jotisha shastra -ଆଜି 19,12,2022 ସୋମବାର ,ମହାଦେବଙ୍କ କୋପ ଦୃଷ୍ଟି ପଡିଛି କି ? ଡେରି ନକରି ପାଳନ କରନ୍ତୁ ଏହି ୬ ଟି ନିୟମ…

ଆପଣମାନେ ସମସ୍ତେ ଜାଣିଥିବେ ଭଗବାନ ଶିବ ଦୁନିଆର ସୃଷ୍ଟି କର୍ତ୍ତା। ସେ ସମସ୍ତଙ୍କର ଦୁଃଖ କଷ୍ଟ କୁ ଦୂର କରିଥାଏ। ତେବେ ଆମ ହିନ୍ଦୁ ଧର୍ମରେ ୩୩ କୋଟି ଦେବାଦେବୀ ରହିଛନ୍ତି। ଆଉ ସେହି ଦେବାଦେବୀ ମାନଙ୍କ ମଧ୍ୟରୁ ମହାଦେବ ଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଏ। ତେବେ ଜୀବନରେ ସମସ୍ତଙ୍କର ଅନେକ ସମସ୍ୟା ଆସିଥାଏ।

ଯଦି ଆପଣ ଭଗବାନ ଶିବ ଙ୍କୁ ଶ୍ରଦ୍ଧା ର ସହକାରେ ପୂଜା ଅର୍ଚ୍ଚନା କରିବେ ତାହେଲେ ଭଗବାନ ଶିବ ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ କରିବା ସହିତ ସମସ୍ତ ସମସ୍ୟା ଦୂର ହୋଇଯିବ। ତେବେ ମୁଁ ଆଜି ଆପଣଙ୍କୁ ଭଗବାନ ଶିବ ଙ୍କୁ କିପରି ପୂଜା କଲେ ସେ ପ୍ରସନ୍ନ ହୁଅନ୍ତି ସେ ବିଷୟରେ ଜଣେଇବୁ। ତେବେ ଜାଣିବା ସେହି ନିୟମ ଗୁଡ଼ିକ ବିଷୟରେ।

 

୧- ଆପଣ ଯଦି ଚମଡାରେ ପ୍ରସ୍ତୁତ ହୋଇଥିବା ଜୋତା କିମ୍ବା ଚପଲ କୌଣସି ଗରିବ ବ୍ୟକ୍ତିଙ୍କୁ ଦାନ କରନ୍ତି ତେବେ ଏହା ଆପଣ ପାଇଁ ବହୁତ ଭଲ ହୋଇଥାଏ ।

୨-ଆପଣ ମହାଦେବଙ୍କୁ ପୂଜା କରିବା ସମୟରେ କେବେ ତାଙ୍କ ସାମ୍ନାରେ ଛିଡା ହୋଇ ପୂଜା କରନ୍ତୁ ନାହିଁ, ତାଙ୍କ ଚରଣ ତଳେ ବସି ପୂଜା କରନ୍ତୁ ଯେପରି ମହାଦେବ ଆପଣଙ୍କର ସମର୍ପଣ ଭାବ ଦେଖି ଆପଣଙ୍କ ଉପରେ ତାଙ୍କର କୃପା ଦୃଷ୍ଟି ପକାଇବେ ।

୩-ପ୍ରତ୍ୟେକ ସୋମବାର ଦିନ ମହାଦେବଙ୍କ ମନ୍ଦିରକୁ ଯାଇ ତାଙ୍କର ଦର୍ଶନ କରନ୍ତୁ ତାହା ସହିତ ଆପଣ ଏହିଦିନ ନିରାମିଷ ଖାଆନ୍ତୁ, ଏପରି କଲେ ମହାଦେବଙ୍କ କୃପା ଆପଣଙ୍କ ଉପରେ ରହିଥାଏ ।ଏହି କୃପାରୁ ଆପଣ ଜୀବନରେ ଅନେକ ସଫଳତା ଲାଭ କରନ୍ତି ।

 

୪- ମହାଦେବଙ୍କ କୋପରୁ ମୁକ୍ତି ପାଇବା ପାଇଁ ଆପଣ ବରଗଛ ମୂଳରେ ରାଶି ତେଲର ଦୀପ ଜଳାନ୍ତୁ, ଏହା ଦ୍ଵାରା ଶିବଙ୍କ କୃପା ଆପଣ ପାଇବେ ।

୫ -ଆପଣ ମହାଦେବଙ୍କ କୃପା ପାଇବା ପାଇଁ ଚାହୁଁଥିଲେ ତାଙ୍କର ଆରାଧନା କରିବା ସହିତ ପରୋପକାରୀ ହୁଅନ୍ତୁ, ସର୍ବଦା ସତ୍ୟ ଆଚରଣ କରନ୍ତୁ,କାହାର କ୍ଷତି ମଧ୍ୟ କରନ୍ତୁ ନାହିଁ ।ଏପରି କଲେ ଆପଣ କେବେ ଜୀବନରେ ଦୁଃଖ ଭୋଗ କରିବେ ନାହିଁ କି ଅଭାବ ଅନୁଭବ ମଧ୍ୟ କରିବେ ନାହିଁ ।

୬ – ମହାଦେବଙ୍କ ଅତି ପ୍ରିୟ ଶ୍ରମିକ, ମୁଲିଆ, କୁଲି ଏବଂ ଅସହାୟ ମାନଙ୍କୁ ସାହାଯ୍ୟ କଲେ ଆପଣ କଲା କର୍ମର ପ୍ରାୟଶ୍ଚିତ କରିବା ସହିତ ମହାଦେବଙ୍କ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି ।

୭- ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ହେଲେ ତାଙ୍କର ପୂଜା ପାଠ ଭକ୍ତିର ସହିତ କରିବା ପାଇଁ ପଡିବ, ଆପଣ ଯଦି ସୋମବାର ଦିନ ମହାଦେବଙ୍କ ମୂର୍ତ୍ତି ନିକଟରେ ତେଲର ଦୀପ ଲଗାନ୍ତୁ କିମ୍ବା କୌଣସି ବ୍ରାହ୍ମଣ କି ଗରିବ ଲୋକଙ୍କୁ ତେଲ ଅର୍ପଣ କରନ୍ତୁ ।ଏହିପରି କରିବା ଦ୍ଵାରା ମହାଦେବଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ ।ତେଲ ଅର୍ପଣ ସମୟରେ ଯେପରି ନପଡେ ସେଥିପ୍ରତି ଆପଣ ଧ୍ୟାନ ଦିଅନ୍ତୁ ।

Leave A Reply

Your email address will not be published.