ସଉକରେ Pre Wedding ଫଟୋ ସୁଟ୍‌ କରୁଥିଲେ ଝରଣା ମଝିରେ, ମାଡ଼ି ଆସିଲା ପାଣି ଆଉ ତା’ପରେ କଣ ହେଲା…ଦେଖନ୍ତୁ ଭିଡିଓ

ଆଜିକାଲି ଯୁଗରେ ଏତେ ଟେକନୋଲୋଜି ଆଗେଇ ଗଲାଣି ଯେ ଯାହାକୁ କଳ୍ପନା ମଧ୍ୟ କରି ହେବ ନାହିଁ ଏବଂ ସମାଜ ର ଲୋକ ମାନେ ମଧ୍ୟ ଆଉ ନିଜ ରୀତିନୀତି ନିୟମ ରେ ଚଳୁ ନାହାଁନ୍ତି ସେମାନେ ଅଧିକ ବାହାର ଷ୍ଟାଇଲ କି ଆପଣେଇ ନେଲେଣି | ବେଳେ ବେଳେ ଏମିତି ମଧ୍ୟ ହୋଇ ଥାଏ କି ଲୋକ ମାନେ ବାହାର ରୀତିନୀତି ଆପଣେଇ ଦେଇ ଏତେ ଉତ୍ସାହିତ ହୋଇ ଯାଆନ୍ତି ଯେ ବିପଦ ମୁହଁରେ ପଡ଼ି ନିଜ ଜୀବନ ମଧ୍ୟ ହରାଇ ବସି ଥାଆନ୍ତି | ଯୁଗ ଯେମିତି ଆଗେଇ ଚାଲିଛି ଆମେ ଯଦି ନିଜେ ସତର୍କ ହୋଇ ଚାଲିବା ତେବେ ନିଜେ ହିଁ ବିପଦ ରେ ପଡ଼ି ଯିବା |

 


ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଯେତେ ବେଳେ ଯୁବକ ଓ ଯୁବତୀ ଙ୍କର ବିବାହ ଠିକ ହୋଇ ଯାଏ ସେତେ ବେଳେ ସେହି କପୁଲ ପ୍ରି ୱେଡିଙ୍ଗ ଫୋଟ ସୁଟ କରି ଥାଆନ୍ତି | ତାହା ପୁଣି ଏମିତି ଜାଗାରେ ସେମାନେ ଫଟୋ ସୁଟ କରି ଥାଆନ୍ତୁ ଯାହା ଖୁବ ଭୟଙ୍କର ସ୍ଥାନ ହୋଇ ଥାଏ ଅର୍ଥାତ ଡର ଲାଗିଥାଏ ଯାହା ଦ୍ୱାରା ସେମାନେ ବିପଦ ରେ ପଡ଼ି ଯାଆନ୍ତି | ତେବେ ଆଜି ସେଭଳି ଏକ ଘଟଣା ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଏକ କପୁଲ ଝରଣା ରେ ଫଟୋ ଉଠାଇବାକୁ ଯାଇ ଜୀବନ କୁ ବିପଦ ମୁହଁରେ ଠେଲି ଦେଇଛନ୍ତି, ଆସନ୍ତୁ ପୁରା ଘଟଣା ଟି ସମ୍ପର୍କ ରେ ଆଲୋଚନା କରିବା |

ସୂଚନା ଅନୁଯାଇ ଝରଣା ମଝିରେ ଏକ କପୁଲ ଫଟୋ ଉଠାଉ ଥିବା ସମୟରେ ହଠାତ ପାଣି ଦୁହିଁଙ୍କ ଆଡ଼କୁ ମାଡ଼ି ଆସି ଥିଲା ଯାହାଦ୍ୱାରା ପରିସ୍ଥିତି ଏତେ ଭୟଙ୍କର ହୋଇ ଗଲା ଯେ ଆପଣ ଭାବି ମଧ୍ୟ ପାରିବେ ନାହିଁ | ରାଜସ୍ଥାନର ଚିତର ଗଡ଼ ସହରର କୋଟାରେ ରହୁଥିବା ଆଶିଷ ଗୁପ୍ତା ଙ୍କ ସହିତ ଶିଖା ଙ୍କର ବିବାହ ଠିକ ହେଇଥିଲା | ତେବେ ବିବାହ ପାଇଁ ଦିନ ଠିକ କରାଯିବା ପରେ ଉଭୟ ପ୍ରି ୱେଡିଙ୍ଗ ଫୋଟ ସୁଟ ପାଇଁ ପ୍ରାବଧ ଘାଟ ସହରରେ ଥିବା ଏକ ଝରଣା ନିକଟକୁ ଯାଇ ଥିଲେ ଓ ସେଠାରେ ଫୋଟ ସୁଟ ମଧ୍ୟ ଚାଲି ଥିଲା କିନ୍ତୁ ସେହି ରାଣାପ୍ରତାପ ସାଗରରେ ଥିବା ଡ୍ୟାମର ଗେଟ ଖୋଲି ଦିଆ ଯାଇଥିଲା |

ଯାହା ଦ୍ୱାରା ଝରଣା ର ଜଳସ୍ତର ହଠାତ ବଢ଼ି ଯାଇ ମାଡ଼ି ଆସି ଥିଲା ଆଉ କପୁଲ ଙ୍କୁ ଏହା ଜଣା ମଧ୍ୟ ନଥିଲା | ଯାହାଦ୍ୱାରା ଉଭୟ ଯୁବକ ଓ ଯୁବତୀ ଏବଂ କ୍ୟାମେରା ମ୍ୟାନ ସେହି ପାଣି ଘେର ଭିତରେ ଫସି ଯାଇ ଥିଲେ କିନ୍ତୁ କ୍ୟାମେରା ମ୍ୟାନ ଜଣଙ୍କ ବହୁତ କଷ୍ଟେ ମଷ୍ଟେ ସେହି ପାଣି ଘେର ରୁ ବାହାରି ଥାନାରେ ପହଞ୍ଚି ଏହି ଦୁର୍ଘଟଣା ସମ୍ପର୍କ ରେ ଜଣାଇ ଥିଲେ | ସୂଚନା ପାଇବା ମାତ୍ରେ ପାଣିରେ ଫସିଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ ଓଡ୍ରାଫ ଟିମ ଯାହା ଦ୍ୱାରା ସେମାନେ ତାଙ୍କ ଜୀବନ ବଞ୍ଚାଇ ପାରି ଥିଲେ | ତେବେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

Leave A Reply

Your email address will not be published.