ନିଜ ଭିଡ଼ିଓ ନିଜେ ଭାଇରାଲ କଲେ କଲେଜ ଛାତ୍ରୀ…. କଣ କହୁଛନ୍ତି ଦେଖନ୍ତୁ Video

କଥାରେ ଅଛି ଯେ ଗୁରୁ ହେଉଛନ୍ତି ସାକ୍ଷାତ ଭଗବାନ, ତେଣୁ କୁହାଯାଏ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ,ଗୁରୁ ଦେବ,ମହେଶ୍ବର,ଗୁରୁ ସାକ୍ଷାତ ପରଂବ୍ରହ୍ମ ତତ୍ସମେଶ୍ରୀ ଗୁରବେ ନମଃ।ଅର୍ଥାତ ଗୁରୁ ହେଉଛନ୍ତି ବ୍ରହ୍ମା, ବିଷ୍ଣୁ,ମହେଶ୍ବର।ଗୁରୁ ଶିଷ୍ୟ ର ସମ୍ପର୍କ ହେଉଛି ବହୁତ ପବିତ୍ର ସମ୍ପର୍କ।ଗୁରୁ ଶିଷ୍ୟ ଙ୍କ ସମ୍ପର୍କ ହେଉଛି ଭକ୍ତ ସହ ଭଗବାନ ଙ୍କ ସମ୍ପର୍କ ପରି।କିନ୍ତୁ ବର୍ତ୍ତମାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅତ୍ୟାଧୁନିକ ହୋଇଥିବାରୁ ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ତେବେ ଏବେ ସୋସିଆଲ ମିଡ଼ିଆ ରେ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହା ଗୁରୁ ଶିଷ୍ୟ ଙ୍କ ଏହି ପବିତ୍ର ସମ୍ପର୍କରେ କଳଙ୍କ ବୋଳି ଦେଇଛି।ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଭିଡ଼ିଓ କୁ ସେହି ଛାତ୍ରୀ ନିଜେ ରେକର୍ଡ କରି ନିଜେ ଭାଇରାଲ କରିଛନ୍ତି।ତେବେ କେଉଁ କାରଣରୁ ଛାତ୍ରୀ ଜଣଙ୍କ ନିଜ ଭିଡ଼ିଓ ନିଜେ ଭାଇରାଲ କରିଲେ ଆସନ୍ତୁ ଜାଣିବା।

 

ଏହି ଘଟଣା ଟି ଘଟିଛି ମାଲକାନଗିରି ଜିଲ୍ଲା ରେ।ଏଠାରେ ଏକ ଯୁକ୍ତ ଦୁଇ ମହାବିଦ୍ୟାଳୟ ରେ ଯାଜପୁର ଜିଲ୍ଲାର ଜଣେ ଛାତ୍ରୀ ପଢ଼ନ୍ତି।ସେ ଯୁକ୍ତ ଦୁଇ ର ଦ୍ୱିତୀୟ ବର୍ଷର ଛାତ୍ରୀ ଅଟନ୍ତି।ଗତ ନଭେମ୍ବର ମାସ 26 ତାରିଖରେ ଭାରତ ବନ୍ଦ ଯୋଗୁଁ ସେ କଲେଜ ଯାଇ ନଥିଲେ।ମାତ୍ର ସେହି ଦିନ ଉକ୍ତ କଲେଜ ଖୋଲା ଥିଲା।


ତେଣୁ ଯେତେବେଳେ ଛାତ୍ରୀ ଜଣଙ୍କ ପର ଦିନ କଲେଜ ଗଲେ ସେତେବେଳେ ଉକ୍ତ କଲେଜର ଅଧ୍ୟାପକ ତାଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କୁ ଶ୍ରେଣୀ ଗୃହରେ ସାମ୍ନା କୁ ଡାକି ଛିଡ଼ା କରି ଦେଇଥିଲେ ଓ ତାଙ୍କୁ ଯୁକ୍ତ ଦୁଇ ବୋର୍ଡ଼ ପରୀକ୍ଷା ରେ ଫେଲ କରିଦେବେ ବୋଲି ଧମକ ଦେଇଥିଲେ।ପରେ ଛାତ୍ରୀଙ୍କ ବାପାଙ୍କୁ କଲ କରି ଅଧ୍ୟାପକ କହି ଥିଲେ କି ତୁମ ଝିଅ ପରୀକ୍ଷା ରେ ପାସ କରି ପାରିବ ନାହିଁ।ତେଣୁ ତାକୁ ଆମେ ପରୀକ୍ଷା ଦେବାକୁ ଦେବୁ ନାହିଁ କି ଏଡ଼ମିଟ କାର୍ଡ଼ ମଧ୍ୟ ଦେବୁ ନାହିଁ।

 

ମାତ୍ର ଛାତ୍ରୀ ଙ୍କ ପିତା ଅଧ୍ୟାପକ ଙ୍କ ଧମକରେ ନ ଡରିବାରୁ ସେ ଛାତ୍ରୀ ଙ୍କୁ ପୁଣିଥରେ ଗାଳି ଗୁଲଜ କରିବା ଆରମ୍ଭ କରି ଥିଲେ।ଓ ସେହି ଛାତ୍ରୀଙ୍କୁ ନିଶ୍ଚିତ ରୂପେ ଫେଲ କରି ଦେବେ ବୋଲି ଧମକ ମଧ୍ୟ ଦେଇ ଥିଲେ।ଶ୍ରେଣୀ ଗୃହରେ ସମସ୍ତଙ୍କ ସାମ୍ନା ରେ ଛାତ୍ରୀଙ୍କୁ ଅଧ୍ୟାପକ ଏପରି ଭାବରେ ଗାଳି ଗୁଲଜ ଓ ଅସଦାଚରଣ କରିବା ପରେ ଛାତ୍ରୀ ଜଣଙ୍କ ଏଥିରେ ଅତିଷ୍ଠ ହୋଇ ନିଜ ହକ୍ ପାଇଁ ନିଜେ ଲଢ଼ିବା ପାଇଁ ପ୍ରୟାସ କରି ଥିଲେ।

ତେଣୁ ସେ ନିଜ ମୋବାଇଲ ରେ ନିଜେ ଏହି ସବୁ କଥା କହି ଏହାକୁ ସୋସିଆଲ ମିଡ଼ିଆ ରେ ଭାଇରାଲ କରାଇ ଥିଲେ।ଛାତ୍ରୀ ଜଣଙ୍କ କହିଛନ୍ତି କି ତାଙ୍କୁ ତାଙ୍କ ଅଜା ଓ ଆଇ ତାଙ୍କ ପେନସନ ଟଙ୍କାରେ ପଢ଼ାଉଛନ୍ତି।ତେଣୁ ସେ ଯେମିତି ହେଲେ ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବାକୁ ଲକ୍ଷ୍ୟ ରଖିଛନ୍ତି।ମାତ୍ର ଅଧ୍ୟାପକ ଙ୍କ ଏପରି ଧମକ ତାଙ୍କୁ ଭାଙ୍ଗି ଦେଇଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.