବି ତାଙ୍କ ଅଭିନୟ ମନେ ପଡ଼ି ଗଲେ ଆଖିରେ ଲୁହ ଚାଲି ଆସେ |

Leave A Reply

Your email address will not be published.