ସବୁଦିନ ପାଇଁ ଆଖି ବୁଜିଲେ ଧନୁ ଯାତ୍ରାର ବଳରାମ । ଦୁନିଆକୁ ଅଲବିଦା କହିଲେ କୁନି କଳାକାର

ବରଗଡ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବା ପୂର୍ବରୁ ଅଭାବନୀୟ ଘଟଣା । ଚଳିତ ବର୍ଷ ଧନୁଯାତ୍ରାର ବଳରାମ ଭୂମିକାରେ ଅଭିନୟ ପାଇଁ ମନୋନୀତ ଶିଶୁ କଳାକାର ଶ୍ରେୟସ ପୂଝାରୀଙ୍କ ଅକାଳ ବିୟୋଗ ଘଟିଛି । 12 ବର୍ଷୀୟ ଶ୍ରେୟସ ଆଜି ନିଜ ଘରେ ଖେଳୁଥିବା ବେଳେ ହଠାତ୍ ତଳେ ପଡିଯାଇଥିଲେ ।ଖେଳୁ ଖେଳୁ ଚାଲିଗଲା ଜୀବନ । ଧନୁଯାତ୍ରା ପାଇଁ ବଳରାମ ଭୂମିକାରେ ଅଭିନୟ କରିବାକୁ ଥିବା କୁନି କଳାକାରଙ୍କ ଜୀବନ ଚାଲିଗଲା ।

ଶ୍ରେୟସ ପୂଜାରୀ ନାମକ କୁନି କଳାକାର ଖେଳୁଥିବା ସମୟରେ ପଡ଼ି ଯାଇ ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବରଗଡ଼ ଧନୁଯାତ୍ରା ପାଇଁ ଶ୍ରେୟସ ‘ବଳରାମ’ ଭୂମିକାରେ ଅଭିନୟ କରିବା ପାଇଁ ଚୟନ ହୋଇଥିଲେ । ଅମ୍ବାପାଲିରେ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ ବୋଲି ସୂଚନା ମିଳିଛି । ସେ ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ନିଜର ଡାଇଲଗ ମଧ୍ୟ ଅଭ୍ୟାସ କରୁଥିଲେ ।

ବରଗଡ଼ ଧନୁଯାତ୍ରାକୁ ଆଉ ଅଳ୍ପ ଦିନ ବାକି ରହିଥିଲା ବେଳେ ଏଭଳି ଅଭାବନୀୟ ଘଟଣା ଲୋକଙ୍କ ମନରେ ଦୁଃଖର ବାଦଲ ଖେଳାଇ ଦେଇଛି । ଏଥର ଧନୁଯାତ୍ରା ପାଇଁ ଚୟନ ହୋଇଥିବା ଶ୍ରେୟସ ପୂଜାରୀଙ୍କ ମୃତ୍ୟୁରେ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ଗତବର୍ଷ ଧୁନୁଯାତ୍ରାରେ ଶ୍ରେୟସ ବଳରାମ ଭୂମିକାରେ ଅଭିନୟ କରିଥିଲେ । ଚଳିତ ବର୍ଷ ମଧ୍ୟ ଧନୁଯାତ୍ରାରେ ଶ୍ରେୟସ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ ।

ପରିବାର ଲୋକେ ତୁରନ୍ତ ତାଙ୍କୁ ବରଗଡ଼ର ପୁରୁଣା ହସ୍ପିଟାଲକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରେୟସ୍ ସ୍ଥାନୀୟ ଶିଶୁ ମନ୍ଦିରରେ ସପ୍ତମ ଶ୍ରେଣୀରେ ପଢୁଥିଲେ । ଧନୁଯାତ୍ରା ପାଇଁ ଗୋପପୁର ସାଜୁଥିବା ଅମ୍ବାପାଲିରେ ସେ ନିୟମିତ ଭାବେ ରିହରସଲ୍ ପାଇଁ ଆସୁଥିଲେ ।

 

ଏପରିକି ଗତକାଲି ମଧ୍ୟ ଡାଇଲଗ୍ ଅଭ୍ୟାସ କରିଥିଲେ ।ହେଲେ ଆଜି ହଠାତ ତାଙ୍କର ଅକାଳ ମୃତ୍ୟୁ ଯୋଗୁଁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତି ସଂପାଦକ ସୁରେଶ୍ୱର ଶତପଥୀ କହିଛନ୍ତି , ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ଏପରି ଘଟଣା ଖୁବ୍‌ ମର୍ମାହତ କରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.