ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଯେତେ ବେଳେ ଏକ ମହିଳା ବିବାହ କରି ଥାଏ ସେତେ ବେଳେ ତାର ପ୍ରଥମ ଇଚ୍ଛା ଥାଏ କି ସେ କିପରି ଏକ ମା ସୁଖ ଲାଭ କରିବ ଆଉ ଗର୍ଭବତୀ ହେବା ପରେ ସେ ତା ଜୀବନ ର ସବୁ ସୁଖ ପାଇ ଯାଇଥାଏ | ତେବେ ମା ନ ହେବା ଏକ ଅଭିଶପ୍ତ ଜୀବନ ପରି ହୋଇ ଥାଏ, ଅନେକ ଜଣ ମହିଳା ଗର୍ଭବତୀ ହେବା ଅନେକ କିଛି ପ୍ରୟାସ କରି ଥାଆନ୍ତି କିନ୍ତୁ ହେଲେ ସେମାନେ ଗର୍ଭ ଧାରଣ କରି ପାରନ୍ତି ନାହିଁ | ତେବେ ଗର୍ଭବତୀ ନ ହେବାର ଅନେକ ଭିନ୍ନ ଭିନ୍ନ କାରଣ ରହି ଥାଏ ଯାହା ଦ୍ୱାରା ଜଣେ ମହିଳା ଗର୍ଭଧାରଣ ରୁ ବଞ୍ଚିତ ହୋଇ ଥାଏ | ତେବେ ଆଜି କେଉଁ ସବୁ ଉପାୟ ଦ୍ୱାରା ଜଣେ ଗର୍ଭବତୀ ହୋଇ ପାରିବ ସେହି ସମ୍ପର୍କ ରେ ଆଲୋଚନା କରିବା |
ଗର୍ଭବତୀ ନ ହେବା ର କାରଣ କଣ ରହିଛି :-
ତେବେ ଗର୍ଭବତୀ ନ ହେବାର ମୁଖ୍ୟ କାରଣ ହେଉଛି ସଠିକ ଭାବରେ ସହବାସ ନ କରିବା, ତେଣୁ ଗର୍ଭବତୀ ହେବା ପାଇଁ ପ୍ରଥମେ ସଠିକ ସମୟରେ ସହବାସ କରିବା ଉଚିତ | ପ୍ରତେକ ମାସରେ କିଛି ଏମିତି ଦିନ ରହିଛି ଯେଉଁ ଦିନ ଗୁଡ଼ିକ ରେ ସହବାସ କରିଲେ ଜଣେ ଗର୍ଭବତୀ ହୋଇ ପାରିବ | ପ୍ରତେକ ମହିଳା ଙ୍କର ଏହି ଦିନ ଗୁଡ଼ିକ ଅଲଗା ଅଲଗା ହୋଇ ଥାଏ କାରଣ ଏହା ମହିଳା ଙ୍କର ମାସିକ ଧର୍ମ ଉପରେ ନିର୍ଭର କରିଥାଏ |
ଗର୍ଭବତୀ ହେବା ପାଇଁ କେଉଁ ସବୁ ଉପାୟ ଆପଣାଇବେ :-

ଗର୍ଭବତୀ ହେବା ପାଇଁ ପ୍ରଥମେ ପିରିୟଡ଼ସ ଚକ୍ରର ନିୟମ ବିଷୟ କୁ ଜାଣିବାକୁ ହେବ | ପିରିୟଡ୍ସ ହେବାର 6 ଦିନ ପରେ ହିଁ ମାସିକ ଧର୍ମ ବନ୍ଦ ହୋଇ ଯାଇଥାଏ | ତେବେ ସେହି ପିରିୟଡ଼ସ ବନ୍ଦ ହେବାର 11 ଦିନ ଛାଡିକି ନିହାତି ଭାବରେ ସହବାସ କରନ୍ତୁ ଦେଖିବେ ଆପଣ ଙ୍କର ନିହାତି ଭାବରେ ଗର୍ଭ ରହିବ |
ଏହା ସହିତ ସହବାସ କରିସାରିବା ପରେ ମହିଳା ମାନଙ୍କୁ ଅତିକମ ରେ 30 ମିନଟ ସେହି ସେଜରେ ଶୋଇ ରହିବା ଉଚିତ | ଏମିତି କରିବା ଦ୍ୱାରା ପୁରୁଷ ଙ୍କ ସ୍ପୋର୍ମ ଅତି ସହଜ ରେ ଗର୍ଭ ଭିତରକୁ ପ୍ରବେଶ କରିପାରିବ | ଯାହା ଦ୍ୱାରା ଆପଣଙ୍କ ଡିମ୍ବ କୁ ଅତି ସହଜ ରେ ଫୋର୍ଟିଲାଇଜର କରିବାରେ ସହାୟକ ହେଇଥାଏ | ତାପରେ ପୁରୁଷ ର ସ୍ପୋର୍ମ ବା ବୀର୍ଯ୍ୟ ସ୍ତ୍ରୀ ଗର୍ଭାଶୟକୁ ଯିବାର 24 ଘଣ୍ଟା ବା 48 ଘଣ୍ଟା ଯାଏ ଏହା ଜୀବତ ରହିଥାଏ |
ତେଣୁ ଗର୍ଭଧାରଣ କରିବାର ପାଇଁ ପ୍ରଥମେ ଏହି ସ୍ପୋର୍ମ କୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ 24 ଘଣ୍ଟା ରେ ଥରେ ସହବାସ କରିବା ଉଚିତ | ଏହା ସହିତ ପ୍ରତ୍ୟକ ଦିନ ସୁଷମ ଖାଦ୍ୟ ଆଦି ଖାଆନ୍ତୁ ଏବଂ ସମୟ ଅନୁଯାୟୀ ଆପଣଙ୍କ ହିମୋଗ୍ଲୋବିନ, ଓ ରକ୍ତ ମଧ୍ୟ ପରୀକ୍ଷା କରନ୍ତୁ | କେବଳ ଏତିକି ନୁହେଁ ବରଂ ପ୍ରତିଦିନ କିଛି କିଛି ବ୍ୟାୟାମ ମଧ୍ୟ କରନ୍ତୁ | ଏଭଳି ଉପାୟ କରନ୍ତୁ ଦେଖିବେ ଆପଣ ଗର୍ଭବତୀ ହେବାର ସୁଖ ଲାଭ କରି ପାରିବେ |