କେମିତି ଜାଣିବେ ଶରୀରରେ ଅଛି ” Calcium ” ର ଅଭାବ ଅଛି ? ଜାଣନ୍ତୁ ଏହାର ଲକ୍ଷଣ ,ଚିକିତ୍ସା -Dr. divya

ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଆମେ ସୁସ୍ଥ ରହିବ ପାଇଁ ହେଲେ ଆମ ଶରୀର କୁ ସବୁ ପ୍ରକାର ଭିଟାମିନ ଓ ମିନେରାଲସ, ସହିତ କଲସିୟମ, ଆଇରନ ମଧ୍ୟ ଆବଶ୍ୟକତା ଅନୁଯାଇ ଦରକାର । ଆମ ଶରୀର ରେ କୌଣସି ଜିନିଷ ଅଭାବ ରହିଲେ ଆମ ଶରୀର ରେ ଅନେକ ସମସ୍ୟା ଦେଖାଯାଏ । ତେଣୁ ଆମେ ସମ୍ପୂର୍ଣ ସୁସ୍ଥ ରହିବା ପାଇଁ ଆମ କୁ ସବୁ ପ୍ରକାର ପୋଷଣ ର ଆବଶ୍ୟତା ରହିଛି।

କାଲସିଆୟ ଆମ ଶରୀର ପାଇଁ ଗୁରୁତ୍ୱ ପୂର୍ଣ୍ଣ ଅଟେ ତେଣୁ ଆପଣ ଙ୍କ ଶରୀର ରୁ ଯଦି କଲସିୟମ ପରିମାଣ କମିଯାଏ ତେବେ ଅନେକ ସମସ୍ୟା ଦେଖାଯାଏ । ଏହା ଆମ ଶରୀର ରେ ଦାନ୍ତ, ହାଡ଼ ଓ ନଖର ଗଠନ ପାଇଁ ନିହାତି ଆବଶ୍ୟକ, ଆପଣ ମାନେ ଏହି ଭିଡ଼ିଓ ଟି ଆପଣ କୁ ଆମ ଶରୀରରେ କଲସିୟମ ଅଭାବ ରୁ କଣ ସମସ୍ୟା ଦେଖାଯାଏ ସେ ବିଷୟ ରେ ଜାଣନ୍ତୁ ତେବେ ଦେଖନ୍ତୁ ଏହି ସମସ୍ୟା ଗୁଡିକ ବିଷୟରେ ।

 

 


ଆପଣଙ୍କ ଶରୀର ରେ ଯଦି କଲସିୟମର ଅଭାବ ରହିଥାଏ ତେବେ ଏହା ଆପଣ କୁ ଶରୀର ର ଅଙ୍ଗରୁ ଜଣା ପଡ଼ିଯାଏ, ସାଧାରଣତଃ କଲସିୟମ ଡେଫିସିଆନସି ରେ ଅଷ୍ଟୀୟପୀନିଆ ପ୍ରୋବ୍ଲେମ ଦେଖାଯାଏ । କଲସିୟମ ଅଭାବ ରହିଲେ ହାଡ଼ ଦୁର୍ବଳ ହୋଇପଡେ, ଏବଂ ଅଧିକ ବୟସ ହେଲେ କଲସି୍ୟାମ ଜନିତ ସମସ୍ୟା ରୁ ଜୋଏଣ୍ଟ ପେନ ପରି ସମସ୍ୟା ଅଧିକ ଦେଖାଯାଏ । ଏହାର ଅଭାବରୁ ହାଡ଼ ଅଧିକ ଦୁର୍ବଳ ହୋଇଯାଏ, ଯାହା ଦ୍ୱାରା ସାମାନ୍ୟ ଆଘାତ ରୁ ହାଡ଼ ଭାଙ୍ଗି ଯାଏ ଏବଂ ହାଡ଼ ତାର ପୂର୍ବ ଅବସ୍ଥା କୁ ଫେରି ଆସିବା ପାଇଁ ବହୁତ ସମୟ ମଧ୍ୟ ନେଇଥାଏ ।

 

କଲସିୟମର ଅଭାବ ଆମ ନଖ ଉପରେ ମଧ୍ୟ୍ୟ ପଡିଥାଏ, କଲସି୍ୟାମର ଅଭାବରୁ ନଖ ଶୀଘ୍ର ଭାଙ୍ଗିଯାଏ । ନଖ ଶୀଘ୍ର ରୋପଣ ମଧ୍ୟ ହୋଇନଥାଏ, ଏହି ଅଭାବ କାରଣରୁ ନଖରେ ଧଳା ଚିହ୍ନ ମଧ୍ୟ ଦେଖାଯାଏ । କଲସିୟମ ଅଭାବ ରହିଲେ ଶରୀରରେ ସମସ୍ତ ହାଡ଼ ଦୁର୍ବଳ ହେବା ସହିତ ଆଣ୍ଠୁ ଗଣ୍ଠି ଦରଜ ହେବା ସହିତ ବିନ୍ଧା ଯନ୍ତ୍ରଣା ମଧ୍ୟ ହୋଇଥାଏ ।ଏହା ଦ୍ଵାରା ହାର୍ଟର ମଧ୍ୟ ହୋଇଥାଏ । ଏହି କଲସିୟମ ଅଭାବରୁ ସ୍କିନ ଡିଜିସ ହୋଇଥାଏ, ଦେହ ହାତ କୁଣ୍ଡେଇ ହେବା ସହିତ ସ୍କିନ ଡ୍ରାଇନେସ ହୋଇଯାଏ । ଏହା ଆପଣଙ୍କ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ, କେଶ ଜନିତ ବିଭିନ୍ନ ସମସ୍ୟା ମଧ୍ୟ ଦେଖା ଦେଇଥାଏ ।

କଲସିୟମ ର ଅଭାବ ରୁ ମହିଳା ମାନଙ୍କର ଋତୁସ୍ରାବ ଜନିତ ସମସ୍ୟା ଦେଖାଯାଏ,ଋତୁସ୍ରାବ ପୂର୍ବରୁ ମଧ୍ୟ ଅନେକ ସମସ୍ୟା ଦେଖାଯାଏ । ଏହି କଲସିୟମର ଅଭାବ ଶରୀର ରେ ଏପରି ସମସ୍ୟା ସୃଷ୍ଟି କରେ ଯେ ତାହା ବହୁତ ମାରାତ୍ମକ ହୋଇଯାଏ । ତେଣୁ ଆପଣ କେବେ ଶରୀର ଏହାର ଅଭାବ ରଖାନ୍ତୁ ନାହିଁ ଆପଣ ଆବଶ୍ୟକ ଅନୁଯାଇ କଳାସିଆୟମ ପୃଷ୍ଟି କର ଜାତୀୟ ଖାଦ୍ୟ ନିଶ୍ଚିତ ଖାଆନ୍ତୁ । ଏହା ଦ୍ଵାରା ଆପଣ ସମ୍ପୂର୍ଣ ସୁସ୍ଥ ରହିବେ ।

Leave A Reply

Your email address will not be published.