ଢାଉଁ ଢାଉଁ ଢାଉଁ ବାଜୁଛି ବାଜା ” ଗୀତରେ ଦିଦି ଙ୍କ ଠୁମକା ଡ୍ୟାନ୍ସ ଭାଇରାଲ…

ସୋସିଆଲ ମିଡିଆରେ ସବୁବେଳେ କିଛି ନୂଆ ନୂଆ ଭିଡିଓ ଆସିଥାଏ, ଆଉ ଯାହା ମାଧ୍ୟମରେ ଲୋକ ଅନେକ କଥା ଜାଣି ପାରିଥାନ୍ତି । ତେବେ ଆଜି କାଲି ସୋସିଆଲ ମିଡିଆର ଯୁଗ ଯୋଗୁ ଲୋକ ମାନଙ୍କର ପ୍ରତିଭା କୁ ପ୍ରକାଶ କରିବା ବା ନିଜ ପାଖରେ ଥିବା କଳା କୁ ଦେଖାଇବା ପାଇଁ କାହାର ସାହାଯ୍ୟ ଆଉ ନେବାକୁ ପଡ଼ୁନି । ତେବେ ନିଜ ପାଖରେ ଥିବା କଳା କୁ ସୋସିଆଲ ମିଡିଆରେ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରୁଛନ୍ତି । ଆଉ ଯାହା ଫଳରେ ବହୁତ ପ୍ରସଂଶା ର ଅଧିକାରୀ ହେଇ ପାରୁଛନ୍ତି । ତେବେ ଏଠାରେ ଯେଉଁ ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ସ୍କୁଲ୍ ଦିଦିଙ୍କ ଡ୍ୟାନ୍ସ ର ଭିଡିଓ । ତାହେଲେ ସେହି ଡ୍ୟାନ୍ସ ଭିଡିଓ ଉପରେ ଟିକିଏ ନଜର ପକାଇବା ।


ତେବେ ଆମେ ଜାଣିଛୁ ସମସ୍ତଙ୍କ ପାଖରେ କିଛି ନାଁ କିଛି କଳା ରହିଛି କିନ୍ତୁ ତାହା ସମସ୍ତଙ୍କ ସାମ୍ନାରେ ପ୍ରକାଶ କରି ପାରନ୍ତି ନାହିଁ ସମସ୍ତେ । ଆଉ ଯେଉଁଥିପାଇଁ ସେମାନଙ୍କ ପାଖରେ ଥିବା ପ୍ରତିଭା ଗୁଡିକ ସେହି ନିଜ ଭିତରେ ହିଁ ରହି ଯାଏ । ତେବେ ଆଜି କାଲି ଯୁଗ ର ବିକାଶ ଘଟିଛି । ସୋସିଆଲ ମିଡ଼ିଆର ଯୁଗରେ ସେ ନାଚ ଠାରୁ ଆରମ୍ଭ କରିକି ସବୁ କିଛି ଭାଇରାଲ କରାଯାଉଛି ସୋସିଆଲ ମିଡିଆରେ । ଆଉ ଯାହା ଯୋଗୁ ଲୋକ ମାନେ ପ୍ରସଂସାର ପାତ୍ର ହେବା ସହିତ, ବିଭିନ୍ନ ଜାଗାରେ ସୁଯୋଗ ମଧ୍ୟ ପାଉଛନ୍ତି ଯାହା ଫଳରେ ସେମାନଙ୍କର ଭବିଷ୍ୟତ ବିକାଶ ରେ ମଧ୍ୟ ତାହା ସାହାଯ୍ୟ କରୁଛି ବୋଲି କୁହାଯାଇଛି ।

ତେବେ ସେହି ଭଳି ଯେଉଁ ଭିଡ଼ିଓଟି ଭାଇରାଲ ହେଉଛି ତାହା ଜଣେ ଗୁରୁମା ଅର୍ଥାତ ସ୍କୁଲ ର ଦିଦି ଙ୍କ ର । ଆଉ ଯେଉଁଠି ଦେଖାଯାଉଛି କି ଦିଦି ଜଣକ ନାଲି ଆଉ ଧଳା ରଙ୍ଗର ଶାଢ଼ୀ ଟେ ପିନ୍ଧିଛନ୍ତି । ତାହା ସହିତ ସୁନ୍ଦର ଭାବରେ ଅଭିନୟ କରୁଛନ୍ତି କୃଷ୍ଣ ଆଉ ତାର ମାମୁଁ କଂଶ ଙ୍କର ଧନୁଯାତ୍ରା ବିଷୟରେ । ଏହା ସହିତ ସେହି ଦିଦି ଜଣକ ଅଭିନୟ କରିବା ସହିତ ଡ୍ୟାନ୍ସ ମଧ୍ୟ କରୁଥିବାର ଜଣା ପଡୁଛି । ଆଉ ଯାହା କୁ ସେ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି ।

ତେବେ ଦିଦି ଜଣଙ୍କ ପୌରାଣିକ କଥା ଆଉ ଘଟଣା ବଳିକୁ ବେଶ ସୁନ୍ଦର ଭାବରେ ଧୁମ ଧୁମ ବାଜୁଛି ବାଜା ଗୀତରେ ନାଚ କରିଛନ୍ତି ତାହା ସହିତ ଅଭିନୟ କରିକି ଦେଖାଉଛନ୍ତି । କୃଷ୍ଣ ଙ୍କର ବିଭିନ୍ନ ପ୍ରକାରର ନୀଳା କାନ୍ତି କୁ ମଧ୍ୟ ପ୍ରକାଶ କରିଛନ୍ତି ଦିଦି ଜଣଙ୍କ ସେ ଧନୁଯାତ୍ରା ରେ କଂଶ ମାମୁଁ ଙ୍କୁ ପରାସ୍ତ କରିବା କଥା ହେଉ କି କୃଷ୍ଣ ଗଜ କୁ ଯୁଦ୍ଧ ରେ ହରାଇବା କଥା ହେଉ ସବୁ କୁ ସୁନ୍ଦର ଭାବରେ ଅଭିନୟ ଛଳରେ ଦେଖାଇଛନ୍ତି ଦିଦି ଜଣଙ୍କ । ଆଉ ଯାହା ଜଣା ପଡୁଛି ପିଲା ମାନେ ଏହିଭଳି ଅଭିନୟ ମାଧ୍ୟମରେ ପାଠ ପଢାକୁ ଅଧିକ ପସନ୍ଦ କରିବେ । ଆଉ ଯାହା ଏବେ ଦିଦି ଙ୍କର ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି, ଆଉ ଲୋକ ମାନେ ମଧ୍ୟ ଭିନ୍ନ ଭିନ୍ନ ମତ ମଧ୍ୟ ଦେଉଛନ୍ତି ।

Leave A Reply

Your email address will not be published.