ମାଳିକା ଦେଲା ବଡ ଭବିଷ୍ୟବାଣୀ ! ମିଳିଲା ଅର୍ଜୁନ ଙ୍କ ଗାଣ୍ଡିବ ଓଡିଶାବାସୀ ସାବଧାନ ରକ୍ତନଦୀ ବହିବ….

କଳିଯୁଗର ରହସ୍ୟ ଆଜି ଯାଏଁ କେହିବି ବୁଝି ପାରୁ ନାହାନ୍ତି। କଳିଯୁଗ ଶେଷ ହେବ ତାହା ସମସ୍ତେ ଜାଣିଛନ୍ତି। ତେବେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କ ଦ୍ବାରା ଲିଖିତ ମାଳିକା ଯାହା ଏହି କଳିଯୁଗ ଭବିଷ୍ୟ ବିଷୟରେ ମାନବ ସମାଜକୁ ଜଣାଇଥାଏ। ତାହାରି ଭିତରେ କଳିଯୁଗର ଶେଷର ଲକ୍ଷଣ କଣ ଦେଖିବାକୁ ମିଳିବ ତାହା ଉଲ୍ଲେଖ ରହିଛି। ତାହାରି ଭିତରେ ଲେଖା ହେଇଛି କଳିଯୁଗ ଅନ୍ତ ସମୟରେ ଦ୍ୱାପର ଯୁଗର ମହାଭାରତ ଆରମ୍ଭ ହେବ ।

ଅର୍ଥାତ୍ ଦ୍ୱାପର ଯୁଗରେ ମହାଭାରତ ଯୁଦ୍ଧର ବାକି ଥିବା ପୁଣି କଳିଯୁଗରେ ହେବ। ସେଥିପାଇଁ ଜନ୍ମ ନେଇ ସାରିଛନ୍ତି ପାଣ୍ଡବ ସେନା। ତେବେ ତାହାରି ମଧ୍ୟରୁ ସେମାନଙ୍କ ଅସ୍ତ୍ରଶସ୍ତ୍ର ଏବେ କେଉଁଠି ରହିଛି ତାହା ବିଷୟରେ ମହାପୁରୁଷ ଲେଖି ଯାଇଛନ୍ତି। ତାହାରି ଭିତରୁ ଶ୍ରେଷ୍ଠ ଧନୁର୍ଦ୍ଧର ମହାଭାରତ ଯୋଦ୍ଧା ଅର୍ଜୁନ। ତାଙ୍କୁ କିଏ ବା ନ ଜାଣିଛି।


ମହାଭାରତ ଯୁଦ୍ଧରେ ମୁଖ୍ୟ ରୋଲରେ ଥିଲେ ଶ୍ରେଷ୍ଠ ଧନୁର୍ଦ୍ଧାରୀ ଅର୍ଜୁନ। ମହାଭାରତର ଯୁଦ୍ଧ ଆରମ୍ଭ ହେଲା। ଆଉ ଯୁଦ୍ଧରେ ପାଣ୍ଡବ ଯୋଦ୍ଧା ମାନେ ବିଜୟୀ ହୋଇଥିଲେ। କିନ୍ତୁ ସେଥିରେ ଜଣେ ଥିଲେ ନାୟକ, ସେ ହେଉଛନ୍ତି ପ୍ରଭୁ ଶ୍ରୀ କୃଷ୍ଣ। ଆଉ ଅର୍ଜୁନ ଙ୍କ ପାଖରେ ଥିବା ଦାଣ୍ଡିବ ଧନୁ। ଦାଣ୍ଡିବ ଧନୁ ଏକ ଦିବ୍ୟ ଧନୁ। ଯାହାଫଳରେ ସେ ଯୁଦ୍ଧରେ ବିଜୟ ହାସଲ କରିଥିଲେ। ସେ ଧନୁ ଏବେ କେଉଁଠି କେହି ଜାଣି ନାହାନ୍ତି।

