ଦେଖନ୍ତୁ VIRAL ଭିଡ଼ିଓ – ଚିନ ସେନାଙ୍କୁ ଗୋଡେଇ ଗୋଡେଇ ପିଟିଲେ ଭାରତୀୟ ଯବାନ…ଦେଖନ୍ତୁ ଏହାର LIVE ଭିଡ଼ିଓ

ଡୋକଲାମ୍, ଗଲୱାନ, ଏହାପରେ ତୱାଙ୍ଗ । ଚୀନ୍ ଛାଡ଼ୁନି ନିଜ ପ୍ରକୃତି । ସୀମାରେ ପୁଣି ଥରେ ମୁହାଁମୁହିଁ ଭାରତ-ଚୀନ ସେନା ।ତେବେ ତୱାଙ୍ଗରେ ଭାରତ-ଚୀନ ମୁହାଁମୁହିଁ ଭିତରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଭାରତୀୟ ସୈନିକ ଚୀନ ସେନାକୁ ଠେଙ୍ଗା, ବାଡ଼ିରେ ପିଟୁଥିବାର ଦେଖାଯାଉଛି। ଭିଡିଓକୁ ବିଜେପି ନେତା କପିଲ ମିଶ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି।ମାତ୍ର ଦୁଇ ମିନିଟର ଏହି ଭିଡିଓରେ ଉଭୟ ତରଫରୁ ସୈନିକମାନେ ମୁହାଁମୁହିଁ ହୋଇଛନ୍ତି।

ସେମାନଙ୍କ ମଧ୍ୟରେ ଏକ କଣ୍ଟା ତାର ରହିଛି, ଯାହାକୁ ସୀମା ନିର୍ଦ୍ଧାରଣ ପାଇଁ ଲଗାଯାଇଛି। ଭାରତୀୟ ସୈନ୍ୟମାନେ ଚୀନ ସେନା ଉପରେ ଭାରୀ ପଡ଼ିଥିବା ଭିଡିଓରେ ଦେଖିବାକୁ ମିଳୁଛି। ଭାରତୀୟ ସେନା ଚୀନ ସେନାକୁ ବାଡ଼ିରେ ନିର୍ଧୁମ ପିଟି ନିୟନ୍ତ୍ରଣ ରେଖାଠାରୁ ଦୂରରେ ରଖିବାକୁ ଚେଷ୍ଟା କରୁଛି।


ଭିଡିଓରେ ଦେଖିବାକୁ ମିଳୁଛି ଯେ ଏହି ମୁହାଁମୁହିଁ ଏବଂ ସଂଘର୍ଷ ପରେ ଚୀନ ସୈନିକମାନେ ଧୀରେ ଧୀରେ ପଛକୁ ହଟୁଛନ୍ତି। ଭିଡିଓରେ କିଛି ଭାରତୀୟ ସୈନିକ ଚୀନ ସେନା ଉପରେ ପଥର ପିଙ୍ଗୁଥିବାର ବି ଦେଖାଯାଉଛି। ଯଦିଓ ଚୀନ ସେନା ପଛକୁ ହଟିବା ପରେ ଭାରତୀୟ ସେନାର ଜଣେ ଅଧିକାରୀ ଯବାନମାନଙ୍କୁ ପଥର ନ ଫିଙ୍ଗିବାକୁ ଏବଂ ଶାନ୍ତ ରହିବାକୁ କହୁଥିବାର ଶୁଣିବାକୁ ମିଳୁଛି। କହି ରଖୁଛୁ, ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଚୀନ ସୈନିକ (ପିଏଲ୍ଏ) ଭାରତୀୟ ସେନାର ତିନି ୟୁନିଟ୍ ସହ ସଂଘର୍ଷ କରିଥିଲେ। 9 ଡିସେମ୍ବରରେ ହୋଇଥିବା ସଂଘର୍ଷ ସମୟରେ ଇନ୍‌ଫ୍ୟାଣ୍ଟ୍ରି ରେଜିମେଣ୍ଟଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।


ଏହି ମୁହାଁମୁହିଁ କାରଣରୁ ଏକାଧିକ ଯବାନ ଆହତ ହୋଇଛନ୍ତି । ଡ୍ରାଗନ ସେନାର ପ୍ରାୟ 3ଶହ ଯବାନ ଅଚାନକ 9 ତାରିଖ ଆସି ନିୟନ୍ତ୍ରଣ ରେଖା ଅତିକ୍ରମ କରି ଗଣ୍ଡଗୋଳ କରିଥିଲେ । ଏହାର ମୁକାବିିଲା କରିଥିଲେ ଉପସ୍ଥିତ ଥିବା ଭାରତୀୟ ଯବାନ । ଏହି ଘଟଣାରେ 6 ଜଣ ଭାରତୀୟ ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଗୌହାଟୀ ଅଣାଯାଇଛି ।ଚୀନ ସେନାର ମଧ୍ୟ 12 ରୁ ଅଧିକ ଯବାନ ଆହତ ହୋଇଥିବା ଜଣାପଡ଼ିଛି । 2020 ଗଲୱାନ ଘାଟି ଘଟଣା ପରେ ପୁଣି ଏଭଳି ଏକ ଘଟଣା ନଜରକୁ ଆସିଛି । ଗଲୱାନ ଘାଟିରେ ହୋଇଥିବା ମୁହାଁମୁହିଁ ଘଟଣାରେ ଚୀନର 45 ଜଣ ଯବାନ ନିହତ ହୋଇଥିଲେ ।


ଭାରତ ପକ୍ଷରୁ ମଧ୍ୟ 20 ଯବାନ ସହିଦ ହୋଇଥିଲେ । ଏହି ଘଟଣା ପରଠାରୁ, ପ୍ରକୃତ ନିୟନ୍ତ୍ରଣ ରେଖାରେ ଦୁଇ ଦେଶର ସେନା ମଧ୍ୟରେ ଉତେଜନା ପୂର୍ଣ୍ଣ ସ୍ଥିତି ଲାଗି ରହିଛି । ତେବେ ବେଶ କିଛି ଦିନର ନିରବତା ପରେ ପୁଣିଥରେ ଚୀନ ନିଜର ଅସଲ ରୁପ ଦେଖାଇଛି । ସେପଟେ ସୀମାରେ ଚୀନ୍ ଓ ଭାରତୀୟ ସେନା ମୁହାଁମୁହିଁ ହେବା ପ୍ରସଙ୍ଗକୁ ନେଇ ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ

Leave A Reply

Your email address will not be published.