କେଶ ଝଡ଼ିବା ବନ୍ଧ କରନ୍ତୁ, ଚନ୍ଦାପଣ ରୁ ମୁକ୍ତି ପାଆନ୍ତୁ କେବଳ ୯୦ ଦିନରେ…

ଆଜିର ସମୟରେ ଅନେକ ଲୋକ ଚନ୍ଦାପଣ ବା ଏଲୋପେସିଆ ଭଳି ସମସ୍ୟାର ସମୁଖୀନ ହେଉଛନ୍ତି । ସମୟ ପୂର୍ବରୁ ଚନ୍ଦା ହୋଇଗଲେ ବା କେଶ ଅତ୍ୟଧିକ ଝଡିଲେ ବହୁତ ଆତ୍ମଗ୍ଳାନି ଅନୁଭବ ହୋଇଥାଏ, ଯାହା ଆମ ବ୍ୟକ୍ତିଗତ ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ବଂଶଗତ କାରଣରୁ କିମ୍ବା ଭୁଲ ଜୀବନଶୈଳୀ ଓ ଦୂଷିତ ପରିବେଶ ଯୋଗୁଁ ଏହିସବୁ ସମସ୍ଯା ଦେଖା ଦେଇଥାଏ । କେଶ ଝଡ଼ିବା, ଅକାଳ ଧଳାପଣ ଆସିବା, ଚନ୍ଦା ସମସ୍ୟା ସାଧାରଣ ହୋଇଗଲାଣି। ଏହି କେଶ ସମସ୍ୟା ପାଇଁ ପିଆଜ ଏକ ଔଷଧ ଅଟେ।

ହଁ, ପିଆଜ କେଶ ଝଡିବା, ଶୁଷ୍କତା, କେଶ ଧଳା ହେବା ଏବଂ ଉପି ରୁ ମୁକ୍ତି ଦେଇଥାଏ।କିନ୍ତୁ ବୋଧହୁଏ ଅନେକ ଲୋକ ଜାଣିବେ ନାହିଁ ଯେ ଏହି ପିଆଜ କେଶ ପାଇଁ ମଧ୍ୟ ଲାଭଦାୟକ ଅଟେ।ପିଆଜ ରସ କେଶ ପାଇଁ ଏକ ରାମବାଣ । ଆଜି ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଏହି ବିଷୟରେ ସୂଚନା ଦେବୁ।

କେଶକୁ ମୋଟା, ଶକ୍ତିଶାଳୀ ଏବଂ ଲମ୍ବା କରିବା ଏକ ସହଜ କାମ ନୁହେଁ। ତେଣୁ, ବିଳମ୍ବ ନକରି କେଶ ଝଡ଼ିବାକୁ ଧ୍ୟାନ ଦିଅନ୍ତୁ। ଆପଣଙ୍କ ଏହି ସମସ୍ଯାକୁ ଦୂର କରିବା ପାଇଁ ଏକ ଚମତ୍କାର ଘରୋଇ ଉପଚାର ଏହି ଉପଚାର କୁ ଥରେ ମାତ୍ର ବ୍ଯବହାର କରନ୍ତୁ ଦେଖିବେ ଆପଣ ଙ୍କ ସମସ୍ୟା ଦୂର ହେଇଯିବ ।

ଆବଶ୍ୟକ ସାମଗ୍ରୀ:- ପିଆଜ, ସୋରିଷ ତେଲ, ନଡ଼ିଆ ତେଲ , ଭୃଷଙ୍ଗ ପତ୍ର ଓ ରସୁଣ ।

ପ୍ରସ୍ତୁତି ପ୍ରଣାଳୀ:-

 

ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକ ହେବ କିଛି ନଡିଆ ତେଲ । ଦ୍ଵିତୀୟ ସାମଗ୍ରୀ ଯାହା ଆପଣଙ୍କୁ ଆବଶ୍ୟକ ହେବ ତାହା ହେଉଛି ଭୃଷଙ୍ଗ ପତ୍ର । ଏଥିପାଇଁ ଆପଣଙ୍କୁ ୧୦ରୁ ୨୦ଟି ଭୃଷଙ୍ଗ ପତ୍ର ନେବାକୁ ହେବ। ତାପରେ ଆପଣ ମାନେ ରସୁଣ ଓ ପିଆଜ ।

ଆପଣ ପ୍ରଥମେ ଏହି ପିଆଜ ଗ୍ରାଇଣ୍ଡିଂ କରି ସେଥିରେ ସୋରିଷ ତେଲ ଦିଅନ୍ତୁ ଗ୍ରାଇଣ୍ଡିଂ କରି ଦିଅନ୍ତୁ ଓ ଏହା ପରେ ଆପଣ ମାନେ ଏଥିରେ ରସୁଣ ଓ ଭୃଷଙ୍ଗ ପତ୍ର ଦେଇ ଏକ ପତ୍ର କୁ କାଢି ଦିଅନ୍ତୁ । ତାପରେ ଆପଣ ମାନେ ଏକ କଢ଼େଇ ନିଅନ୍ତୁ ଏହି ପିଆଜ ତେଲ ପ୍ରସ୍ତୁତ କରିବା ପାଇଁ ସେଥିରେ ଗ୍ୟାସ୍ ରେ ଗୋଟିଏ ପ୍ୟାନ ବସାନ୍ତୁ ସେଥିରେ ସୋରିଷ ତେଲ ଦିଅନ୍ତୁ ତାପରେ ଏଥିରେ ନଡିଆ ତେଲ ପକାନ୍ତୁ ଏଥିରେ ସେହି ପେଷ୍ଟ ଟି କୁ ପକାନ୍ତୁ ତାପରେ ଏହା କୁ ଭଲ ଭାବରେ ଗୋଳାନ୍ତୁ । ତାପରେ ହେଲା ପରେ ଏହା କୁ ଛାଣି ଦ୍ଵାରା ଛାଣି ଦିଅନ୍ତୁ ଓ ଏହାର ରସ ବାହାର କରି ଦିଅନ୍ତୁ ।

କିପରି ବ୍ଯବହାର କରିବେ :
ସପ୍ତାହ କୁ ୨ ରୁ ୩ ଦିନ ଲଗାଇବେ ଦେଖିବେ ଆପଣ ଙ୍କ କେଶ ଚନ୍ଦା ମୁଣ୍ଡରେ ବି ବାଳ ଉଠିବ, ସବୁଦିନ ପାଇଁ ଦୂର ହୋଇଯିବ କେଶ ଝଡିବା ସମସ୍ଯା କରନ୍ତୁ ଏହି ସହଜ ଘରୋଇ ଉପଚାର ବ୍ଯବହାର କରନ୍ତୁ।

Leave A Reply

Your email address will not be published.