ତେବେ ଆଜି ଆମେ ଆପଣଙ୍କୁ କହିବୁ ଦାଣ୍ଡିବ ଧନୁ ର ରହସ୍ୟ ବିଷୟରେ। ଯେତେବେଳେ ଅର୍ଜୁନ ଦେହତ୍ୟାଗ କରିଥିଲେ ସେତେବେଳେ ସେ ଧନୁ କୁଆଡ଼େ ଗଲା। ଆଉ ଏବେ କେଉଁଠି ଅଛି ସେ ଦାଣ୍ଡିବ ଧନୁ। ଅର୍ଜୁନଙ୍କ ପାଖକୁ କେମିତି ଆସିଥିଲା ଦାଣ୍ଡିବ ଧନୁ। ତେବେ ପ୍ରଥମେ ବ୍ରହ୍ମାଙ୍କ ପାଖରେ ଥିଲା ଏହି ଧନୁ। ତାପରେ ବ୍ରହ୍ମାଙ୍କ ପୁତ୍ର ପ୍ରଜାପତି ଦକ୍ଷ ତାଙ୍କୁ ବ୍ରହ୍ମା ଦେଇଥିଲେ ଆଉ ତାଙ୍କ ପାଖରେ ରହିଥିଲା ୫୦୩ ବର୍ଷ।


ତାପରେ ଭଗବାନ ଶିବଙ୍କ ପାଖକୁ ଯାଇଥିଲା ସେ ଧନୁ। ଶିବଙ୍କ ପାଖରେ ରହିଥିଲା ୫୦୨ ବର୍ଷ। ଶିବଙ୍କ ପରେ ଇନ୍ଦ୍ରଦେବଙ୍କ ପାଖରେ ୨୦୦ ବର୍ଷ ରହିଥିଲା ଦାଣ୍ଡିବ ଧନୁ। ତାପରେ ବରୁଣଙ୍କ ପାଖରେ ୧୫୦ ବର୍ଷ ରହିଥିଲା। ଆଉ ଶେଷରେ ଅର୍ଜୁନଙ୍କ ପାଖକୁ ଆସିଥିଲା ସେହି ଦାଣ୍ଡିବ ଧନୁ। ଆଉ ସେହି ଧନୁ ଦ୍ୱାରା ମହାଭାରତର ବୀରଯୋଦ୍ଧାକୁ ଜିତିଥିଲେ। ତେବେ କେଉଠି ଅଛି ଏହି ଦାଣ୍ଡିବ ଧନୁ। ତେବେ ଯେତେବେଳେ ପାଣ୍ଡବମାନେ ଦେହତ୍ୟାଗ କରିଥିଲେ ସେତେବେଳେ ସମସ୍ତେ ଅସ୍ତ୍ରଶସ୍ତ୍ର ରଖିଦେଇଥିଲେ। ହେଲେ ଅର୍ଜୁନ ଦାଣ୍ଡିବ ଧନୁ ଧରି ସ୍ଵର୍ଗଦ୍ଵାର କୁ ପ୍ରସ୍ଥାନ କରୁଥିଲେ।

କିନ୍ତୁ ରାସ୍ତାରେ ଅଗ୍ନିଦେବ ପ୍ରକଟ ହୋଇଥିଲେ ଆଉ ଅର୍ଜନକୁ ଦାଣ୍ଡିବ ଧନୁ ମାଗିଥିଲେ। ଶେଷରେ ଅର୍ଜୁନ ଅଗ୍ନିଦେବଙ୍କୁ ଦେଇ କହିଥିଲେ ପୁଣିଥରେ ମହାଭାରତ ହେବ ଆଉ ଏହି ଧନୁ ଚଳେଇବାର ଅର୍ଜନଙ୍କୁ ସୁଯୋଗ ମିଳିବ। ତେବେ ମାଳିକା ଅନୁସାରେ ମହାଭାରତର ଅସ୍ତ୍ରଶସ୍ତ୍ର କଟକର ଚୌଦ୍ଵାରରେ ରହିଛି। ଯାହା କଳିଯୁଗ ଶେଷ ସମୟରେ ବାହାରିବ।ପୁଣିଥରେ ରକ୍ତ ନଦୀ ବହିବ। ତେବେ ଭାରତରେ ବିଭିନ୍ନ ସ୍ଥାନରେ ଯୋଦ୍ଧା ମାନେ ଜନ୍ମ ନେଇ ସାରିଛନ୍ତି। ଖୁବ୍ ଶୀଘ୍ର ସେମାନେ ସେମାନଙ୍କ ଶକ୍ତିକୁ ଫେରି ପାଇବେ।

Leave A Reply

Your email address will not be published.