ଲାଇଫ୍ ଷ୍ଟାଇଲ୍- ବାଦାମ୍ ଖାଇଲେ କଣ ଫାଇଦା ମିଳିଥାଏ ..ଝିଅମାନେ ନିଶ୍ଚିତ ଥରେ ଦେଖନ୍ତୁ…ଜାଣିବା ନିଶ୍ଚିତ ଜରୁରୀ…ଏହି ଖାସ୍ ସମସ୍ୟାରୁ ମିଳେ ମୁକ୍ତି

ବାଦାମ ତେଲ ର ବ୍ୟବହାର କେଶ ଓ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ବ୍ୟବହାର କରାଯାଏ । ଏହା ଖୁବ ହିତକାରକ । କେଶ ଓ ତ୍ୱଚା ଉଭୟ ପାଇଁ ଏହା ଏକ ଉତ୍ତମ ମଶ୍ଚରାଇଜର ଭଳି କାମ କରିଥାଏ । ବାଦାମ ତେଲ ର ବ୍ୟବହାର ତ୍ୱଚା ରେ ଥିବା ବିଭିନ୍ନ ଦାଗ ଦୂର ପାଇଁ ମଧ୍ୟ କରାଯାଏ । ବାଦାମ ତେଲରେ ଭିଟାମିନ୍‍ ଇ ଭରପୁର ମାତ୍ରାରେ ରହିଛି । ଏହା ତ୍ୱଚା ପାଇଁ ଖୁବ୍‍ ଉପକାରୀ ।

ତ୍ୱଚାର ଚମକ ବୃଦ୍ଧି କରିଥାଏ । ଏହା ସହ ବାଦାମ ତେଲ ଆଖି ତଳର କଳାଦାଗ ଦୂର କରିବା ରେ ଖୁବ୍‍ ପ୍ରଭାବ ଶାଳୀ । ତ୍ୱଚା ରେ ବିଭିନ୍ନ କାରଣ ଯେପରି ଚିନ୍ତା, ବୟସ ଜନିତ ପ୍ରଭାବ, କୁଞ୍ଚନ, ଅନିଦ୍ରା ପାଇଁ ତ୍ୱଚା ସହ ଆଖି ତଳ କଳା ପଡିଥାଏ । ଏହି ସମସ୍ୟା କୁ ଦୂର ପାଇଁ ବାଦାମ ତେଲ ଖୁବ ଉପକାରୀ ।

ଏଭଳି କରନ୍ତୁ ବ୍ୟବହାର..
ରାତି ରେ ଶୋଇବା ପୂର୍ବ ରୁ ତ୍ୱଚା କୁ ଭଲ ଭାବେ ସଫା କରି ୨ ରୁ ୩ ବୁନ୍ଦା ବାଦାଲ ତେଲ ନେଇ ଏହାକୁ ଆଖି ତଳେ ହାଲକା ଭାବେ ମାଲିସ କରନ୍ତୁ । ସକାଳେ ଉଠିବା ପରେ ମୁହଁ ଭଲ ଭାବେ ଧୋଇ ଦିଅନ୍ତୁ । ସପ୍ତାହକୁ ୩ ରୁ ୪ ଥର ଏପରି ନିଶ୍ଚୟ କରନ୍ତୁ ।

ବାଦାମ ତେଲ ଓ ମହୁ ..

 


ଏକ ବୁନ୍ଦା ମହୁ ଓ ୪ ବୁନ୍ଦା ବାଦାମ ତେଲ ମିଶାନ୍ତୁ । ଏହାକୁ ଆଖି ତଳେ ରାତିରେ ଲଗାଇ ସକାଳେ ମୁହଁ ଧୋଇ ଦିଅନ୍ତୁ । ଏହା ଖୁବ ଉପକାରୀ ।
କ୍ଷୀର ରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି । ଏହା ତ୍ୱଚାର ଚମକ ବୃଦ୍ଧି କରିବା ସହ ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ । କ୍ଷୀର ଓ ବାଦାମ ତେଲର ମିଶ୍ରଣକୁ ଆଖି ତଳେ ଲଗାନ୍ତୁ । ଆଖି ତଳ କଳାଦାଗ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯିବ ।

ଗୋଲାପ ଜଳ ତ୍ୱଚା ପାଇଁ ବେଶ ଉପକାରୀ । ଏହା ତ୍ୱଚାକୁ କୋମଳ କରିଥାଏ । ଗୋଲାପ ଜଳରେ ବାଦାମ ତେଲ ମିଶାଇ ଏହାକୁ ଆଖି ତଳେ ଲଗାନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହାକୁ ଲଗାନ୍ତୁ । ସକାଳେ ମୁହଁ ଧୋଇ ଦିଅନ୍ତୁ ସୁସ୍ଥ ଜୀବନ ପାଇଁ ସୁସ୍ଥ ହାର୍ଟ ନିହାତି ଆବଶ୍ୟକ। ବାଦାମକ୍ଷୀରରେ କଲେଷ୍ଟ୍ରୋଲ ନ ଥିିବା ସହ ନ୍ୟୁଟ୍ରେଶନ, ପୋଟାସିୟମ ପରିମାଣ ମଧ୍ୟ ଅଧିକଥାଏ। ଯାହା ହାର୍ଟ ପାଇଁ ଅଧିକ ଲାଭ ଦାୟକ ହୋଇଥାଏ।

ତ୍ୱଚା କୁ ସୁନ୍ଦର ଓ ଚିକ୍କଣ ରିଖିବା ପାଇଁ ବିଭିନ୍ନ ପ୍ରକାର ଭିଟାମିନ ମିନେରାଲ ଜରୁରୀ ହୋଇଥାଏ। ଏବଂ ବାଦାମ କ୍ଷୀର ରୁ ସେହି ସବୁ ଭିଟାମିନ୍‌ ମିଳେ ଯାହା ତ୍ୱଚା ସୁନ୍ଦରତା ବୃଦ୍ଧି କରିବା ରେ ସହାୟକ ହୋଇଥାଏ।ଏଥିରେ ଥିବା ଭିଟାମିନ୍‌ ମାଂସପେଷୀ କୁ ମଜଭୁତ କରିବା ସହ ଦାନ୍ତକୁ ମଧ୍ୟ ଶକ୍ତ କରିଥାଏ।ବାଦାମ କ୍ଷୀରରେ ଭିଟାମିନ-ଏ ର ପରିମାଣ ପ୍ରଚୁର ଥିବାରୁ ଏହାକୁ ପିଇବା ଦ୍ୱାରା ଆଖି ଜନିତ ସମସ୍ୟା ଠାରୁ ମଧ୍ୟ ମୁକ୍ତି ମିଳିଥାଏ।

Leave A Reply

Your email address will not be published.