ବିବାହ ପରେ ପ୍ରଥମଥର ପାଇଁ ଵୃଦ୍ଧାଆଶ୍ରମ ଗଲେ olywod star ଅଶ୍ୱିନୀ ଓ ପ୍ରେରଣା -ଦେଖନ୍ତୁ video…

ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅଶ୍ୱିନୀ ଓ ପ୍ରେରଣା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ଏକ ଖୁବ ସୁନ୍ଦର ଯୋଡ଼ି ଅଟନ୍ତି | ତେବେ ଅଶ୍ୱିନୀ ପ୍ରଥମେ ନିଜର କ୍ୟାରିୟର ଆଙ୍କରିଂ ରୁ ହିଁ ଆରମ୍ଭ କରି ଥିଲେ ଅନେକ ଟିଭି ସୋ ରେ ଆଙ୍କରିଂ କରି ମିଠା ମିଠା କଥା କହି ଦର୍ଶକ ମାନଙ୍କର ହୃଦୟ କୁ କିଣି ପାରି ଥିଲେ | ଏହାପରେ ସେ ବିଭିନ୍ନ ଫିଲ୍ମ ରେ କାମ କରିବା ସହିତ ସୁପରହିଟ ଆଲବମ ରେ ମଧ୍ୟ କାମ କରିଛନ୍ତି | ଠିକ ସେହିଭଳି ପ୍ରେରଣା ମଧ୍ୟ କିଛି କମ ନୁହଁନ୍ତି ସେ ମଧ୍ୟ ଆଙ୍କରିଂ ଜରିଆରେ ମିଠା ମିଠା କଥା କହି ଦର୍ଶକ ମାନଙ୍କର ମନକୁ ଛୁଇଁ ପାରି ଥିଲେ |

ତେବେ ପ୍ରଥମେ ପ୍ରଥମେ ଉଭୟ ଙ୍କର ବନ୍ଧୁତା ହୋଇ ଥିଲା କିନ୍ତୁ ପରେ ପରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠି ଥିଲା | ତେବେ ବର୍ତ୍ତମାନ ସମୟରେ ଉଭୟ ଙ୍କର ବିବାହ ହୋଇ ସାରିଛି ଯାହାର ଭିଡ଼ିଓ ଆପଣ ମାନେ ସୋସିଆଲ ମିଡ଼ିଆ ରେ ନିହାତି ଭାବରେ ଦେଖି ଥିବେ | ତେବେ ବିବାହ ପରେ ପରେ ପୁଣି ଏକ ଭିଡ଼ିଓ ଆସି ପହଞ୍ଚିଛି ଯେଉଁଥିରେ ଏକ ବୃଦ୍ଧା ଆଶ୍ରମ ରେ ଅଶ୍ୱିନୀ ଓ ପ୍ରେରଣା ଙ୍କୁ ଦେଖିବା ପାଇଁ ମିଳିଛି | ତେବେ ଭୁବନେଶ୍ୱର ରେ ଥିବା ଏକ ଵୃଦ୍ଧାଶ୍ରମ ରେ ପ୍ରେରଣା ଓ ଅଶ୍ୱିନୀ ଗୁରୁଜନ ଙ୍କ ପାଖରୁ ଆଶୀର୍ବାଦ ନେବା ପାଇଁ ପହଞ୍ଚି ଥିଲେ |

ଏହି ଦୁଇ ସୁନ୍ଦର କପୁଲ ଙ୍କୁ ଵୃଦ୍ଧାଶ୍ରମ ରେ ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ମାନେ ମଧ୍ୟ ବେସ ଖୁସି ଅନୁଭବ କରି ଥିଲେ | ତେବେ ଯେତେ ବେଳେ ସେମାନେ ବଡ଼ ବଡ଼ ଗୁରୁଜନ ଙ୍କ ପାଖରୁ ପ୍ରଣାମ କରି ଆଶୀର୍ବାଦ ନେଉ ଥିଲେ ସେତେ ବେଳେ ବୃଦ୍ଧ ଓ ବୃଦ୍ଧା ମାନେ ତାଙ୍କୁ ଆଶୀର୍ବାଦ ଦେଇ କହି ଥିଲେ କି ସାରା ଜୀବନ ଦୁହେଁ ବହୁତ ଖୁସିରେ ରୁହ ଆଉ ଦୁହେଁ ଉଭଙ୍କର ସାଥ ଦିଅ |

 

ଆଉ ଜୀବନ ର ସବୁ ଦୁଃଖ କଷ୍ଟ, ସୁଖ ମୁହୂର୍ତ୍ତ କୁ ସାମ୍ନା କରିବା ପାଇଁ ମଧ୍ୟ ଦୁହେଁ ଙ୍କୁ ବୁଝାଇ ଥିଲେ | ଏହା ସହିତ ସେମାନଙ୍କ ବୈବାହିକ ଜୀବନ ରେ କିଛି ସମସ୍ୟା ଯେପରି ନ ଆସୁ ତାହାକୁ ନେଇ ମଧ୍ୟ ଆଶୀର୍ବାଦ ଦେଇ ଅଶ୍ୱିନୀ ଓ ପ୍ରେରଣା ଙ୍କୁ କହି ଥିଲେ | ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ସୁନ୍ଦର ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଦର୍ଶକ ଖୁସି ହେବା ସହିତ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି |

Leave A Reply

Your email address will not be published.