ଦେଖନ୍ତୁ viral ଭିଡିଓ ଅଶ୍ବିନୀ – ପ୍ରେରଣାଙ୍କ ରିସେପସନ୍ ରେ ସୁପରଷ୍ଟାର ଅନୁଭବ…..

ପ୍ରଥମେ ବନ୍ଧୁତା, ବନ୍ଧୁତା ରୁ ପ୍ରେମ, ଆଉ ପ୍ରେମ ରୁ ବିବାହ । ଓଡ଼ିଆ ଟିଭି ତଥା ସିନେ ଜଗତ ର ଦୁଇ ଜଣ ପରିଚିତ ଚେହେରା ଅଶ୍ୱିନ ଓ ପ୍ରେରଣା ଙ୍କ ର ସଫଳ ପ୍ରେମ କାହାଣୀ ରେ ଆଜି ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ଅନ୍ୟ କୁ ଲଭ୍ ର ଟିପ୍ସ ଦେଉଥିବା ଲଭ୍ ଗୁରୁ ନିଜ ଲଭ ରେ ସଫଳତା ହାସଲ କରିଛନ୍ତି । ଆଜି ଦୁହେଁ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି। ପ୍ରଥମେ ଉପସ୍ଥାପନା ମାଧ୍ୟମ ରେ ଟିଭି ପରଦାକୁ ଏଣ୍ଟ୍ରୀ କରିଥିଲେ ଅଶ୍ୱିନ୍, ନିଜର ମିଠା ମିଠା କଥା ମାଧ୍ୟମ ରେ ଖୁବ କମ୍ ଦିନ ରେ ଦର୍ଶକ ଙ୍କୁ ଅତି ନିଜର କରି ନେଇ ଥିଲେ ।

ଅନ୍ୟ ପଟେ ଅଶ୍ୱିନ ଙ୍କ ଉପସ୍ଥାପନା ଶୈଳୀ ଟିଭି ର କାର୍ଯ୍ୟକ୍ରମ କୁ ମଧ୍ୟ ବେଶ୍ ସଫଳ କରିଥିଲା । ବିଭିନ୍ନ ଚ୍ୟାନେଲ ତାଙ୍କୁ ଷ୍ଟାର ଆଙ୍କର ପରି ଦେଖିବା କୁ ଚାହିଁଲେ। ଠିକ୍ ସେହି ପରି ପ୍ରଥମେ ଗର୍ଲଫ୍ରେଣ୍ଡ ଓ ଏବେ ଧର୍ମ ପତ୍ନୀ ପ୍ରେରଣା ମଧ୍ୟ ଉପସ୍ଥାପନା ରୁ ବେଶ୍ ଲୋକ ପ୍ରିୟ ହୋଇଥିଲେ ।

 

ପ୍ରଥମେ ଖୁବ ନିବିଡ ବନ୍ଧୁତ୍ୱର ସମ୍ପର୍କ ଗଢି ଉଠି ଥିଲା । ବନ୍ଧୁତ୍ୱର ସମ୍ପର୍କ ଖୁବ କମ୍ ଦିନ ମଧ୍ୟରେ ପ୍ରେମ ରେ ବଦଳିଗଲା । ପରେ ଦୁହେଁ ମିଶି ଆଇଡଲ ଓଡ଼ିଶା ନାମକ ଏକ ସଂସ୍ଥା ନିର୍ମାଣ କରିଥିଲେ । ବିଜ୍ଞାପନ, ମ୍ୟୁଜିକ ଭିଡିଓ ସମେତ ଆହୁରି ଅନେକ ପ୍ରୋଜେକ୍ଟରେ ସଫଳତା ହାସଲ କଲେ ।

ଏହା ମଧ୍ୟରେ ଅଶ୍ୱିନ ମଧ୍ୟ କିଛି ସିନେମା ରେ ନିର୍ଦ୍ଦେଶନାର ଭାର ସମ୍ଭାଳି ସଫଳତା ପାଇଲେ । କେବଳ ସିନେମା ନୁହେଁ ଆଲବମ ରେ ମଧ୍ୟ ନିଜର ପରାକାଷ୍ଠା ଦେଖାଇଛନ୍ତି ଅଶ୍ୱିନ। ନିର୍ବନ୍ଧ ପର୍ଯ୍ୟନ୍ତ ନିଜର ପ୍ରେମ ସମ୍ପର୍କ କୁ ଲୁଚାଇ ରଖିଥିଲେ ଏହି ପ୍ରେମପକ୍ଷୀ। ନିର୍ବନ୍ଧ ପରେ ହିଁ ସାଧାରଣ ଲୋକେ ଏମାନଙ୍କ ପ୍ରେମ ସମ୍ପର୍କ ବିଷୟ ରେ ନିଶ୍ଚିତ ହୋଇଥିଲେ ।

 

ଦୁଇପକ୍ଷ ଙ୍କର ସହମତି ରେ ଆଜି ଅଶ୍ୱିନ-ପ୍ରେରଣା ଙ୍କ ର ବିବାହ ଉତ୍ସବ ଭୁବନେଶ୍ୱର ରେ ଅନୁଷ୍ଠିତ ହେଉଛି । ଆସନ୍ତା ୧୧ ତାରିଖ ରେ ଭୁବନେଶ୍ୱର ର ଏକ ମଣ୍ଡପ ଦେରେ ଅଶ୍ୱିନ ଙ୍କ ରିସେପସନ ପାର୍ଟି ମଧ ଅତି ମନଲୋଭା ହୋଇଛି ଯାହାକୁ ଦେଖିଲେ ବହୁ ସେଲିବ୍ରେଟି ଆସିଥିଲେ । ନିଜ ପ୍ରିୟଜନଙ୍କ ସମେତ ଓଲିଉଡର କଳାକାର, ରାଜନୈତିକ ବ୍ୟକ୍ତିବିଶେଷ, ପ୍ରତିଷ୍ଠିତ ବ୍ୟବସାୟୀ ଓ ସିନେ ସାମ୍ୱାଦିକ ତଥା ଗଣମାଧ୍ୟମର କିଛି ଆଗଧାଡ଼ିର ବ୍ୟକ୍ତି ବିଶେଷ ମାନେ ଅଶ୍ୱିନ ଓ ପ୍ରେରଣା ଙ୍କ ବିବାହ କାର୍ଯ୍ୟକ୍ରମ ରେ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଉଛନ୍ତି ।

ଅଶ୍ୱିନ ଓ ପ୍ରେରଣା ଙ୍କ ରିସେପସନ ପାର୍ଟି କୁ ବହୁତ ସେଲିବ୍ରେଟି ମାନେ ଆସିଥିଲେ । ସେଥିରେ ସୁପରଷ୍ଟାର ଅଭିନେତା ଅନୁଭବ ଯୋଗ ଦେଇଥିଲେ। ସେ ରିସେପସନ ପାର୍ଟି କୁ ଯାଇଥିଲେ ତାଙ୍କୁ ବିବାହ ର ଶୁଭ କାମନା ଜଣାଇଥିଲେ ଓ ରିସେପସନ ପାର୍ଟି ରେ ମଜା ମସ୍ତି କରୁଥିଲେ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.