breaking news- ରାଜ୍ୟ ସରକାର କଲେ ଏବେ ବଡ ଘୋଷଣା, ଏଣିକି 500 ଟଙ୍କାରେ ମିଳିବ ରନ୍ଧନ ଗ୍ୟାସ ସିଲିଣ୍ଡର, , ଜାଣନ୍ତୁ ପଢନ୍ତୁ ଏବଂ ଅନ୍ୟଙ୍କୁ ସେୟାର କରି ଜଣାନ୍ତୁ…

ତେବେ ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆଜିକାଲି ର ଟେକନୋଲୋଜି କେତେ ଆଗକୁ ଗଲାଣି | କାରଣ ଆଗ କାଳରେ କେତେ ଯେ ପରିଶ୍ରମ କରିବା ପାଇଁ ପଡୁଥିଲା କିନ୍ତୁ ଏବେ ବସି ବସି ଅନେକ କାମ ହୋଇ ଯାଉଛି | ସେହିଭଳି ଭାବରେ ଆଗ କାଳରେ ପ୍ରାୟତଃ ଲୋକ ମାନେ ଚୁଲି ଜାଳି ରୋଷେଇ କାର୍ଯ୍ୟ କରୁ ଥିଲେ | କିନ୍ତୁ ଏବେ ଘରେ ଘରେ ସମସ୍ତ ଙ୍କର ଗ୍ୟାସ ସିଲିଣ୍ଡର ରହିଛି ଆଉ ଗ୍ୟାସ ସିଲିଣ୍ଡର ର ଦର ମଧ୍ୟ କେତେ ବେଳେ ବଢ଼ି ଥାଏ ତ ପୁଣି କେତେ ବେଳେ କମି ଥାଏ | ବେଳେ ବେଳେ ରନ୍ଧନ ଗ୍ୟାସ ର ଦର ବଢ଼ିବା ଯୋଗୁଁ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରି ଥାଆନ୍ତି |

କିନ୍ତୁ ଏବେ ଏକ ଖୁସି ର ଖବର ଆସି ପହଞ୍ଚିଛି ରନ୍ଧନ ଗ୍ୟାସ ପାଇଁ ଏବେ ଆଉ ଅଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବ ନାହିଁ ଯାହାକି ମାତ୍ର 500 ଟଙ୍କା ରେ ଏବେ ଗ୍ୟାସ ସିଲିଣ୍ଡର ଉପଲବ୍ଧ ହେବ | 2023 ମସିହା ଏପ୍ରିଲ ମାସ ଠାରୁ ଏଭଳି ସୁବିଧା ମିଳିବ ବୋଲି ରାଜ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ତେବେ ଏ ସୁବିଧା ରାଜସ୍ଥାନ ବାସୀଙ୍କୁ ଉପଲବ୍ଧ ହେବ ବୋଲି ଘୋଷଣା କରାଯାଇଛି | ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଶ୍ରୀ ଅଶୋକ ଗେହଲୋଟ ଘୋଷଣା କରି କହିଛନ୍ତି ଯେ, ଏଥର ଉଜ୍ଵଳା ଯୋଜନା ଅନ୍ତର୍ଭୁକ୍ତ ଗରିବୀ ସୀମାରେଖା ତଳେ ଥିବା ଲୋକମାନଙ୍କୁ 500 ଟଙ୍କାରେ ରନ୍ଧନ ଗ୍ଯାସ ଯୋଗାଇ ଦିଆଯିବ | ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ଏଭଳି ଏକ ଲୋଭନୀୟ ନିଷ୍ପତ୍ତି ନେଇଥିବା ବର୍ତ୍ତମାନ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି |


ତେବେ ମୁଖ୍ୟମନ୍ତ୍ରୀ ଗେହଲୋଟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଗେହଲୋଟ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଵଳା ଯୋଜନା ଅଧୀନରେ ଏଲପିଜି ଗ୍ଯାସ କନେକ୍ସନ ଏବଂ ଗ୍ଯାସ ଚୁଲା ପ୍ରଦାନ କରୁଛନ୍ତି | କିନ୍ତୁ ସିଲିଣ୍ଡର ଖାଲି ରହୁଛି ଯାହାକି ଏହା ଲୋକଙ୍କୁ ନିଜେ କିଣିବାକୁ ପଡୁଛି | ପୂର୍ବରୁ ରନ୍ଧନ ଗ୍ୟାସ 400 ଟଙ୍କା ରହିଥିଲା କିନ୍ତୁ ଏହା କ୍ରମଶଃ ବୃଦ୍ଧି ପାଇ 1400 ଟଙ୍କାରେ ପହଞ୍ଚିଲାଣି ଯାହା ଦ୍ୱାରା ଅନେକ ଲୋକ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ଅସମର୍ଥ ହୋଇ ପଡ଼ୁଛନ୍ତି |

ତେଣୁ ଏହି ଗରିବ ଲୋକ ଙ୍କର ଅସୁବିଧା ଦୂର କରିବା ପାଇଁ ଏଥର ଭର୍ତ୍ତି ଗ୍ୟାସ ସିଲିଣ୍ଡର ମାତ୍ର 500 ଟଙ୍କା ରେ ଯୋଗାଇ ଦିଆଯିବ ଯାହାକି ଏଭଳି କିଛି ପ୍ରତିଶୃତି ଶ୍ରୀ ଅଶୋକ ଗେହଲୋଟ ଦେଇଛନ୍ତି | ତେବେ ଏହି ଖବର କୁ ନେଇ ଅନେକ ଲୋକ ସନ୍ତୋଷ ପ୍ରକାଶ କରିଛନ୍ତି | ଆଉ କେହି କେହି ମତ ଦେଇଛନ୍ତି କି ନିର୍ବାଚନ ପାଖେଇ ଆସିଲେ ସମସ୍ତ ଦଳ ଏଭଳି କିଛି ଆଖି ଦେଖିଆ କାମ କରି ଆକର୍ଷଣ କରି ଥାଆନ୍ତି |

Leave A Reply

Your email address will not be published.