ଠିକ ସମୟରେ ପିରିୟଡସ୍ ନହେବା – ପିସିଓଏସର ଲକ୍ଷଣ | Dr. hemabathi

ତେବେ ଅନେକ ମହିଳା ଅଛନ୍ତି ଯେଉଁ ମାନଙ୍କର ପିରିୟଡ଼ସ ରେ ଅନିୟମିତତା ଦେଖା ଯାଇଥାଏ ଯାହା ଦ୍ୱାରା ପରେ ପରେ ଗର୍ଭ ଧାରଣ ରେ ଅନେକ ସମସ୍ୟା ଦେଖା ଯାଇଥାଏ | ଏହା ପିସିଓଏସ ଦ୍ୱାରା ହୋଇ ଥାଏ ତେବେ ପିସିଓଏସ ର ପୁରା ନାମ ହେଉଛି ପଲିସିଷ୍ଟିକ ଓଭାରିୟାନ ସିଣ୍ଡ୍ରୋମ ଯାହାକି ଏହା ଏକ ହରମୋନ ଜନିତ ସମସ୍ୟା | ଏହା ପ୍ରତ୍ୟେକ ମାସ ମହିଳାଙ୍କର ଡିମ୍ବାଶୟରୁ ଗୋଟିଏ ଗୋଟିଏ ଡିମ୍ବ ବାହାରେ ଏବଂ ଏହାର 15 ଦିନ ପରେ ପରିୟଡ଼ସ ହୁଏ | ଯେହେତୁ ଏହା ଏକ ହରମୋନ ଜନିତ ସମସ୍ୟା ତେଣୁ, ଅଣ୍ଡା ଡିମ୍ବାଶୟରୁ ବାହାରେ ନାହିଁ ସେଥିପାଇଁ ପରିୟଡ଼ସ ଠିକ ସମୟରେ ହୁଏ ନାହିଁ | ଏହି ଭଳି ସମସ୍ୟାର କାରଣ ଓ ଲକ୍ଷଣ ବିଷୟରେ ଆସନ୍ତୁ ଆଲୋଚନା କରିବା |

ପିସିଓଏସ କାରଣ କଣ?:-

 


ତେବେ ଏହି ପିସିଓଏସ ହେବାର ଦୁଇଟି କାରଣ ରହିଛି ପ୍ରଥମ ଟି ହେଉଛି ଜେନେଟିକ ଓ ଦ୍ୱିତୀୟ ଟି ହେଉଛି ପରିବେଶ ବା ଜୀବନ ଶୈଳୀ | ଆଜିକାଲି ର ଜୀବନ ଶୈଳୀ ରେ ଅନେକ ଲୋକ ଅଛନ୍ତି ଯେଉଁ ମାନେ ଘର ଖାଇବା ଠାରୁ ବାହାର ଖାଇବା ପାଇଁ ଅଧିକ ପସନ୍ଦ କରୁଛନ୍ତି | ଏହା ସହିତ ପୁଣି ରାତିରେ ପ୍ରାୟ ସମୟ ଅନିଦ୍ରା ରହୁଛନ୍ତି ଯାହା ଫଳରେ ମହିଳା ଙ୍କ ଠାରେ ଏହି ପିସିଓଏସ ର ସମସ୍ୟା ଦେଖା ଯାଇଥାଏ |

ଗର୍ଭବସ୍ଥା ଓ ଋତୁଶ୍ରାବ ଉପରେ ପିସିଓଏସ ର ପ୍ରଭାବ :-
ତେବେ ପିସିଓଏସ ଯୋଗୁଁ ଅତ୍ୟଧିକ ଭାବରେ କେଶ ଝଡ଼ି ଥାଏ ଏବଂ ମୁହଁରେ ବ୍ରଣ ଭଳି ଦେଖା ଯାଇଥାଏ ଏହା ସହିତ ଅନେକ ସମସ୍ୟା ଦେଖା ଯାଇଥାଏ | ପିସିଓଏସ ଯୋଗୁଁ ଓଭରି ରେ ଅଣ୍ଡା ର ମାନ କମି ଯାଇ ଥାଏ ଯାହା ଦ୍ୱାରା ଗର୍ଭଧାରଣ ଉପରେ ଖୁବ ପ୍ରଭାବ ପକାଇ ଥାଏ |

