ଶୁଣନ୍ତୁ Exclusive:” ପ୍ରଥମ ଥର ପାଇଁ ମିଡିଆ ସାମ୍ନାରେ ollywood ଅଭିନେତ୍ରୀ ପ୍ରକୃତି ମିଶ୍ର କହିଲେ ‘ବାବୁଶାନ କିଏ’ |…ଶୁଣନ୍ତୁ ସେ ଆଉ କଣ କହୁଛନ୍ତି ?

ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ହୋଇ ରହିଛନ୍ତି ଆଉ ସେଥି ମଧ୍ୟରୁ ସମସ୍ତ ଦର୍ଶକ ଙ୍କର ପ୍ରାୟ ନିଜ ନିଜର ଏକ ପ୍ରିୟ କଳାକାର ମଧ୍ୟ ରହି ଥାଆନ୍ତି | ସେମାନେ ତାଙ୍କର ଫିଲ୍ମ ଦେଖିବାକୁ ଖୁବ ପସନ୍ଦ କରି ଥାଆନ୍ତି ଏବଂ ଏହା ସହିତ ସୋସିଆଲ ମିଡ଼ିଆ ରେ ମଧ୍ୟ ତାଙ୍କର କିଛି ଭିଡ଼ିଓ ହେଉ ଅଥବା ବ୍ୟକ୍ତିଗତ ଜୀବନ ବିଷୟ ରେ ହେଉ ତାହାକୁ ଜାଣିବା ପାଇଁ ଚାତକ ଭଳି ଚାହିଁ ରହି ଥାଆନ୍ତି |

ତେବେ ତାଙ୍କର ଛୋଟ ଛୋଟ କଥା ମଧ୍ୟ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହୋଇ ଥାଏ ଯାହାକୁ ନେଇ ସେମାନେ ଟ୍ରୋଲ ର ମଧ୍ୟ ଶିକାର ହୋଇ ଥାଆନ୍ତି | ସେହିପରି ପ୍ରକୃତି ମଧ୍ୟ କିଛି ଦିନ ପୂର୍ବରୁ ଏହାର ଶିକାର ହୋଇଥିଲେ । ଆଉ ଏବେ ପୁଣି ତାଙ୍କର ବୟାନ ପାଇଁ ଚିର୍ଚାକୁ ଆସିଛନ୍ତି ।

 


ତେବେ ବାବୁଶାନଙ୍କୁ ସ୍ପାଇନଲେସ ବା ଅମେରୁଦଣ୍ଡୀ କହିଲେ ପ୍ରକୃତି ? ବାବୁଶାନଙ୍କ ନାଁ ଶୁଣି ଇଗ୍ନୋର କଲେ, ଚିହିଁକି ଉଠିଲେ । ବାବୁଶାନ- ପ୍ରକୃତି ବିବାଦକୁ ଅନେକ ଦିନ ବିତିଛି ସତ । କିନ୍ତୁ ଏହି ବିବାଦର ନିଆଁ ଏଯାଏଁ ଲିଭିନି । ଆଉ ଏକଥା ପ୍ରକୃତିଙ୍କ କଥାରୁ ସ୍ପଷ୍ଟ ହୋଇଛି । ପ୍ରକୃତିଙ୍କ ନୂଆ ଫିଲ୍ମ କଫି ସପ ପ୍ରେମର ଆରମ୍ଭର ପ୍ରମୋଶନ ବେଳେ ପ୍ରକୃତି ଓଡିଆ ଫିଲ୍ମ ବିଷୟରେ ଅନେକ କିଛି କହିଥିଲେ ।

