ଆଜିର ଆଧୁନିକ ଦୁନିଆରେ ଟେକ୍ନୋଲୋଜି ର ଅଗ୍ରଗତି ଯେତେ ବଢ଼ି ବଢ଼ି ଚାଲିଛି ଲୋକେ ମଧ୍ୟ ସେହି ଟେକ୍ନୋଲୋଜି କୁ ନେଇ ଅଗ୍ରଗତି କଲେଣି। କିନ୍ତୁ ଆଜି ବି ଲୋକ ମାନଙ୍କ ମନରେ ଆଗରୁ ଯେମିତି ପୁରାଣ ଶାସ୍ତ୍ର ଉପରେ ବିଶ୍ୱାସ ଥିଲା ଏବେ ସୁଦ୍ଧା ମଧ୍ୟ ରହିଛି। ସମାଜରେ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ହସ ଖୁସି ରେ ଜୀବନ ବିତେଇବାକୁ ଚାହିଁଥାନ୍ତି। କିନ୍ତୁ ପୁରାଣ ଶାସ୍ତ୍ର ଅନୁଯାୟୀ ଜୀବନରେ ସମସ୍ତ ସୁଖ ଦୁଃଖ, ଶୁଭ ଅଶୁଭ, ଭଲ ମନ୍ଦ ଯାହା କିଛି ଘଟିଥାଏ ତାହା ସବୁ ମନୁଷ୍ୟର କର୍ମ ଅନୁସାରେ ହିଁ ଘଟିଥାଏ। ତେଣୁ ମଣିଷ ଯେମିତି କର୍ମ କରିଥାଏ ତାକୁ ସେମିତି ଫଳ ମିଳିଥାଏ। ଏହା ବ୍ୟତୀତ ଜୀବନକୁ ସୁନ୍ଦର ଭାବରେ ଗଢ଼ି ତୋଳିବା ପାଇଁ କେତେକ ରୀତି ନୀତି ଅନୁସାରେ କାମ କରିବା ପାଇଁ ପଡ଼ିଥାଏ। ହେଲେ ଜୀବନରେ ଏମିତି କିଛି ଭୁଲ ବଶତଃ କାର୍ଯ୍ୟ କରିଥାଉ ଯାହା ଦ୍ଵାରା ପରବର୍ତ୍ତୀ ସମୟରେ ପସ୍ତେଇବାକୁ ପଡ଼ିଥାଏ।
ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ କିଛି ରୀତି ନୀତି ବିଷୟରେ ଯାହାକୁ କରିବା ଦ୍ୱାରା ଆପଣଙ୍କ ଜୀବନରେ ଖୁସି ଭରି ରହିବ।
୧- ଯେଉଁ ବ୍ୟକ୍ତିମାନେ ଖାଇବା ପରେ ଅଇଁଠା ବାସନକୁ ସେହିପରି ଛାଡିକି ଯାଇଥାନ୍ତି ତାଙ୍କୁ ସଫଳତା ମିଳିବା ସମ୍ଭବ ହୋଇ ନଥାଏ । ଆଉ ଯଦି ସଫଳତା ପାଇଥାନ୍ତି ତାହା ବହୁତ ଶୀଘ୍ର ନଷ୍ଟ ହୋଇଥାଏ ।
୨- ଯଦି ମୁଣ୍ଡ କୁଣ୍ଡାଇବା ସମୟରେ ଆପଣଙ୍କ ହାତରୁ ପାନିଆ ତଳକୁ ଖସିଯାଏ , ତେବେ ଏହା ଶୁଭ ସଙ୍କେତ ହୋଇଥାଏ । କିନ୍ତୁ କାନରେ କେଶ ଉଠିବା ଅଶୁଭ ଅଟେ ।
୩- ଖାଇବା ସମୟରେ ଖାଦ୍ୟରୁ ବାଳ ବାହାରିଲେ କିଛି ଅଶୁଭ ନଥାଏ କି ଶୁଭ ବି ନଥାଏ । କିନ୍ତୁ ଲୋକମାନଙ୍କ ମନରେ ଭ୍ରାନ୍ତ ଧାରଣା ଭ୍ରମିତ କରିଥାଏ ଲୋକମାନଙ୍କୁ ।
୪- ଯେଉଁ ବ୍ୟକ୍ତି ମାନେ ସୂର୍ଯ୍ୟଦ୍ୱୟ , ସୂର୍ଯ୍ୟାସ୍ତ କିମ୍ୱା ଦିନ 12 ଘଟିକା ସମୟରେ ଖାଇବାର ଅଭ୍ୟାସ ରଖନ୍ତି କିମ୍ୱା ଲୋକଙ୍କ ସହ ଝଗଡା କରିଥାନ୍ତି । ସେମାନଙ୍କ ଠାରେ ଦାରିଦ୍ର୍ୟତା ଏବଂ ଅଭାବ ଦେଖାଯାଏ ।
୫- ଗାଧେଇବା ବେଳେ କିମ୍ୱା ବାହାରୁ ଘରକୁ ପ୍ରବେଶ କରିବା ସମୟରେ ନିଜର ପାଦକୁ ଭଲ ଭାବରେ ସଫା କରି ଧୋଇନେବା ଉଚିତ୍ । ଏପରି କରିବା ଦ୍ୱାରା ମନ ସ୍ଥିର ଏବଂ ଶାନ୍ତ ହୋଇଥାଏ ।
୬- ଆପଣ ଭୁଲରେ ବି ଆମାବାସ୍ୟା ଦିନ ନିଶା ତଥା ମଦ୍ୟପାନ କିମ୍ୱା ମାଂସ ସେବନ କରିବା ଦ୍ୱାରା ଆପଣ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ।
୭- ଯେଉଁମାନେ ବାରମ୍ୱାର ଚୁଟି ଧରିବାର ଅଭ୍ୟାସ ଥାଏ କିମ୍ୱା ଚୁଟି ଛୁଇଁବା ଅଭ୍ୟାସ ରଖିଥାନ୍ତି , ସେମାନଙ୍କ ଠାରେ ସର୍ବଦା ଅମଙ୍ଗଳ ତଥା ଅଭାବ ଦେଖା ଦେଇଥାଏ ।
୮- ଘରେ ଲଗେଇଥିବା ଗଛ ସବୁଦିନ ସକାଳେ ପାଣି ଦେବା ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହିତ ମାନସିକ ସ୍ତରରେ ଶାନ୍ତି ମିଳିଥାଏ ।
୯- ଯେଉଁ ବ୍ୟକ୍ତି ମାନେ ଗରମ ପାଣିରେ ଗାଧେଇଥାନ୍ତି ସେମାନଙ୍କର କେଶ ଝଡିବା ସହ ଆଖିର ଦୃଷ୍ଟି ଶକ୍ତି କ୍ଷମତା ହ୍ରାସ ପାଇଥାଏ ।