ଦେଖନ୍ତୁ ollywood ଭିଡିଓ !ପୁଅ ଗ୍ବାନ୍ ସହ ବାବୁସାନ୍ ଙ୍କ ଜବରଦସ୍ତ ମସ୍ତି… ମାତ୍ର 4 ଘଣ୍ଟାରେ ୮୯ Million ରୁ ଅଧିକ ଲୋକ ଦେଖି ସାରିଲେଣି.

ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ଏବଂ ଓଡ଼ିଆ ସିରିଏଲ ଜଗତ ରେ ଅନେକ ସେଲିବ୍ରେଟି ରହିଛନ୍ତି ଯେଉଁ ମାନେ ତାଙ୍କ ଅଭିନୟ ର ଯାଦୁ ରେ ଆମ ମନ କୁ କିଣି ନେଇ ଥାଆନ୍ତି | ତେବେ ସମସ୍ତ ଙ୍କର ପ୍ରାୟ ନିଜର ପ୍ରିୟ କଳାକାର ରହି ଥାଆନ୍ତି ଆଉ ତାଙ୍କର ଫିଲ୍ମ କୁ ନେଇ ଆମେ ଚାତକ ଭଳି ଚାହିଁ ରହି ଥାଉ ଏବଂ ତାଙ୍କର କିଛି ଭିଡ଼ିଓ ହେଉ ଅବା ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ମନରେ ଏକ ଆଗ୍ରହ ପ୍ରକାଶ ହୋଇ ଥାଏ | ତେବେ ଏହି ସେଲିବ୍ରେଟି ଙ୍କର ଜୀବନ ଶୈଳୀ ଟିକେ ଅଲଗା ଧରଣ ର ହୋଇ ଥାଏ ଅର୍ଥାତ ଷ୍ଟାଇଲିସ ହୋଇ ଥାଏ |

ତେବେ ଓଲିଓଡ଼ ଇଣ୍ଡଷ୍ଟ୍ରି ର ନମ୍ବର ୱାନ ନାୟକ ଭାବେ ପରିଚିତ ବାବୁସାନ ମହାନ୍ତି ଙ୍କୁ କିଏ ବା ନ ଜାଣେ ଯିଏ କି ଏକ କଳା ପରିବାର ରୁ ହିଁ ଅଟନ୍ତି | ସେ ତାଙ୍କ ଅଭିନୟ, ଡ୍ୟାନ୍ସ ଓ ଲୁକ୍ସ ମାଧ୍ୟମ ରେ ସମସ୍ତ ଦର୍ଶକ ଙ୍କ ହୃଦୟ ରେ ରାଜ କରି ଥାଆନ୍ତି | ଆଉ ଏବେ ଦମନ ଫିଲ୍ମ କୁ ନେଇ ସେ ଖୁବ ଚର୍ଚ୍ଚା ରେ ରହିଛନ୍ତି, ତେବେ ଏହି ସମୟ ରେ ତାଙ୍କ କୁନି ପୁଅ ଗୁଆନ ଙ୍କୁ ନେଇ ସେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଯାହାକୁ ଦେଖିଲେ ଆପଣ ମଧ୍ୟ ବେସ ଖୁସି ଅନୁଭବ କରିବେ |

ତେବେ ଏହି ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଅପରାଜିତା ମହାନ୍ତି ତାଙ୍କ ନାତି କୁ ବସି ଖେଳାଉଛନ୍ତି ଆଉ ଏହାକୁ ଦେଖି ବାବୁସାନ ମହାନ୍ତି ମଧ୍ୟ ମା ଆଉ ପୁଅ ଙ୍କ ପାଖକୁ ଆସୁଛନ୍ତି | ଏହାପରେ ବାବୁସାନ ମହାନ୍ତି କାନ୍ଦିବାର ନାଟକ କରୁଛନ୍ତି ଯାହା ଦ୍ୱାରା ତାଙ୍କ କୁନି ପୁଅ ଗୁଆନ ଆସି ତାଙ୍କୁ ଗେଲ କରି ଦେବ |

ଏହା ପରେ ଯେତେ ବେଳେ ଗୁଆନ ଦେଖୁଛନ୍ତି କି ତାଙ୍କ ବାବା କାନ୍ଦୁଛନ୍ତି ତେବେ ସେ ପାଖକୁ ଆସି ନିଜ ବାବା କୁ କହୁଛନ୍ତି କି କାନ୍ଦ ନାହିଁ ଏହା କହି ଖୁବ ଜୋର ରେ ହସି ଦେଉଛନ୍ତି | ପୁଣି ବୁଲି ଆସି ପୁଣି ବାବା ଙ୍କୁ ନ କାନ୍ଦିବା ପାଇଁ ବୁଝାଉଛନ୍ତି ଆଉ ପାଖରେ ବସି ବାବୁସାନ ଙ୍କୁ ଗେଲ କରି ଦେଇ ତାଙ୍କ ମୁହଁ କୁ ଚାହିଁ ଖିଲିଖିଲି ହୋଇ ହସି ପକାଉଛନ୍ତି |

ଆଉ ଏହାପରେ ବାବୁସାନ ମଧ୍ୟ ଖୁସି ରେ ନିଜ କୁନି ପୁଅ ଗୁଆନ କୁ କୁଣ୍ଢାଇ ପକାଉଛନ୍ତି ଆଉ କହୁଛନ୍ତି ଆଜି ଗୋଟେ ତମ ସହିତ ଫଟୋ ନେବା, ତେବେ ଏହି ସବୁକୁ ଦେଖି ପାଖରେ ବସି ମା ଅପରାଜିତା ମଧ୍ୟ ଖୁବ ଖୁସି ଅନୁଭବ କରୁଛନ୍ତି ଏବଂ ଏହାର ମଜା ନେଉଛନ୍ତି | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଯାହାକୁ ବାବୁସାନ ମହାନ୍ତି ନିଜେ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି | ତେବେ ଏହାକୁ ଦେଖି ଦର୍ଶକ ମଧ୍ୟ ଭିଡ଼ିଓ ଟିକୁ ଖୁବ ପସନ୍ଦ କରିଛନ୍ତି ଏବଂ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |

Leave A Reply

Your email address will not be published.