ଏବେ ସମସ୍ତଙ୍କ ପାଖରେ କିଛି ନା କିଛି ରୋଗ ଅନୁଭୂତ ହେଉଛି। ତେବେ ଦାନ୍ତ ଏମିତି ଏକ ଆମ ଶରୀରର ଅଂଶ ହୋଇଥାଏ ଯାହା ମୁଖର ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ସୁନ୍ଦର ଦେଖା ଯିବାରେ ଦାନ୍ତ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଆଉ ସେହି ଦାନ୍ତକୁ ମୂଳରୁ ମଜବୁତ୍ କରିଥାଏ ମାଢ଼ି। ଆଉ ଯଦି ମାଢ଼ି ମଜବୁତ୍ ନଥିବ ତାହେଲେ ଆମ ଦାନ୍ତ ବି କେବେ ମଜବୁତ୍ ହୋଇ ପାରିବ ନାହିଁ।
ଆପଣମାନେ ସମସ୍ତେ ଜାଣିଥିବେ କୌଣସି ଏକ ଜିନିଷର ଭଲ ଭାବରେ ଯତ୍ନ ନ ନେଲେ ତାହା ଧୀରେ ଧୀରେ ନଷ୍ଟ ହେବାରେ ଲାଗେ।ସେହିପରି ଆମେ ଯଦି ଦାନ୍ତର ଯତ୍ନ ସଠିକ୍ ଭାବରେ ନନେବା ତାହେଲେ ଦାନ୍ତ ମାଢ଼ି ଲାଲ ଦେଖାଯିବା ସହିତ ଫୁଲିଯିବା, ଭୀଷଣ ବିନ୍ଧିବା ଓ ମାଢ଼ିରୁ ସହଜରେ ରକ୍ତ ବାହାରିବା ଇତ୍ୟାଦି ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଏ।
ମାଢ଼ି ରୋଗ କାନ କାହିଁକି ହୋଇଥାଏ?
ମାଢି ରୋଗକୁ ଡାକ୍ତରୀ ଭାଷାରେ ପେରିଓଡୋଣ୍ଟାଇସ ବୋଲି କୁହା ଯାଇଥାଏ। ଏହା ଦ୍ବାରା ମାଢି ସଂକ୍ରମିତ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥାଏ। ଏହା ସହିତ ଫୁଲିଯିବା, ଭୀଷଣ ବିନ୍ଧିବା ଓ ମାଢିରୁ ସହଜରେ ରକ୍ତ ବାହାରିବା ଇତ୍ୟାଦି ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ। ଯଦି ଆପଣଙ୍କ ପାଟିରୁ ଦୁର୍ଗନ୍ଧ ବାହାରୁଛି ତାହାଲେ ଜାଣିବେ ଯେ ଆପଣଙ୍କ ଠାରେ ମାଢି ରୋଗର ସମସ୍ୟା ରହିଛି।ଯଦି ଆପଣ ଭଲ ଭାବରେ ଓରାଲ ହାଇଯେନ୍ ମେଣ୍ଟେନ କରୁ ନାହାଁନ୍ତି ତେବେ ପାଟିର ଯେଉଁ ମଇଳା ତାହା ମାଢିରେ ଜମା ହୋଇ ରହିଯାଏ। ଆଉ ସେଇଟା ଧିରେ ଧିରେ ସଲ୍ଟି ହୋଇ କାଲକୁଲସ୍ ବା ଟାଟାର ରୂପ ନେଇଯାଇଥାଏ। ଆଉ ଏହାପରେ ଆମର ଯେଉଁ ଗମ୍ ରହିଛି ତାହା ଏକ ପକେଟ୍ ଫରମେସନ୍ ନେଇଯାଇ ଥାଏ। ଏହା ପରେ ଆମର ମାଢି ରୋଗ ଆରମ୍ଭ ହୋଇ ଯାଇଥାଏ।

ଏହା ଛଡା ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ଏହି ରୋଗ ଅଧିକା ଦେଖା ଯାଇଥାଏ ସେମାନଙ୍କ ମାଢି ଫୁଲି ଲାଲ୍ ଦେଖା ଯାଇଥାଏ। ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଏହି ରୋଗ ଦେଖା ଯାଇଥାଏ।ସେମାନଙ୍କ ସୁଗାର ଲେବଲ୍ ବୃଦ୍ଧି ହେଲେ ଏହି ସମସ୍ୟା ଦେଖା ଯାଇଥାଏ। ଯେଉଁ ମାନଙ୍କର ଓଜନ ଖୁବ୍ ଅଧିକ ରହିଛି ସେମାନେ ମଧ୍ୟ ବହୁତ୍ ସତର୍କ ରହିବା ଆବଶ୍ୟକ। ଏହା ଛଡା ଏହାର ସବୁଠୁ ମୁଖ୍ୟ କାରଣ ହେଉଛି ତମ୍ବାଖୁ ସେବନ। ତେବେ ତମ୍ବାଖୁ ଆଦି ମଦ୍ୟପ ଦ୍ରବ୍ୟ ଠାରୁ ସର୍ବଦା ଦୂରେଇ ରୁହନ୍ତୁ।
ମାଢି ରୋଗକୁ ରୋକିବେ କିପରି-
ଯଦି ଆପଣଙ୍କ ପାଖରେ ଏହି ସମସ୍ୟା ରହିଛି ତେବେ ଆପଣ ସର୍ବଦା ଉଷୁମ ପାଣିର ବ୍ୟବହାର କରନ୍ତୁ। ଏହା ସହିତ ହଳଦୀ ଏବଂ ଏଲୋବେରା ନେଇ ଆପଣ ଆପଣଙ୍କ ମାଢିକୁ ଭଲ ଭାବରେ ମସାଜ୍ କରନ୍ତୁ। ଦାନ୍ତକୁ ସଫା ରଖନ୍ତୁ। ଏହା ସହିତ ଡ଼ାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରନ୍ତୁ।