Belly Fat Loss Drink – ପାଣିରେ ଏହି ଗୋଟିଏ ଜିନିଷ ମିଶେଇ ପ୍ରତିଦିନ ସକାଳୁ ପିଅନ୍ତୁ ପେଟ, ଜଙ୍ଘ ର ଚର୍ବି ସବୁଦିନ ପାଇଁ ଗାଏବ ହୋଇଯିବ

ଆମେ ଜାଣିଛୁ କି ଆମର ଶରୀରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଗୁଡିକ ସବୁବେଳେ ଦେଖା ଯାଇଥାଏ | ତେବେ ଆମେ ଜାଣିଛୁ କି ଆମ ଶରୀରରେ ଯଦି କଷ୍ଟ ଅନୁଭବ ହୋଇଥାଏ ତାହେଲେ ଆମକୁ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବାକୁ ମିଳିଥାଏ | ଗ୍ୟାସ, ଏସିଡିଟି, କଷ୍ଟ କଠିନ୍ୟ, ପେଟ ଫୁଲିବା ଭଳି ସମସ୍ୟା ଆଜି କାଲି ଲୋକଙ୍କ ପାଖରେ ବିଶେଷ ଭାବରେ ସବୁବେଳେ ଦେଖିବାକୁ ମିଳିଥାଏ | ତେବେ ସେହି ଭଳି ସମସ୍ୟା ରୁ ଆମେ ମାନେ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମାନ ମଧ୍ୟ ଆପଣାଇ ଥାଉ ଆଉ ଡାକ୍ତର ଙ୍କର ପରାମର୍ଶ ମଧ୍ୟ ଲୋଡ଼ିଥାଉ |

ତାହେଲେ ଆଜି ମୁଁ ଆପଣ ମାନଙ୍କୁ କହିବାକୁ ଯାଉଛି ଏକ ସହଜ ଘରେଇ ଉପଚାର ବିଷୟରେ ଯାହାକୁ ଆମେ ଅତି ସହଜରେ ଘରେ ପ୍ରସ୍ତୁତ କରି ପାରିବା | ଆଉ ଯେଉଁ ଉପଚାର କୁ ଆମେ ମାନେ ବ୍ୟବହାର କରିକି ବିଭିନ୍ନ ପ୍ରକାରର ସମସ୍ୟା ରୁ ସମ୍ପୂର୍ଣ୍ଣ ଭାବରେ କମ ସମୟରେ ମୁକ୍ତି ପାଇପାରିବା | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଘରେଇ ଉପଚାର ବିଷୟରେ ଜାଣିବା |

 


ତେବେ ଆଜିକାଲି ସମସ୍ତେ ଯିଏ ଯାହାର କାର୍ଯ୍ୟ ରେ ବ୍ୟସ୍ତ ରହୁଛନ୍ତି ଆଉ ଯାହା ଫଳରେ ଆପଣ ଆପଣଙ୍କର ଫିଟନେସ ପ୍ରତି ଗୁରୁତ୍ୱ ଦେଉ ନାହାନ୍ତି |ଏହି ସହଜ ଘରେଇ ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଗୋଟିଏ କଢେଇ ବସାଇ ସେଥିରେ ଗୋଟିଏ ଗ୍ଲାସ ପାଣି ନେବା ପାଇଁ ପଡିବ | ଆଉ ପାଣିକୁ ଭଲ ଭାବରେ କଢେଇରେ ବସାଇ ଫୁଟାଇବା ତାହା ପରେ ସେଥିରେ ଗୋଟିଏ ଚାମଚ ଜିରା ପକାଇବା |

ଏହା ପରେ ସେହି ଗରମ ପାଣିରେ ଆମେ ଡାଲଚିନି ର ଗୋଟିଏ ଖଣ୍ଡ କୁ ପକାଇବା ଏବଂ ପାଣି ଫୁଟୁଥିବା ଅବସ୍ଥାରେ ସେଥିରେ ଆମେ ଏକ ଅଳେଇଚ ନେଇ ଛୋଟ ଛୋଟ ଖଣ୍ଡ କରିକି ସେହି ପାଣି ରେ ପକାଇ ଦେବା | ଆଉ ତାହା ପରେ ଆମେ ଗୋଟିଏ ଲେମ୍ବୁ ନେବା ଓ ତାହା କୁ ପତଳା ପତଳା କରି କାଟିଦେବା ଓ ସେହି ପାଣି ରେ ପକାଇଦେବା |

ଆଉ ପାଣି ଟି ଭଲ ଭାବରେ ଫୁଟି ସାରିବା ପରେ ତାହାକୁ ବାହାରକୁ ଆଣିକି ଛାଣି ଦେବା ଓ ଆପଣଙ୍କ ର ଆବଶ୍ୟକ ଥିଲେ ସେଥିରେ ଗୋଟିଏ ଚାମଚ ମହୁ ମଧ୍ୟ ମିଶାଇ ପାରିବେ ବୋଲି ମଧ୍ୟ କୁହାଯାଉଛି | ଏହା ଛଡା ମହିଳା ମାନେ ମା ହେବା ପରେ ଅନେକ ସମୟରେ ମେଦ ବହୁଳତାର ଶିକାର ହେଉଛନ୍ତି | ସେଥିରୁ ରକ୍ଷା ପାଇବା ପାଇଁ ହେଲେ ସହଜ ଘରେଇ ଉପଚାର କୁ ଆସନ୍ତୁ ପ୍ରସ୍ତୁତ କରିବା |


ତେବେ ଏହା ଥିଲା ମୋଟାପଣ ଓ ମେଦ ବହୁଳତାକୁ କମ କରେଇବାର ସହଜ ଘରେଇ ଉପଚାର |ଏବେ ଆମେ ପ୍ରସ୍ତୁତ କରିଥିବା ସେହି ମିଶ୍ରଣ କୁ ଚାହା ଭଳି ବ୍ୟବହାର କରି ପାରିବା | ତେବେ ଏହାକୁ ସକାଳେ ଖାଲି ପେଟରେ ବ୍ୟବହାର କରିବା ଓ ତାହା ର ଗୋଟିଏ ଘଣ୍ଟା ପରେ ଖାଦ୍ୟ ଖାଇବା ଆବଶ୍ୟକ ବୋଲି କୁହାଯାଉଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.