Instagram ପ୍ରେମ କରି ଫସିଲେ ଦୁଇ ଭଉଣୀ – ଦେଖନ୍ତୁ ଭିଡିଓ

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି। ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି।

ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ,ଯାହା ଦର୍ଶାଇ ଥାଏ କି ମଣିଷ କିପରି ନିଷ୍ଠୁର ଓ କୃର ହୋଇଥାଏ।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।

 

ତେବେ ପ୍ରେମ ଏକ ପବିତ୍ର ଓ ମଧୁର ସମ୍ପର୍କ ହୋଇ ଥାଏ ଯାହା ପ୍ରେମ ପାଇଁ ପ୍ରେମୀ ଯୁଗଳ କିଛି ମଧ୍ୟ କରିବାକୁ ପଛାଇ ନଥାଏ | ପ୍ରେମ ଉଭୟ ଙ୍କର ଭରସା ଓ ବିଶ୍ୱାସ କୁ ନେଇ ଥାଏ ଯେଉଁଥିରେ କୌଣସି ସ୍ୱାର୍ଥ ନଥାଏ | କିନ୍ତୁ ଆଜି କାଲି ର ପ୍ରେମ ରେ ଆଉ ସେହି ନିସ୍ଵାର୍ଥପର ଭଲ ପାଇବା ନାହିଁ, ଯେଉଁଠି ପ୍ରେମ ସେହି ସ୍ଥାନ ରେ କେବଳ ସ୍ୱାର୍ଥ | କିଏ ଟଙ୍କା ର ସ୍ୱାର୍ଥ ରେ ଭଲ ପାଇ ଥାଏ ତ ଆଉ କେହି ଶାରୀରିକ ସମ୍ପର୍କ ପାଇଁ ଭଲ ପାଇ ଥାଏ, କେଉଁଠି ଭଲ ପାଇବାରେ ଆଉ ସଚ୍ଚଟ ଦେଖିବାକୁ ମିଳୁ ନାହିଁ |ପ୍ରେମ ଟିକେ ନିବିଡ଼ ହୋଇ ଗଲେ ଶାରୀରିକ ସମ୍ପର୍କ ରଖି ଦେଉଛନ୍ତି ଆଉ ତାପରେ ପ୍ରେମ ରେ ଫାଟ ସୃଷ୍ଟି ହେଲେ ଆତ୍ମହତ୍ୟା ପର୍ଯ୍ୟନ୍ତ କଥା ଚାଲି ଯାଉଛି | ତେବେ ସେଭଳି ଏକ ଘଟଣା ପୁଣି ଦେଖିବା ପାଇଁ ମିଳିଛି ଯାହାକୁ ଶୁଣିଲେ ଆପଣ ନିଶ୍ଚିତ ଭାବରେ ନିନ୍ଦା କରିବେ |

ସୂଚନା ଅନୁସାରେ, ବଲାଙ୍ଗୀର ର ଦୁଇ ଭଉଣୀ ଘର ଠାରୁ ଦୂରରେ ରହି ତାମିଲନାଡୁ ରେ ଟ୍ରେଲରିଂ କରି ରହୁଥିଲେ। ହେଲେ କିଛି ମାସ ପୂର୍ବରୁ ବଡ଼ ଭଉଣୀ ଙ୍କ ର ଯାଜପୁର ର ରଞ୍ଜିତ ନାମ କ ଜଣେ ବ୍ୟକ୍ତି ଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଆଉ ସେମାନେ ଉଭୟ ଉଭୟ ଙ୍କୁ ମଧ୍ୟ ଭଲ ପାଉଥିଲେ । ଏହାପରେ ପ୍ରେମିକ ରଞ୍ଜିତ ସେହି ଯୁବତୀ ଙ୍କୁ କହିଥିଲେ କି ତୁମେ ତୁମ ସାନ ଭଉଣୀ କୁ ନେଇ ମୋ ପାଖକୁ ଆସ ଆମେ ବିବାହ କରିବା ଓ ସାନ ଭଉଣୀ କୁ ପାଠ ପଢେଇବା। ତେଣୁ ବଡ ଭଉଣୀ ଏହି କଥାକୁ ବିଶ୍ୱାସ କରି ସାନ ଭଉଣୀକୁ ନେଇ ଦୁଇ ଭଉଣୀ ଯାଜପୁର ଆସିଲେ। ମାତ୍ର ଏଠାରେ ପହଁଚିବା ପରେ ରଞ୍ଜିତ ଦୁଇ ଭଉଣୀ କୁ ଗୋଟିଏ ଘରେ ବନ୍ଦ କରି ରଖିଥିଲା ଆଉ ତାଙ୍କୁ ମାର ପିଟ କରିବା ସହ ହତ୍ୟା କରିବାକୁ ଧମକ ମଧ୍ୟ ଦେଉଥିଲା।

 

ତେଣୁ ଦୁଇ ଭଉଣୀ ରଞ୍ଚିତଠାରୁ କେମିତି ମୁକ୍ତି ପାଇବେ ସେ ସଂପର୍କରେ ଚିନ୍ତା କରୁ ଥିବାବେଳେ ଗୋଟିଏ ସୁଯୋଗ ପାଇ ଗତକାଲି ସେ ଘରୁ ବାହାରି ଆସି ଗାଁ ଲୋକଙ୍କୁ ଦେଖା କରିଥିଲେ। ଆଉ ସବୁ କିଛି ତାଙ୍କୁ ଖୋଲିକି କହିବା ପରେ ବର୍ତ୍ତମାନ ପୋଲିସ ଦୁଇ ଭଉଣୀ ଙ୍କୁ ଉଦ୍ଧାର କରିଛି। କିନ୍ତୁ ସୂଚନାଯୋଗ୍ୟ ଯେ ପ୍ରେମିକ ରଞ୍ଜିତ ବର୍ତ୍ତମାନ ଫେରାର ରହିଛି ଆଉ ପୋଲିସ ତାକୁ ଗିରଫ କରିବା ପାଇଁ ତଦନ୍ତ ଚାଲୁ ରଖିଛି । ତେବେ ଏହି ଘଟଣା ସମ୍ନାକୁ ଆସିବା ପରେ ଲୋକମାନେ ଏନେଇ ଭିନ୍ନ ଭିନ୍ନମତ ରଖିଛନ୍ତି ଏବଂ ବହୁତ ନିନ୍ଦା ମଧ୍ୟ କରୁଛନ୍ତି ଆଜିର ଯୁବପିଢିଙ୍କୁ ।

Leave A Reply

Your email address will not be published.