odia Sadhubani- ଗାଧୋଇବା ବେଳେ ପାଣିରେ ପରିସ୍ରା କରୁଛନ୍ତି କି ? ଜାଣନ୍ତୁ ଭୟଙ୍କର କଥା

ଆଜି ଏଭଳି କିଛି ଅନୁଚିନ୍ତା ସମ୍ପର୍କ ରେ ଜାଣିବା ଯାହା ପାଳନ କଲେ ନିଜର ମଙ୍ଗଳ ହେବ | ଶିବ ଲିଙ୍ଗ ଉପରେ ଆପଣ ବେଲ ପତ୍ର ଚଢ଼ାଉଛନ୍ତି ଯେଉଁ ବେଲ ପତ୍ର ଆପଣ ଚଢ଼ାଉଛନ୍ତି ମନେ ରଖିବେ କି ବେଲ ପତ୍ର ଟି ଯେମିତି ତାଜା ହୋଇଥିବ ଏବଂ କଟା ଫଟା କଣା ଯେପରି ନ ହୋଇଥାଏ, ଏହା ସହିତ ଡେମ୍ଫ ରଖି କେବେ ବେଲ ପତ୍ର ଶିବଙ୍କ ଉପରେ ଚଢ଼ାନ୍ତୁ ନାହିଁ | ବହୁତ ଲୋକ ଅଛନ୍ତି ବୟସ ହୋଇ ନଥିବ କି ବୟସ ହୋଇ ଗଲେ କାନକୁ ଭଲ ଶୁଭି ନଥାଏ, ପ୍ରତି ଶନିବାର ଦିନ କାନରେ ଟିକେ ଟିକେ ତେଲ ପକାନ୍ତୁ ଦେଖିବେ ଜୀବନରେ କେବେ କାଲା ହେବେ ନାହିଁ |

ଲାଲ ମନ୍ଦାର ସମସ୍ତଙ୍କ ବାଡ଼ିରେ ଫୁଟେ ଅନେକ ପ୍ରକାରର ମନ୍ଦାର ମଧ୍ୟ ରହିଛି କିନ୍ତୁ ବିଶେଷ କରି ଲାଲ ମନ୍ଦାର ଏବଂ ଧଳା ମନ୍ଦାର | ଧଳା ମନ୍ଦାର କୁ ତାନ୍ତ୍ରିକ ଫୁଲ କୁହାଯାଏ, ପ୍ରତି ସୋମବାର ଦିନ ଗୋଟିଏ ଧଳା ମନ୍ଦାର ଆଣି ଶିବଙ୍କ ଉପରେ ଚଢ଼ାନ୍ତି ଏବଂ ଫୁଲ ଚଢ଼ାଇଲା ବେଳେ ହାତ ଯୋଡ଼ି ମୁଣ୍ଡିଆ ଟିଏ ମାରନ୍ତି ଏହା ଦ୍ୱାରା କୌଣସି ତନ୍ତ୍ର ମନ୍ତ୍ର ଘରକୁ ପ୍ରବେଶ କରିବ ନାହିଁ |

ସମସ୍ତଙ୍କ ଠାକୁର ଘରେ ଘଣ୍ଟି ଥାଏ କିନ୍ତୁ ମନେ ରଖିବେ ଯାହା ଘଣ୍ଟି ଉପରେ ଗରୁଡ଼ ଚିତ୍ର ଟିଏ ଅଙ୍କା ହୋଇଥାଏ ଅର୍ଥାତ ଯାହା ଘରେ ଗରୁଡ଼ ଥିବା ଘଣ୍ଟି ବାଜୁଥାଏ ସେହି ଘରେ କେବେ ହେଲେ ଅଗ୍ନି ଭୟ, ବଜ୍ର ଭୟ ଏବଂ ଚୌର ଭୟ ପ୍ରବେଶ କରେ ନାହିଁ |

ଯଦି ଆପଣ କୁଆଡେ ଯାତ୍ରା କରୁ ଥାଆନ୍ତୁ ଆପଣ ଯଦି ରବିବାର ଦିନ ଯାତ୍ରା କରୁଛନ୍ତି ତେବେ ମୁଣ୍ଡରେ ହାତ ଦେଇ ଯାତ୍ରା କରିବେ, ସୋମବାର ଦିନ ମୁହଁରେ ହାତ ଦେଇ ଯାତ୍ରା କରିବେ, ମଙ୍ଗଳବାର ଦିନ ଗଳାରେ ହାତ ଦେଇ ଯାତ୍ରା କରିବେ, ବୁଧବାର ଦିନ ପେଟରେ ହାତ ଦେଇ ଯାତ୍ରା କରିବେ, ଗୁରୁବାର ଦିନ ବେନି ପାର୍ଶ୍ୱ ଦୁଇ ପଟେ ହାତ ଦେଇ ଯାତ୍ରା କରିବେ, ଶୁକ୍ରବାର ଦିନ କାନରେ ହାତ ଦେଇ ଯାତ୍ରା ଆରମ୍ଭ କରିବେ ଏବଂ ଶନିବାର ଦିନ ପିଠିରେ ହାତ ଦେଇ ଯାତ୍ରା କରିବେ ଏହା ଦ୍ୱାରା ନିଶ୍ଚିତ ଶୁଭ ଫଳ ପ୍ରାପ୍ତି ହେବ |


ଯଦି କେବେ ତୁଳସୀ ଗଛ ଆପେ ଆପେ ଦିନକୁ ଦିନ ଝାଉଁଳି ପଡୁଛି ତାହେଲେ ଅନୁଭବ କରିବେ ଘରେ କାହାର ନା କାହାର ଦେହ ଖରାପ ହେବ ଏବଂ କିଛି ଅଶୁଭ ଘଟଣା ଘଟି ପାରେ | ଆଉ ଯଦି ତୁଳସୀ ଗଛ ଦିନକୁ ଦିନ ଛନଛନିଆ ହୋଇ ବଢ଼େ ତେବେ ଜାଣିବେ ଯେ ଆପଣ ଙ୍କୁ ଏକ ଭଲ ଲାଭ ମିଳିବାକୁ ଯାଉଛି


| ସକାଳେ ଉଠିବା ପରେ 5 ଜଣଙ୍କୁ କେବେ ଦେଖିବେ ନାହିଁ ଏହି 5 ଜଣ ହେଉଛନ୍ତି ତୋଚାରୁଣି ସ୍ତ୍ରୀ, ଲଙ୍ଗଳା ଛୁଆ, ଏକ ଆଖିଆ ଲୋକ, କୃପଣ ଲୋକ ଏବଂ ଭିକାରୀ | ଯଦି ରାହୁ ଦୋଷା ଆପଣ ଙ୍କର ଚାଲିଛି ତେବେ ମନେ ରଖିବେ କି ଆପଣଙ୍କ ଘରକୁ ଯେକୌଣସି ଲୋକ ଯେତେବେଳେ ଆସିବେ ତାଙ୍କୁ ସୁଦ୍ଧ ଥଣ୍ଡା ପାଣି ଗ୍ଲାସ ଗୋଟେ ଦିଅନ୍ତୁ ଏହା ଦ୍ୱାରା ରାହୁ ଙ୍କର ଦୋଷା କେବେ କ୍ଷତି କରିବ ନାହିଁ |

Leave A Reply

Your email address will not be published.