ଦେଖନ୍ତୁ viral ଭିଡିଓ -ଗୋଟିଏ ମା ର ଛାତିଥରା ଦୁଖଃ ମୋ ଛୁଆ କୁ କେହି କିଣିନିଅ ରେ…..

ଅଭାବ ପାଖରେ ହାର ମାନିଲା ମମତା, 10 ମାସର ଯନ୍ତ୍ରଣା କଅଁଳ ଛୁଆର ନିରୀହ ମୁହଁ ଆଗରେ ସବୁ ଫିକା ପଡ଼ି ଯାଉଥିଲା | ଆଖି ଖୋଲିଲେ ଦେଖା ଯାଉଥିଲା କଅଁଳ ଶିଶୁ ର ଭୋକିଲା ମୁହଁ, ଭୋକିଲା ପେଟ ଯେପରି ତାର ମାତୃତ୍ୱ କୁ ଉପହାସ କରୁଥିଲା ଆଉ ବାଧ୍ୟ ହୋଇ ସେ ନିଷ୍ଠୁର ନିଷ୍ପତି ନେଇ ଥିଲା | ସେ ମାତୃତ୍ୱ ର ମମତା କୁ ଜଳାଞ୍ଜଳି ଦେବା ପାଇଁ ବାଧ୍ୟ ହୋଇ ପଡିଥିଲା ଆଉ 10 ହଜାର ଟଙ୍କା ରେ ତିନି ମାସର ଶିଶୁ କୁ ବିକି ଦେବା ପାଇଁ ବାହାରିଥିଲା ମା |

ଏପରି ହୃଦୟ ଭିଜାଇ ଦେବା ଭଳି ଘଟଣା ଦେଖିବା ପାଇଁ ମିଳିଛି କେନ୍ଦୁଝର ଜିଲ୍ଲା ରେ | ମହିଳା ଜଣଙ୍କ ଘର ଘର ବୁଲି ନିଜର ତିନି ମାସର କଅଁଳ ଝିଅ କୁ ବିକ୍ରି କରିବାକୁ ବାହାରିଛନ୍ତି | ଏ ଦୃଶ୍ୟ ଦେଖିବା ଲୋକ ର ଆଖି ଓଦା ହୋଇ ଯାଉଥିଲା, କେଉଁ ମା ଏମିତି କ୍ଷୀର ଖାଉଥିବା ଛୁଆ କୁ ଦେବା ପାଇଁ ଚାହିଁବ | ସେତିକି କଷ୍ଟ ନହେଲେ କଣ କେଉଁ ମା ମମତା କୁ ବିକ୍ରି କରି ପାରିବ |


ଏହି ଦୃଶ୍ୟ ସରକାରୀ ଯୋଜନା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ଏହି ଦୃଶ୍ୟ ସରକାର ଙ୍କ ବିକାଶ ପ୍ରତି ଏକ ବଡ଼ ପ୍ରଶ୍ନବାଚୀ | ଏହି ଦୃଶ୍ୟ ଆଉ ଏକ ପ୍ରଶ୍ନ ଉଠାଇ କୁଆଡେ ବାଟବଣା ହେଇ ଯାଉଛି ସରକାର ଙ୍କ ବିକାଶ ମୂଳକ ଯୋଜନା | ହାଟଡିହ ବ୍ଲକ ବିଷ୍ଣୁପୁର ଗାଁ ରେ ଆଜି ସକାଳୁ ସକାଳୁ ଦେଖିବା ପାଇଁ ମିଳିଛି ଏକ ଭାବ ବେଗ ହରା ଦୃଶ୍ୟ |

 ମା ଟି ନିଜ ତିନି ମାସ ର ଶିଶୁ କୁ ବିକ୍ରି କରିବା ପାଇଁ ଘର ଘର ବୁଲି ମୂଳଚାନ କରୁଛି ଯେମିତି ଏହା ଶିଶୁ ସନ୍ତାନ ନୁହେଁ ଯାହାକି ଏହା ଏକ ଯେମିତି ସାମଗ୍ରୀ ଅଟେ | ତେବେ ଅଞ୍ଚଳ ବାସୀ ଙ୍କୁ ମଧ୍ୟ ଏହି ଦୃଶ୍ୟ ଟି ଖୁବ ବାଧି ଥିଲା ସେମାନେ ଉକ୍ତ ମହିଳା ଙ୍କୁ ବୁଝାସୁଝା କରି ରଖି ଥିଲେ |

ଏହି ଅଭାବୀ ଅସହାୟ ମହିଳା ଜଣଙ୍କ ହେଉଛନ୍ତି ସାଳନୀୟ ପଞ୍ଚାୟତ ମହାପୁର ଗାଁ ର ମମତା ଦାସ | ସାତ ମାସ ତଳେ ନିଜ ସ୍ୱାମୀ ସନ୍ତୋଷ ଓ ଶାଶୁ ଙ୍କୁ ହରାଇ ଅସହାୟ ହୋଇ ଯାଇଛନ୍ତି ସରକାରୀ ସାହାଯ୍ୟ ରୁ ବଞ୍ଚିତ ହୋଇଛନ୍ତି | ତାଙ୍କ ନିକଟରେ ଆଧାରକାର୍ଡ ନାହିଁ କି ରାସନ କାର୍ଡ ମଧ୍ୟ ନାହିଁ ତାହା ସହିତ ପୁଣି ତିନି ତିନୋଟି ଶିଶୁ ଙ୍କର ଦାୟିତ୍ୱ କେମିତି ସେମାନଙ୍କ ମୁହଁରେ ଦାନା ଦେବେ |

ତେବେ ବାଧ୍ୟ ହୋଇ ମମତା ଦାସ ସାନ ଝିଅ କୁ ବିକ୍ରି କରି ଦେବା ପାଇଁ ବସିଛନ୍ତି | ତେବେ ଏହି ବିଷୟରେ ମା ଙ୍କୁ ବୁଝା ଯାଇଛି କି ଶିଶୁ ର ସୁରକ୍ଷା କେମିତି ରକ୍ଷା କରାଯିବ ସେଥି ପ୍ରତି ଦୃଷ୍ଟି ଦିଆଯିବ କାରଣ ଶିଶୁ ବିକ୍ରି କରିବା ଓ କିଣିବା ଆଇନଗତ ଅପରାଧ ଅଟେ |

Leave A Reply

Your email address will not be published.