ଆମେ ପ୍ରତିଦିନ ସମାଜରେ କିଛି ନା କିଛି ଅଘଟଣ ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନର ଆଧୁନିକ ସମାଜରେ ଧୀରେ ଧୀରେ ମାନବିକ ମୂଲ୍ୟବୋଧ କମି ଯାଉଛି, ଫଳରେ ସମାଜରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। କେଉଁଠି ଚୋରି , ଡକାୟତି, ହତ୍ୟା , ବଳାତ୍କାର ଭଳି ସଙ୍ଗିନ ଅପରାଧ ବଢି ବଢି ଚାଲିଛି। ଏସବୁ ବ୍ୟତିରେକ ବତ୍ତମାନ ପାରିବାରିକ କଳହ ବିରାଟ ଏକ ବିରାଟ ବଡ଼ ସମସ୍ୟା ସୃଷ୍ଟି କରିଛି।
ତେବେ ଏସବୁ ରୋକିବା ପାଇଁ ପୋଲିସ ଥିଲେ ମଧ୍ୟ ଯେଉଁ ମାନେ ଆପରାଧି ସେମାନଙ୍କ ମନ ମଧ୍ୟରେ ଟିକିଏ ହେଲେବି ଡର କିମ୍ବା ଭୟ ନାହିଁ। ଆଉ ପରକ୍ରିୟା ପ୍ରିତି ଘଟଣା ତ ଏବେ ସାଧାରଣ ଘଟଣା ହୋଇଗଲାଣି । ତେବେ ଏହି ଘଟଣାକୁ ନେଇ ଗୋଟିଏ ବୟାନ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ତେଣୁ ଚାଲନ୍ତୁ ସଂମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନିଜର ପକାଇବା ।
ତେବେ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତା ଜ୍ଞାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଜ୍ଞାନ ଜଣେ ଲୋକପ୍ରିୟ କମେଡିଆନ ଅଟନ୍ତି ସେ ଅନେକ ଫିଲ୍ମ ଆଉ ରିଆଲିଟି ସୋରେ କାମ କରିଛନ୍ତି । ତେବେ ଆମ ଓଡିଶାରେ ଜ୍ଞାନଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି ।
ଆଉ ଏହାରି ମଧ୍ୟରେ ଜ୍ଞାନ ଗଣମାଧ୍ୟମ ଆଗରେ ଆସି ପରକ୍ରିୟା ପ୍ରୀତିକୁ ନେଇ ଏକ ବଡ ବୟାନ ଦେଇଛନ୍ତି ।ଜ୍ଞାନ ଏନେଇ ଗଣମାଧ୍ୟମ ଆଗରେ କହିଛନ୍ତି-‘ମୁଁ କହିବା କଥା ଯେଉଁ ଜିନିଷ ଏବେ ଚାଲିଛି ପୁଅ ଝିଅଙ୍କର ଯେଉଁ ପ୍ରେମ ଯେଉଁ ପରକ୍ରିୟା ପ୍ରୀତି ଏବେ ଚାଲିଛି ଭୁବନେଶ୍ବରରେ ମୁଁ ଦେଖିଲି ଭାଉଜ ମାନେ ଯେଉଁ ହିସାବରେ ମାତି ଛନ୍ତି ଏମିତି ତ ଷଣ୍ଢ ମାତିବେନି । କୁକୁର ବି ମାତିବେନି ଭାଉଜ ମାନେ ଭୁବନେଶ୍ବରରେ ଯେଉଁ ଭଳି ପ୍ରେମରେ ମାତି ଛନ୍ତି ଏମାନେ ଦିଅର ମାନଙ୍କ ପଥଭ୍ରଷ୍ଟ କରି ସାରିଲେଣି ।
ପୁଅ ପିଲା କଣ କରିବେ ଆଉ ଥୋଡାଏ ସ୍ଵାମୀ ଅଛନ୍ତି ସେମାନେ ତ ରହୁ ନାହାନ୍ତି ରାତିରେ ଦେଖା ହେଉ ନାହାନ୍ତି ସେ ଦିନ ସାରା ଚାଲି ଯାଉଛନ୍ତି । ସଂପୂର୍ଣ୍ଣ ଭାବରେ ମୁଁ କହିବି ଝିଅ ମାନେ ଯେଉଁ ବରପାତ୍ର ଖୋଜୁ ଛନ୍ତି ସେମାନେ ଠିକ ଭାବରେ ସିଲେକ୍ସନ କରିପାରୁ ନାହାନ୍ତି ।ସେ ଝିଅ ପିଲା ବାହା ହେବା ପରେ ଭାବୁଛି ଯଦି ତା ସହ ମୋର ଶାରୀରିକ ସମ୍ପର୍କ ହେଇଗଲା ସିଏ ବି ଖୁସି ।
ପ୍ରକୃତରେ ଯଦି ସେ ନାରୀ ବା ଝିଅକୁ ତାର ବାପା ମାଆ ସଂସ୍କୃତି ପରମ୍ପରା ସବୁ ଶିଖେଇ ଥିବ ସେ କେବେବି ପାର୍କ ଫାର୍କ ଯିବନି । ଏହା ସହ ସେ ରାତିରେ କାହା ସହ ଶୋଇବନି କି ରହିବନି ପୁଅ ପିଲାଙ୍କ ସହିତ ।ବହୁତ ପୁଅ ପିଲା ଏଠି ରହିଲେଣି ଯେଉଁ ମାନେ ଫ୍ରଡ କରୁଛନ୍ତି ମିଛରେ ପ୍ରେମ କରି ପ୍ରତାରଣା ଦେଉଛନ୍ତି ଆଉ ଝିଅ ମାନେ କାହିଁକି ତାଙ୍କ ପାଖରେ ଫସୁ ଛନ୍ତି । ଝିଅ ମାନଙ୍କର ଭୁଲ ପ୍ରଥମେ ସେ ଯାଉଛନ୍ତି କାହିଁକି’ ।