ପିସିଓଏସ ର ଲକ୍ଷଣ :-

 


ପିସିଓଏସ ହେବା କାରଣ ଯୋଗୁଁ ଋତୁଶ୍ରାବ ର ଅନିୟମିତତା ଦେଖା ଦେଇଥାଏ | ଏହି ସମୟରେ ମହିଳାଙ୍କର ଅଧିକ ରକ୍ତସ୍ରାବ ହେଇଥାଏ, ଓ କେତେକ ଙ୍କ ଏହା କମ ଦେଖାଯାଏ | ଏହା ବ୍ୟତୀତ ମୁଣ୍ଡବିନ୍ଧା ଓ ବନ୍ଧ୍ୟାଦୋଷ ଭଳି ସମସ୍ୟା ମଧ୍ୟ ଦେଖା ଦିଏ |

ବିଭିନ୍ନ ବୟସ ଉପରେ ପିସିଓଏସ ପ୍ରଭାବ :-
ଏହା ଆପଣ ଜାଣି ରଖନ୍ତୁ କି ଯେତେ ବେଳେ ଏକ ମହିଳା ର ପ୍ରଥମ ଥର ପାଇଁ ପିରିୟଡ଼ସ ହୁଏ ସେତେ ବେଳେ ତାହା ଏକ ବର୍ଷ ପର୍ଯ୍ୟନ୍ତ ପିରିୟଡ଼ସ ରେ ଅନିୟମିତତା ଦେଖାଯାଏ | କିନ୍ତୁ ଏହା ଯଦି ମଧ୍ୟମ ବୟସ ରେ ଅନିୟମିତତା ଦେଖା ଯିବ ତେବେ ଗର୍ଭ ଧାରଣ ରେ ସମସ୍ୟା ଦେଖା ଯାଇ ପାରେ |

ପିସିଓଏସ କୁ ଚିହ୍ନିବେ କେମିତି :-
ଏହା ସାଧାରଣତଃ ମହିଳାଙ୍କ ସମସ୍ୟା କୁ ଦେଖି ଜାଣି ହୁଏ ଯେ ପିସିଓଏସ ଅଛି କି ନାହିଁ | ଏହା କୌଣସି ଲକ୍ଷଣ ନାହିଁ ହେଲେ ଏହା ଅଛି ବୋଲି ଡାକ୍ତର କୁହନ୍ତି |

ପିସିଓଏସର ଚିକିତ୍ସା :-
ତେବେ ଏହି ପିସିଓଏସର ପ୍ରଥମ ଚିକିତ୍ସା ହେଉଛି ନିଜ ଜୀବନଶୈଳି କୁ କିପରି ଭାବେ ପରିବର୍ତ୍ତନ କରିବା | ଯେମିତିକି ଭାତ, ରୁଟି,ମୋଇଦା, ଆଳୁ, ଚିନି,କ୍ଷୀର ରେ ତିଆରି ଖାଦ୍ୟ କମ ଖାଇବା | ରାତି ଅନିଦ୍ରା ରହିବା ଉଚିତ ନୁହେଁ, କାରଣ ଅନିଦ୍ରା ରହିବା ଦ୍ୱାରା ହରମୋନ ଅସନ୍ତୁଳିତ ବଡ଼ିଥାଏ ଯାହା ଦ୍ୱାରା ବହୁତ ସମସ୍ୟା ମଧ୍ୟ ହେଇଥାଏ | ଏହା ସହିତ ସକାଳେ ବ୍ୟୟାମ କରିବା ଓ ଡାକ୍ତର ଙ୍କ ପରାମର୍ଶ ରେ କିଛି ଔଷଧ ସେବନ କରିବା | ତେବେ ଏଭଳି ଭାବେ ନିଜ ଜୀବନ ଶୈଳୀ କୁ ରଖନ୍ତୁ ଦେଖିବେ ଆପଣଙ୍କ ଏଭଳି ସମସ୍ୟା ଦୂର ହୋଇ ଯିବ |

Leave A Reply

Your email address will not be published.