ଝିଅ ମାନେ ପୁରା ପାଗଳ ଅଶ୍ୱିନୀଙ୍କ ପାଇଁ ,ଅଶ୍ୱିନୀ ଷ୍ଟେଜ ଚଢିଲା ବେଳକୁ ତାଙ୍କ ଦେହରେ ଡ୍ରେସ ନାହିଁ :ପ୍ରେରଣା

ତେବେ ବର୍ତ୍ତମାନ ସମୟ ରେ ଅଶ୍ୱିନୀ ଓ ପ୍ରେରଣା ଙ୍କର ବିବାହ ହୋଇ ଯାଇଛି ଯାହାର ଭିଡ଼ିଓ ଆପଣ ମାନେ ସୋସିଆଲ ମିଡ଼ିଆ ରେ ନିହାତି ଭାବରେ ଦେଖି ଥିବେ | ତାଙ୍କ ବିବାହ କୁ ନେଇ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଧରିଛି ଯାହାକି ଦର୍ଶକ ମାନେ ମଧ୍ୟ ପସନ୍ଦ କରିଛନ୍ତି | ତେବେ ବିବାହ ପରେ ପ୍ରେରଣା ଏକ ସାକ୍ଷାତକାର ରେ ନଜର ଆସିଛନ୍ତି ଆଉ ତାଙ୍କ ପ୍ରେମ ବିବାହ ର କିଛି କଥା ସେୟାର କରିଛନ୍ତି | ତେବେ ଆସନ୍ତୁ ସେ କଣ କହିଛନ୍ତି ତାହା ଉପରେ ନଜର ପକାଇବା |


ତାଙ୍କୁ ପ୍ରଥମେ ସାକ୍ଷାତକାର ପଚରା ହୋଇ ଥିଲା କି ଅଶ୍ୱିନୀ ତାଙ୍କୁ ପ୍ରଥମେ କେଉଁ ଗିଫ୍ଟ ଦେଇ ଥିଲେ | ଆଉ ପ୍ରେରଣା ଉତ୍ତର ରେ କହି ଥିଲେ କି ଆମେ ଯେତେ ବେଳେ ପ୍ରଥମେ ସାଙ୍ଗ ଥିଲୁ ସେତେ ବେଳେ ସେ ପାଇଁ ସବୁଦିନ ସୁଟିଂ ସେଟ କୁ ଚକଲେଟ ନେଇକି ଆସୁ ଥିଲେ, ମତେ ଚକଲେଟ ଖାଇବା ପାଇଁ ପସନ୍ଦ ନୁହେଁ ହେଲେ ବି ସେ ମତେ ଚକଲେଟ ଆଣିକି ଦିଅନ୍ତି | ଏହା ସହିତ ପ୍ରେରଣା କହିଛନ୍ତି କି ଆଉ ଅଶ୍ୱିନୀ ଙ୍କର ବହୁତ ଭଲ ଭଲ ଗୁଣ ରହିଛି ଯେଉଁଥି ପାଇଁ ମୁଁ କଣ ଯେଉଁ ବି ଝିଅ ତାଙ୍କୁ ପସନ୍ଦ କରିବ |


ଆଉ ସବୁ ଝିଅ ମାନେ ଯେମିତି ମନର ମଣିଷ ଟିଏ ଖୋଜନ୍ତି ଅଶ୍ୱିନୀ ଙ୍କ ପାଖରେ ସେମିତି ବହୁତ ଗୁଡିଏ ଗୁଣ ରହିଛି | ଆମେ ଯେତେ ବେଳେ ଏକାଠି ବହୁତ ଗୁଡିଏ ପଗ୍ରାମସ କରୁ ଥିଲୁ ଆମକୁ ବହୁତ ଇଭେଣ୍ଟସ ଏକାଠି ଆସେ | ଆଉ ସେ ଯେଉଁ ସବୁ ସୋ କରୁ ଥିଲେ ଯେମିତି କି ସେ ସୋ ମଧ୍ୟରୁ ହେଉଛି ଲଭ ଗୁରୁ ସେଥିରୁ ଝିଅ ମାନେ ତାଙ୍କ ପାଇଁ ପୁରା ପାଗଳ ଥିଲେ | ମୋର ଏବେ ବି ମନେ ଅଛି ବାଲେଶ୍ୱର କୁ ଆମେ ଏକ ସୋ ରେ ଯାଇ ଥିଲୁ ଆଉ ସେଇଟା ଗୋଟେ କଲେଜ ପଗ୍ରାମ ଥିଲା ପ୍ରଥମେ ତାଙ୍କର ଏଣ୍ଟ୍ରି ଥାଏ ଆଉ ତାପରେ ମୋର ଏଣ୍ଟ୍ରି ଥାଏ |

ଆଉ ମୁଁ ଯେତେ ବେଳେ ଦେଖିଲି କି ଅଶ୍ୱିନୀ ଷ୍ଟେଜ ରେ ଚଢ଼ୁଛନ୍ତି ସେତେ ବେଳେ ତାଙ୍କ ଦେହରେ ସାର୍ଟ ନାହିଁ ଆଉ | ମୁଁ ଭାବିଲି କି ଇଏ ତ ଗାଡ଼ି ରୁ ସାର୍ଟ ପିନ୍ଧିକି ଓହ୍ଲେଇ ଥିଲେ ମାନେ ଝିଅ ମାନେ ତାଙ୍କ ସାର୍ଟ କୁ ଚିରି ଦେଇ ଥିଲେ | ତେବେ କେଉଁଠି ନା କେଉଁଠି ତାଙ୍କ କ୍ରେଜ ଝିଅ ମାନଙ୍କ ଭିତରେ ଥିଲା ଯାହାକୁ ଦେଖି ବହୁତ ଖୁସି ଲାଗିଲା ଆଉ ଆମ ଭିତରେ କେବେ ଜେଲସି ହୋଇ ନାହିଁ ବୋଲି ପ୍ରେରଣା ମିଡ଼ିଆ ରେ କହିଛନ୍ତି | ତେବେ ତାଙ୍କର କଥା ଶୁଣି ଅନେକ ଦର୍ଶକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିବା ସହିତ ବିବାହ ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.