ପ୍ରତିଦିନ ସୋସିଆଲ ମିଡ଼ିଆ ରେ ଆମେ ଅନେକ ଭିନ୍ନ ଭିନ୍ନ ଘଟଣା ସମ୍ପର୍କ ରେ ଅବଗତ ହୋଇ ଥାଉ କିନ୍ତୁ ବେଳେ ବେଳେ କିଛି ଏମିତି ଘଟଣା ଆସି ପହଞ୍ଚି ଥାଏ ଯାହା ଖୁବ ଆଚମ୍ବିତ କରି ଦେଇଥାଏ ଆଉ ସହଜ ଆମେ ତାହାକୁ ବିଶ୍ୱାସ ମଧ୍ୟ କରି ପାରୁ ନାହିଁ | ଆଜିକାଲି ଯୁଗ ମତେ ଏଭଳି ହୋଇ ଗଲାଣି ଯେ ଖରାପ ଖବର ପ୍ରାୟ ସମୟ ଦେଖିବା ପାଇଁ ମିଳୁଛି ଯାହାକୁ ନିଜ ରୁମ ଟାଙ୍କୁରୀ ଉଠି ଥାଏ |
ଆଜିକାଲି ସମାଜ ମଧ୍ୟ ଏତେ କଳୁଷିତ ହୋଇ ଗଲାଣି ଯେ କେତେ ବେଳେ ଚୋରି ଡକାୟତ ଦେଖିବା ପାଇଁ ମିଳୁଛି ତ ପୁଣି ଆଉ କେତେ ବେଳେ କିଏ ନିଜ ସ୍ୱାର୍ଥ ପାଇଁ କାହାକୁ ହତ୍ୟା କରି ଦେଉଛି | ତେବେ ଦୁର୍ଘଟଣା ରେ ମଧ୍ୟ ଅନେକ ଙ୍କର ଜୀବନ ଚାଲି ଯାଇଥାଏ ଯାହାକି ସେଭଳି ଏକ ଘଟଣା ଆଖି ସାମ୍ନା କୁ ଆସିଛି, ଯେଉଁଠି କି ଏକ ନଦୀ ରେ ଯୁବକ ଙ୍କର ମୃତ ଦେହ ଉଦ୍ଧାର ହୋଇଛି |
ତେବେ ସୂଚନା ଅନୁଯାଇ ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜରିଆ ପାହାଡ଼ ସ୍ଥିତ ବାସବି ନିକଟରେ ଦେଖିବା ପାଇଁ ମିଳିଛି | ଏକ ହିରୋ ହୁଣ୍ଡା ସହିତ ସେହି ନଦୀ ରେ ଏକ ଯୁବକ ଙ୍କର ମୃତ ଦେହ ମଧ୍ୟ ଉଦ୍ଧାର ହୋଇଛି | ପ୍ରଥମେ ବାଇକ ଭାସୁ ଥିବାର ସେଠାର ସ୍ଥାନୀୟ ଅଞ୍ଚଳ ର ଲୋକ ମାନେ ଦେଖି ଥିଲେ |
ଯାହା ପରେ ପରେ ଏହି ଲୋକ ମାନେ ବାମେବାରୀ ଥାନା ପୋଲିସ କୁ ଏହି ଘଟଣା ସମ୍ପର୍କ ରେ ଜଣାଇ ଥିଲେ | ଆଉ ପୋଲିସ ଖବର ପାଇ ତୁରନ୍ତ ଦମକଳ ବାହିନୀ ଧରି ସେହି ଘଟଣା ସ୍ଥଳକୁ ଆସି ଥିଲେ | ବାଇକ ସହିତ ପାଣିରେ ବୁଡ଼ି ରହି ଥିବା ଏକ ଯୁବକ ଙ୍କର ମୃତ ଦେହ ମଧ୍ୟ ପାଇ ଥିଲେ, ଆଉ ପରେ ପରେ ତଦନ୍ତ କାରିବାରୁ ଯୁବକ ଜଣଙ୍କ ଗୁଆଲି ପଞ୍ଚାୟତ ର ବଣୁଆ ଗ୍ରାମର ଯୁବକ ବୋଲି |
ଅନ୍ୟ ପକ୍ଷରେ ସ୍ଥାନୀୟ ଅଞ୍ଚଳର ଲୋକ ମାନେ କହିଛନ୍ତି କି ଡ୍ରେନ ଟି ଖୋଳିବା ପରେ ତାହା ପାଖରେ କୌଣସି ବି ବାଡ଼ ନାହିଁ | ଆଉ ବାଇକ ରେ ଟିକିଏ ଅନ୍ୟ ମନସ୍କ ହେଲେ ସିଧା ଯାଇ ପାଣି ରେ ପଶିଯିବାର ମଧ୍ୟ ସମ୍ଭାବନା ରହିଛି | ଆଉ ଯେଉଁଥିପାଇଁ ଯୁବକ ଜଣକର ଏଭଳି କିଛି ଅବସ୍ଥା ହୋଇଛି ବୋଲି ମଧ୍ୟ କୁହାଯାଉଛି | ତେବେ ଏପର୍ଯ୍ୟନ୍ତ ସଠିକ ଭାବରେ କୌଣସି ସୂଚନା ମିଳି ପାରି ନାହିଁ କି ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ଯାହାକୁ ନେଇ ପୋଲିସ ଏବେ ପର୍ଯ୍ୟନ୍ତ ମଧ୍ୟ ତଦନ୍ତ ଜାରି ରଖିଛି | ତେବେ ଏଭଳି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |