ପିଲା ହେଉନି କି? ଏହାର ଲକ୍ଷଣ, କାରଣ ଓ ଚିକିତ୍ସା ଜାଣନ୍ତୁ – DR. JAYASREE

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଯେତେ ବେଳେ ଏକ ମହିଳା ବିବାହ କରି ଥାଏ ସେତେ ବେଳେ ତାର ପ୍ରଥମ ଇଚ୍ଛା ଥାଏ କି ସେ କିପରି ଏକ ମା ସୁଖ ଲାଭ କରିବ ଆଉ ଗର୍ଭବତୀ ହେବା ପରେ ସେ ତା ଜୀବନ ର ସବୁ ସୁଖ ପାଇ ଯାଇଥାଏ | ତେବେ ମା ନ ହେବା ଏକ ଅଭିଶପ୍ତ ଜୀବନ ପରି ହୋଇ ଥାଏ, ଅନେକ ଜଣ ମହିଳା ଗର୍ଭବତୀ ହେବା ଅନେକ କିଛି ପ୍ରୟାସ କରି ଥାଆନ୍ତି କିନ୍ତୁ ହେଲେ ସେମାନେ ଗର୍ଭ ଧାରଣ କରି ପାରନ୍ତି ନାହିଁ | ତେବେ ଗର୍ଭବତୀ ନ ହେବାର ଅନେକ ଭିନ୍ନ ଭିନ୍ନ କାରଣ ରହି ଥାଏ ଯାହା ଦ୍ୱାରା ଜଣେ ମହିଳା ଗର୍ଭଧାରଣ ରୁ ବଞ୍ଚିତ ହୋଇ ଥାଏ |

ମହିଳା ବନ୍ଧ୍ୟା ଦୋଷର କାରଣ କଣ :-


ମହିଳା ବନ୍ଧ୍ୟାଦୋଷ ର ପ୍ରଥମ କାରଣ ହେଉଛି ପିସିଓଡି, ଯାହା ମହିଳାଙ୍କ ଡିମ୍ବାଶୟ ରେ ସୃଷ୍ଟି ହେଇ ବନ୍ଧ୍ୟା ଦୋଷ ହେଇଥାଏ | ଏହା ସହିତ ଟିବି ଯୋଗୁଁ ଯଦି ଗର୍ଭାଶୟ ନଷ୍ଟ ହେଇଥାଏ ତାହାଲେ ମଧ୍ୟ ବନ୍ଧ୍ୟା ଦୋଷ ହେଇଥାଏ | ଏହା ସହିତ ଆଜିକା ସମୟରେ ବାହାରର ଖାଇବା ଦ୍ୱାରା ମଧ୍ୟ ଏହା ହେଇପାରେ,ଯେମିତିକି ପିସିଓଡି, ମୋଟାପଣ,| କେବଳ ଏତିକି ନୁହେଁ ବରଂ ଥାଇରୋଏଡ଼ ଓ ହରମୋନ ଯୋଗୁଁ ମଧ୍ୟ ବନ୍ଧ୍ୟା ଦୋଷ ହେଇଥାଏ |

ପୁରୁଷ ବନ୍ଧ୍ୟା ଦୋଷର କାରଣ କଣ :-
ତେବେ ପୁରୁଷ ମାନଙ୍କର ଶୂକ୍ରାଣୁ ଅଳ୍ପ ଦେଖା ଦେଲେ ପୁରୁଷ ର ବନ୍ଧ୍ୟା ଦୋଷ ଦେଖା ଯାଇଥାଏ | ଜେନେଟିକ କାରଣ ମଧ୍ୟ ଏହା ଦେଖାଦିଏ ଏବଂ ପିଲା ବେଳେ ଯଦି ମମ୍ସ ସଂକ୍ରମଣ ହୋଇ ଥାଏ ତେବେ ବଡ଼ ହେଲେ ଶୂକ୍ରାଣୁ କମି ଯାଇଥାଏ | କେବଳ ଏତିକି ନୁହେଁ ବରଂ ପୁରୁଷ ର ଯଦି ଥାଇରଏଡ ଓ ଡାଇବେଟିସ ଭଳି ସମସ୍ୟା ଥିଲେ ଏହି ବନ୍ଧ୍ୟା ଦୋଷ ଦେଖାଯାଏ |

