Jhadu vastutips – ଘରେ ଏହି ସମୟରେ ( ଝାଡ଼ୁ ) ଲଗେଇଲେ ଧନର ବର୍ଷା ହୋଇଥାଏ ଓ ମାଲଷ୍ମୀଙ୍କ କୃପା ପ୍ରାପ୍ତି ହୁଏ

ପ୍ରତ୍ୟେକ ବ୍ୟକ୍ତି ଚାହାନ୍ତି କି ତାଙ୍କ ଉପରେ ମାତା ଲାଷ୍ମୀଙ୍କ କୃପା ଦୃଷ୍ଟି ରହୁ ବୋଲି। ହିନ୍ଦୁ ଧର୍ମରେ ଏମିତି ଏକ ଶୁଭ ମୁହୂର୍ତ୍ତ ବିଷୟରେ କୁହାଯାଇଛି କି ଯେଉଁ ସମୟରେ ଝାଡ଼ୁ ମାରିଲେ ଆପଣଙ୍କ ଘରକୁ ଧନ, ସମ୍ପତ୍ତି, ସୁଖ ,ସମୃଦ୍ଧି ଆସିଥାଏ। ଶାସ୍ତ୍ର ରେ ଏମିତି ଲେଖା ଅଛି କି ସେହି ସମୟରେ ମାତା ଲଷ୍ମୀ ବସୁଧା ଉପରେ ଥାନ୍ତି।ଏମିତି କୁହାଯାଏ କି ଝାଡ଼ୁ ହେଉଛି ମାତା ଲାଷ୍ମୀଙ୍କ ଦ୍ଵିତୀୟ ରୁପ ତେଣୁ ଯେଉଁ ଘରେ ଏହି ସମୟରେ ଝାଡୁ ଲଗା ଯାଇଥାଏ ସେହି ଘରକୁ ମାତା ଲାଷ୍ମୀଙ୍କୁ ଆସିବାକୁ ପଡ଼ିଥାଏ।ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ଝାଡୁ ମାରିବା ଉଚିତ, ଝାଡୁ ମାରିବା ସମୟରେ କଣ ଉପାୟ କରିବା ଉଚିତ ଏବଂ କେଉଁ ସମୟରେ ଝାଡୁ ମାରିବା ଅନୁଚିତ।

ଝାଡ଼ୁ ଲଗେଇବାର ସମୟ –

 

 


ସକାଳର ସମୟ ବ୍ରହ୍ମ ମୁହୂର୍ତ୍ତର ସମୟ ହୋଇଥାଏ ତେଣୁ ଏହି ସମୟରେ ଦେବତା ମାନେ ବସୁଧା ଉପରକୁ ଆସିଥାନ୍ତି ଏବଂ ରମଣ ପାଇଁ ଯାଇଥାନ୍ତି। ତେଣୁ ଭୋର 4ରୁ ସକାଳ 7 ମଧ୍ୟରେ ସମୟ ଯାହାକି ସୂର୍ଯ୍ୟ ଉଦୟର ସମୟ ହୋଇଥାଏ , ଏହି ସମୟରେ ଯିଏ ଝାଡୁ କରନ୍ତି ସେ ସୁଖ ଶାନ୍ତି ରେ ଏବଂ ହସ ଖୁସି ରେ ରହିଥାନ୍ତି। ତେଣୁ ସବୁବେଳେ ସୂର୍ଯ୍ୟ ଉଦୟ ପୂର୍ବରୁ ଝାଡୁ କଲେ ମାତା ଲଷ୍ମୀ ଆସି ଆପଣଙ୍କ ଘରେ ବାସ କରିବେ । ଆପଣଙ୍କ ଘର ଧନ ଦଉଲତ, ହସ ଖୁସିରେ ଭରିଯିବ। ସକାଳ ସମୟରେ ଯେଉଁ ଗୃହିଣୀ ଝାଡୁ କରିଥାଏ ତାଙ୍କ ଜୀବନ ସୁଖମୟ ହୋଇଥାଏ। ତାଙ୍କ ଜୀବନରେ କେବେବି ଦୁଖଃ ଆସି ନଥାଏ ।

ଝାଡ଼ୁ କରିବାର ନିୟମ –

 


ଝାଡ଼ୁ ଲଗାଇବା ସମୟରେ ମଗ୍ନ ହୋଇ ଝାଡ଼ୁ କରିବା ଉଚିତ। କଥାବାର୍ତ୍ତା ନକରି ଝାଡ଼ୁ ଲଗାନ୍ତୁ। ଗପସପ ହୋଇ ଝାଡ଼ୁ ଲଗାଇଲେ ମା ଲକ୍ଷ୍ମୀ ଅସନ୍ତୋଷ ହୋଇଥାନ୍ତି। ଝାଡ଼ୁରେ ଗୋଡ଼ ବାଜିଲେ ମଧ୍ୟ ମା ଅସନ୍ତୋଷ ହୋଇଥାନ୍ତି। ଏଣୁ ଅଜାଣତରେ ଯଦି ଗୋଡ଼ରେ ଝାଡ଼ୁ ବାଜିଯାଏ ତେବେ ଲକ୍ଷ୍ମୀ ଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ଏବଂ ଝାଡ଼ୁ ଲଗାଇବା ସମୟରେ ଏହା ଧ୍ୟାନ ଦେବା ଉଚିତ୍। ଯେପରିକି ଗୋଡ଼ରେ ନବାଜେ। କଥାବାର୍ତ୍ତା ନକରି ଝାଡ଼ୁ କରନ୍ତୁ କାରଣ କିଛି ଜରୁରୀ କାଗଜ ପତ୍ର କିମ୍ବା ଜରୁରୀ ଜିନିଷ ବାହାରକୁ ଚାଲି ଯାଇଥାଏ। ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

ଝାଡ଼ୁ କେତେବେଳେ ଲଗାଇବେ ନାହିଁ –

 

 


ଘରେ ସନ୍ଧ୍ୟା ଦେବା ପରେ, ପୂଜା କରି ସାରିବା ପରେ, ଖାଦ୍ୟ ଖାଇ ସାରିବା ପରେ କିଛି ସମୟ ପର୍ଯ୍ୟନ୍ତ ଝାଡ଼ୁ ଲଗାନ୍ତୁ ନାହିଁ। ଯଦି ଆବଶ୍ୟକ ଘର ଲୋକ ବାହାରକୁ ଯିବା ପରେ ଦୁଇ ରୁ ତିନି ଘଣ୍ଟା ପରେ ଝାଡ଼ୁ ଲଗାଇବା ଉଚିତ୍। ଘରକୁ ଆସିଥିବା କୁଣିଆ ଯିବା ପରେ ତୁରନ୍ତ ଝାଡ଼ୁ କରନ୍ତୁ ନାହିଁ ଏବଂ ଘରେ କୁଣିଆ ଆସିଥିବା ସମୟରେ ଝାଡ଼ୁ କରନ୍ତୁ ନାହିଁ। ଅନ୍ଧାର ହୋଇଗଲା ପରେ ଯଦି ଆପଣ ଝାଡୁ କରୁଛନ୍ତି ତାହେଲେ ଆପଣ ନିଜ ଘରକୁ ଦୁଖଃ, ଦାରିଦ୍ର୍ୟ ଏବଂ ଖରାପ ଶକ୍ତିକୁ ଆମନ୍ତ୍ରଣ କରୁଛନ୍ତି।

Leave A Reply

Your email address will not be published.