ବେଡରୁମ୍‌ରେ ମୁଁ କାହା ସହ ସେକ୍ସ କଲେ ସନ୍ତୁଷ୍ଟ ହେବି ସେଇଟା ମୋର ବ୍ୟକ୍ତିଗତ ପସନ୍ଦ

ସେମାନେ ଜଣେ ଜଣେ ଭିନ୍ନ ମଣିଷ।ସାହିତ୍ୟର ପୃଷ୍ଠାରେ ସଂଗୀତର ସ୍ୱରରେ ଚଳଚ୍ଚିତ୍ରର ଛବିରେ ଆଉ ନୃତ୍ୟର ତାଳେ ତାଳେ ସେମାନଙ୍କର ଅସ୍ଥିତ୍ଵ ସ୍ଵତନ୍ତ୍ର। କିନ୍ତୁ ସମାଜ ସେମାନଙ୍କୁ ଏକ ଭିନ୍ନ ଦୃଷ୍ଟିରେ ଦେଖେ। ଖାଲି ସମାଜ ନୁହେଁ ପରିବାର ମଧ୍ୟ ସେମାନଙ୍କ ପରିଚୟ ଦେବା ପାଇଁ ସଙ୍କୋଚ କରେ। କିନ୍ତୁ ସେମାନେ ହାରି ଯାଆନ୍ତି ନାହିଁ ସତ୍ୟର ସାମ୍ନା କରନ୍ତି। ସମାଜର ଟାହି ଟାପରା ସହି ସେମାନେ ଆଗକୁ ବଢନ୍ତି।

ତେବେ ଆଜି ଆମେ ଆପଣଙ୍କ ସହିତ ଏମିତି ଜଣେ ଟ୍ରାନ୍ସଜେଣ୍ଡର ଙ୍କ ବାବଦରେ ଜଣାଇବୁ ଯିଏକି ଆଜିକାଲି ଯୁଆଡ଼େ ଯିବେ ଚାରିଆଡେ ସେହି ଗୋଟିଏ କଥା ଦେଖିବାକୁ ମିଳୁଛି ଲିଭିଂ ରିଲେସନ କୁ ନେଇକି ସୃଷ୍ଟି ହେଉଥିବା ବିଭିନ୍ନ ପ୍ରକାରର ଅସୁବିଧା କଥା ବିଷୟରେ କହିଛନ୍ତି।ଆଉ କହିଛନ୍ତି କି ଆଜିର ଯୁବପିଢି ମାନଙ୍କୁ ବେଳ ଥାଉ ଥାଉ ସତର୍କ ହୋଇଯିବା ପାଇଁ।


ଆଉ ତାହା ନହେଲେ ବିଭିନ୍ନ ପ୍ରକାରର ଅସୁବିଧା ର ଶିକାର ହେବାକୁ ପଡିବ। ତେବେ ସମାଜ ତାଙ୍କୁ ହିନ ଦୃଷ୍ଟିରେ ଦେଖୁଥିଲା। କିନ୍ତୁ ସମୟ ପରିବର୍ତ୍ତନ ହେଇଛି ଆଉ ଟ୍ରାନ୍ସଜେଣ୍ଡର ମାନେ ମୁଖ୍ୟ ସ୍ରୋତକୁ ଆସୁଛନ୍ତି। ସେମାନେ ନିଜ ନିଜର ଲକ୍ଷ୍ୟ ଧାର୍ଯ୍ୟ କରି ସମୟ ଅନୁସାରେ ଲକ୍ଷ୍ୟ ପୁରଣ କରିବାରେ ସକ୍ଷମ ହେଉଛନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି କି ଲଭ୍ ପାଇଁ ଜେଣ୍ଡର ଚେଞ୍ଜ୍ କରୁଛନ୍ତି।

ହେଲେ ସେ କହିଥିଲେ କି ଜେଣ୍ଡର ଚେଞ୍ଜ୍ କରିବା ଏକ ଛୋଟ ପ୍ରକ୍ରିୟା ନୁହେଁ ଏହା ପାଇଁ ବଡ଼ ବଡ଼ ସାଇକ୍ଆଟ୍ରିକ୍ସ ପାଖକୁ ଯିବାକୁ ପଡ଼ିଥାଏ। ତେଣୁ ସମାଜରେ ଏହି କଥା ଉପରେ ସମସ୍ତେ ଆକ୍ଷେପ କରୁଛନ୍ତି। ଆଉ ସମାଜ କହୁଛି କି ଲଭ୍ ପାଇଁ ଜେଣ୍ଡର ଚେଞ୍ କରିବାରୁ ଝିଅର ସଂଖ୍ୟା କମି ଯାଉଛି।

କିନ୍ନର ଜଣକ କହିଥିଲେ କି ଏହି ସବୁ କାର୍ଯ୍ୟ ଆଗରୁ ହେଇ ଆସୁଛି, ତ ଏବେ ଏହି ସବୁ ହେବା ସାଧାରଣ କଥା। କାରଣ ବର୍ତମାନ ସମୟରେ ପଶୁ ପକ୍ଷୀ ଙ୍କୁ ବି ସେକ୍ସ କରିବା ପାଇଁ ପଛାଉ ନାହାନ୍ତି। ଆଉ ଯେତେବେଳେ ଇଂରେଜ ମାନେ ଆମ ଦେଶରୁ ଗଲାପରେ ତାଙ୍କ ଦେଶରେ ଏସବୁ ପାଇଁ କିଛି ଜଜ୍ କରାଯାଉ ନାହିଁ କିନ୍ତୁ ଆମ ଦେଶରେ ସମସ୍ତେ ସମସ୍ତଙ୍କ ବ୍ୟକ୍ତିଗତ ଜୀବନ ଉପରେ ଖୁବ୍ ଆଲୋଚନା କରୁଛନ୍ତି ବୋଲି କହିଥିଲେ। ତେଣୁ ସମ୍ବିଧାନ ଅନୁସାରେ ସମସ୍ତଙ୍କର ସମାନ ଅଧିକାର ରହିଛି। ସେମାନେ ତାଙ୍କ ଇଛା ରେ ପାର୍ଟନର ପସନ୍ଦ କରି ଚାରିକାନ୍ଥ ଭିତରେ ସିଏ ଯାହାବି କଲା ସେଇଟା ତାର ବ୍ୟକ୍ତିଗତ କଥା। ତେଣୁ କାହାରି ବ୍ୟକ୍ତିଗତ ଜୀବନ ଉପରେ ଆଙ୍ଗୁଳି ଉଠାଇବା ଉଚିତ୍ ନୁହେଁ ବୋଲି କହିଛନ୍ତି।

Leave A Reply

Your email address will not be published.