ବନ୍ଧ୍ୟା ଦୋଷ ଜାଣିବା ପାଇଁ ପରୀକ୍ଷା :-

 


ମହିଳା ଙ୍କ ବନ୍ଧ୍ୟାଦୋଷ ଅଛି କି ନାହିଁ ଜାଣିବା ପାଇଁ ପ୍ରଥମେ ରକ୍ତ ପରୀକ୍ଷା କରାଯାଏ, ହିମୋଗ୍ଲୋବିନ, ଡାଇବେଟିସ, ଥାଇରଏଡ଼ ଆଦି ପରୀକ୍ଷା କରାଯାଏ | ଏହା ସହିତ ଅଲଟ୍ରାସାଉଣ୍ଡ ଓ ଟ୍ୟୁବ୍ର ଟେଷ୍ଟ ମଧ୍ୟ କରାଯାଏ ଓ ପୁରୁଷ ଙ୍କର ଧାତୁ ଓ ରକ୍ତ ପରୀକ୍ଷା କରା ଯାଇଥାଏ |

ବନ୍ଧ୍ୟା ଦୋଷର ଚିକିତ୍ସା :-

 


ଜଣେ ଦମ୍ପତି ଯଦି ଅଳ୍ପ ସମୟରେ ପିଲା ପାଇଁ ପ୍ଲାନ କରୁଛନ୍ତି ତାହା ଏହା ବିଶେଷ କିଛି ସମସ୍ୟା ନୁହେଁ କାରଣ ଏହି ସମୟରେ ହର୍ମୋନ ମେଡ଼ିସିନ ପରାମର୍ଶ କରାଯାଏ | ଆଉ ଯଦି ପିଲା ରହୁ ନାହିଁ ତେବେ ଆୟୁଆଇ ପରୀକ୍ଷା କରାଯାଇ ଥାଏ ଯାହାକି ସ୍ୱାମୀଙ୍କ ଧାତୁ କୁ ଲ୍ୟାବ ପରୀକ୍ଷା କରି ସ୍ତ୍ରୀଙ୍କ ଗର୍ଭରେ ଛଡ଼ାଯାଏ | ଏହାପରେ ବି ଯଦି ପିଲା ରୁହେ ନାହିଁ ତେବେ ଟେଷ୍ଟ ଟ୍ୟୁବ ବେବି କୁ ଅଣା ଯାଇଥାଏ |

ବିଳମ୍ବରେ ଗର୍ଭଧାରଣ ବନ୍ଧ୍ୟା ଦୋଷ ର କାରଣ କି?:-
ତେବେ ଜଣେ ଦମ୍ପତି ଯଦି ବିଳମ୍ବ ରେ ଗର୍ଭ ଧାରଣ ପାଇଁ ପ୍ଲାନ କରେ ତେବେ ପିଲା ନ ହେବାର ସମ୍ଭାବନା ବଢ଼ି ଯାଇଥାଏ | କାରଣ ଜଣେ ମହିଳା 35 ବର୍ଷ ପର୍ଯ୍ୟନ୍ତ ଗର୍ଭ ଧାରଣ ର କ୍ଷମତା ରହିଥାଏ |

ଡାକ୍ତରଙ୍କ ପରାମର୍ଶ :-
ଡାକ୍ତର ଙ୍କ ପରାମର୍ଶ ଦ୍ୱାରା ଏହି ବନ୍ଧ୍ୟା ଦୋଷ କୁ ରୋକା ଯାଇ ପାରିବ କିନ୍ତୁ ଆଉ କିଛି କିଛି କାରଣ ରହିଛି ଯାହାକି ରୋକା ଯାଇ ପାରିବ ନାହିଁ | ତେଣୁ ଯାହା ରୋକା ଯାଇ ପାରିବ ତାହା ତୁରନ୍ତ କରନ୍ତୁ ଯେମିତି କି ଥାଇରଏଡ଼, ଡାଇବେଟିସ ଏହି ସବୁ ନିୟନ୍ତ୍ରଣ କରନ୍ତୁ ଏବଂ ଖାଇବା ପିଇବା ରେ ଧ୍ୟାନ ରଖନ୍ତୁ |

Leave A Reply

Your email address will not be published.