କଅଁଳ ଛୁଆ ଚାରିପଟେ ଫେର ମାରୁଥିଲା ଏହି ଭୟଙ୍କର ଚନ୍ଦ୍ର ନାଗ ( Cobra ) କୁ ଦେଖି ମାଆ କଲା ଏମିତି….

ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ। ସେହି ସମସ୍ୟାକୁ ସମଧାନ କରି ମନୁଷ୍ୟକୁ ଆଗକୁ ମଧ୍ୟ ବଢ଼ି ବାକୁ ପଡିଥାଏ। ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ପଶୁ, ପକ୍ଷୀ ଓ ଜୀବ ଜନ୍ତୁ ମାନଙ୍କୁ ଦେଖି ବାକୁ ମିଳିଥାଏ। ସାପ ଏଭଳି ଏକ ଜନ୍ତୁ ଯାହାକୁ ଦେଖିବା ମାତ୍ରେ ଛାତି ଥରି ଯାଇଥାଏ ଓ ମନରେ ବହୁତ ମାତ୍ରାରେ ଭୟ ଲାଗି ଥାଏ। ସେମାନେ ବଣ, ଜଙ୍ଗଲ ଓ ଇଟା ଭାଟି ଆଦି ସ୍ଥାନରେ ବୁଲୁ ଥାଆନ୍ତି। ସମୟ ସମୟ ସେମାନେ ଲୋକ ମାନଙ୍କ ଘରେ ମଧ୍ୟ ପଶି ଯାଇ ଥାଆନ୍ତି। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖି ବାକୁ ମିଳିଥାଏ।

ତେବେ ସାପ କାମୁଡ଼ାରେ ଅନେକ ସମୟରେ କେତେ ଜୀବନ ଯାଉ ଥିବାର ନଜର ରହିଛି। ଆପଣ ବି ଏଭଳି ଘଟଣା ଆପଣଙ୍କ ପାଖ ଆଖରେ ନିଶ୍ଚୟ ଦେଖିଥିବେ। କେତେବେଳେ କାହାର ଜୀବନ ବଞ୍ଚି ଯାଇଥାଏ ତ ପୁଣି କେତେବେଳେ ବିଷଧର ସାପର ଦଂଶନ ରେ ଲୋକଙ୍କ ଜୀବନ ଚାଲି ଯାଇଥାଏ।

ଦେଖିବାକୁ ଗଲେ ସାପ ପ୍ରାୟତଃ ସବୁ ସ୍ଥାନରେ ଅଳ୍ପ ବହୁତ ରହିଛନ୍ତି। ମୁଖ୍ୟତଃ ବିଲ କିମ୍ବା ଜଙ୍ଗଲ ପାଖ ଅଞ୍ଚଳ ମାନଙ୍କରେ ଥିବା ଗାଆଁ ଗୁଡିକରେ ସାପ ଅନେକ ସମୟରେ ଦେଖିବାକୁ ମିଳନ୍ତି। ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ। ଏହା ଏମିତି ଜୀବ ଯାହା ସମସ୍ତଙ୍କ ମନରେ ଏକ ଭିନ୍ନ ଧରଣର ଭୟ ସୃଷ୍ଟି କରିଥାଏ।

ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଭୟ ଅନୁଭବ କରିବେ। ତେବେ ଆସନ୍ତୁ ଜାଣିବା ସେହିପରି ଏମିତି ଏକ ଅଜବ ଏବଂ ଭୟଙ୍କର ଭିଡିଓ ବିଷୟରେ ।

ଯାହାକୁ ଦେଖି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହା ଦୁନିଆର ସବୁଠାରୁ ବିଷଧର ସାପ ମାନଙ୍କ ଭିତରୁ ଗୋଟିଏ।ଏହି ଭିଡିଓ ଆପଣ ଦେଖିବାକୁ ପାଇବେ ସାପ ମଣିଷ ଭଳି ଗର୍ଜନ କରୁଛି ଏବଂ ରାଗ ଦେଖାଉଛି।ଏହା ହେଉଛି ଏକ ବିଷଧର ଚନ୍ଦ୍ରନାଗ। ଏହା ଦେଖିବାକୁ ମଧ୍ଯ ଅଜବ ଭଳି ହୋଇଛି।

ସୂଚନା ଅନୁସାରେ ଏହି ଭିଡ଼ିଓରେ ଆପଣ ଦେଖୁଥିବା ସାପ ଧରାଳି ଜଣଙ୍କ ହେଉଛନ୍ତି ଭଦ୍ରକ ଜିଲ୍ଲାର ଜଣେ ଯୁବକ।ସେ ଏହିପରି ଅନେକ ଅଜବ ଧରଣର ସାପ ଧରିଥାନ୍ତି। ଉପଯୁକ୍ତ ତାଲିମ୍ ନେଇ କୌଶଳ କ୍ରମେ, ପ୍ରଶିକ୍ଷଣ ନେଇ ସେ ସାପକୁ ଧରିଥାନ୍ତି।

ସାପ ଧରିବା ସମୟର ଭିଡିଓ ସେ ସୁଟ କରାଇଥାନ୍ତି ଏବଂ ଏହାକୁ ସେ ସୋସିଆଲ ମିଡିଆରେ ଅପଲୋଡ଼ କରନ୍ତି।ଜଣଙ୍କ ଘରେ ପିଲାଟି ଶୋଇଥିବା ବେଳେ ସାପ ସେ ପାଖରେ ଥିବା ଜାଣି ମାଆ ସାପ ଧରାଳି ଙ୍କୁ ଜଣାଇ ଥିଲେ।ଖବର ପାଇ ସାପ ଧରାଳି ପହଞ୍ଚି ଏହି ସାପକୁ ଘର ଭିତରୁ କିପରି ଉଦ୍ଧାର କରୁଛନ୍ତି ତାହା ଦେଖନ୍ତୁ।

ସାପଟି ବିଶାଳକାୟ ହୋଇଥିବା ବେଳେ ଯେଉଁପରି ରାଗରେ ସେ ଗର୍ଜନ କରୁଛି ତାହା ଦେଖିଲେ ଆପଣ ଭୟଭୀତ ହୋଇଯିବେ।ଏହି ସାପଟି ଯେମିତି ରାଗି ସେମିତି ବିଷଧର। କୌଣସି ବି ଆଞ୍ଚ ଆସିଲେ ସେ ଦଂଶନ କରିଥାଏ। ଶେଷରେ ଏହାକୁ ସାପ ଧରାଳି ଜଣଙ୍କ କୌଶଳକ୍ରମେ ଉଦ୍ଧାର କରି ମୁଣିରେ ପୂରାଇ ନେଇ ଯାଉଥିବା ଦେଖିବାକୁ ପାଇବେ।

Leave A Reply

Your email address will not be published.