ଏହା ସହ ଦମନ ଫିଲ୍ମ ସେ ଦେଖିଛନ୍ତି ନା ନାହିଁ ପଚାରିବାରୁ ସେ ସମୟ ମିଳି ନଥିବାରୁ ଦେଖି ନାହାନ୍ତି ବୋଲି କହିଥିଲେ । ଅନ୍ୟ ପଟେ ଦମନ ଫିଲ୍ମ ବିଷୟରେ ଅଧିକ ପଚାରିବାରୁ ସେ ତାଙ୍କୁ କେବଳ ତାଙ୍କ ଫିଲ୍ମ ବିଷୟରେ ଅଧିକ ପଚାରିବା ପାଇଁ କହିଥିଲେ । କେବଳ ଏତିକି ନୁହେଁ ବାବୁସାନଙ୍କ ନାଁ ଶୁଣି ଅଜବ ରିଆକ୍ସନ ଦେଇଥିଲେ ପ୍ରକୃତି । ସେହିପରି ବାବୁସନଙ୍କ ନାଁ ଶୁଣି କିଏ କିଏ ବୋଲି ବାରମ୍ବାର ପଚାରି ଥିଲେ ।

ଏଥିରୁ ଜଣା ପଡୁଛି ବାବୁସାନଙ୍କ ଉପରେ ଏବେ ବି ନାରାଜ ଅଛନ୍ତି ପ୍ରକୃତି । ଏହା ସହ ତାଙ୍କୁ ସ୍ପାଇନଲେସ କହିବାରୁ ମଧ୍ୟ ପଛାଇ ନଥିଲେ । ଭଲ କରି ଦେଖି ନିଅନ୍ତୁ ଏହି ସାକ୍ଷାତ୍କାର ଭିଡିଓକୁ ଏହି ଭିଡିଓରେ ଯେତେବେଳେ ପ୍ରକୃତିଙ୍କୁ ଦମନ ଫିଲ୍ମ ଦେଖିଛନ୍ତି ନା ନାହିଁ ପଚରା ହେଲା ସେତେବେଳେ ସେ କହିଛନ୍ତି-‘ମୋତେ ସୁଯୋଗ ମିଳିନି ମୁଁ ଦେଖିନି ମୋତେ ସମୟ ହେଇନି ।

ମୁଁ ପ୍ରତୀକ୍ଷା ଫିଲ୍ମ ଦେଖିଛି ସେଇଟା ବହୁତ ଭଲ ଫିଲ୍ମ । ହେଲେ ଆପଣ ଏଠି କଫି ସପ ପ୍ରେମର ଆରମ୍ଭ ଫିଲ୍ମ କଥା ପଚାରିବାକୁ ଆସିଛନ୍ତି । ଦମନ ଫିଲ୍ମ ତ ବଢିଆ କରୁଛନ୍ତି ତାଙ୍କ ଟିମ ଅଛି ଏନେଇ ମୁଁ ସୁବେଛା ଜଣେଇବାର କଣ ଅଛି । ଲୋକ ମାନଙ୍କୁ ଆମ ବିଷୟରେ କିଛି ଜାଣିବା ଦରକାର ନାହିଁ ଲୋକ ମାନେ ବହୁତ ମଜା ନେଇ ସାରିଛନ୍ତି । ମୋତେ ଏବେ ଆଜ୍ଞା କାମ କରିବାକୁ ଦିଅନ୍ତୁ ।

ମୁଁ କାମ କରିବାକୁ ଆସିଛି ଓଡିଶା ମୋତେ ସ୍ପାଇନଲେସ ଲୋକ ମାନଙ୍କ ବିଷୟରେ କିଛି ପଚାରନ୍ତୁ ନାହିଁ’ । ଏଭଳି ଭାବରେ ପ୍ରକୃତି ନିଜର ବୟାନ ଦେଇଛନ୍ତି । ତେବେ ଗତ କିଛି ମାସ ତଳେ ଘଟିଥିବା ଘଟଣାକୁ ନେଇ ଲୋକ ମାନେ ପ୍ରକୃତିଙ୍କର ବହୁତ ମଜାକ ଉଡାଇ ଥିଲେ ବୋଧ ହୁଏ ପ୍ରକୃତି ସେ କଥା ଆଜି ବି ମନେ ରଖିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.