ଯୁବାବସ୍ଥାରେ ମୁଖ ବ୍ରଣ ଏକ ସାଧାରଣ ସମସ୍ୟା। ଏହା ମୁଖ୍ୟତଃ ଯୌବନର ଆରମ୍ଭରେ ଉଭୟ ପୁରୁଷ ଏବଂ ମହିଳାଙ୍କଠାରେ ଦେଖାଯାଏ। ପାଖାପାଖି ୨୫ବର୍ଷ ପର୍ଯ୍ୟନ୍ତ ମୁହଁରେ ବ୍ରଣ ବାହାରିଥାଏ। ଅନେକ ଲୋକଙ୍କର ୨୫ବର୍ଷ ପରେ ମଧ୍ୟ ବ୍ରଣ ହେବାର ଦେଖାଯାଇଛି।ମୁହଁରେ ବିଭିନ୍ନ ପ୍ରକାର ବ୍ରଣ ଦେଖାଯାଏ। ହ୍ଵାଇଟ ହେଡ, ଵ୍ଲାକ ହେଡ ଭଳି ବ୍ରଣ ମୁହଁରେ ବାହାରିଥାଏ। ଅନେକ ସମୟରେ ବ୍ରଣ ଲାଲି ଦାନା ଭଳି ମଧ୍ୟ ସଦୃଶମାନ ହୋଇଥାଏ।ଆଉ ପରେ ତାହା କଳା ଦାଗରେ ପରିଣତ ହୋଇଥାଏ। ଯେଉଁ ଦାଗକୁ ଲିଭାଇବା ପାଇଁ ବିଭିନ୍ନ ପ୍ରକାରର ମେଡିସିନ ର ବ୍ୟବହାର କରିଥାନ୍ତି, କିନ୍ତୁ ତାହା କୌଣସି କାମ କରି ନଥାଏ।
ତେବେ ସେହିସବୁ ସମସ୍ୟା କୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ସୁନ୍ଦର ଘରୋଇ ଉପଚାର। ଯାହାଦ୍ୱାରା ଆପଣଙ୍କ ସ୍କିନ୍ ଗ୍ଲୋ କରିବ। ତେବେ ସମସ୍ତଙ୍କ ଘରେ ନଡ଼ିଆ ତେଲ ନିଶ୍ଚିତ ଭାବରେ ରହିଥିବ। ଆଉ ନଡ଼ିଆ ତେଲ ବହୁତ ଉପକାରୀ ମଧ୍ୟ ଜାଣିଥିବେ। ଆପଣଙ୍କ ମୁହଁରେ ଯାହାବି ଦାଗ ଥିବ ନଡ଼ିଆ ତେଲ ଲଗାଇଲେ ସବୁ ଦାଗ ଦୂର ହୋଇଯିବ। ଏବେ ଜାଣିବା ସେହି ନଡ଼ିଆ ତେଲରେ କଣ କଣ ଆଉ ସବୁ ସାମଗ୍ରୀ ଗୁଡ଼ିକ ମିଶାଇ ତେଲ ପ୍ରସ୍ତୁତ ହେବ ଜାଣିବା।
ପ୍ରସ୍ତୁତି –
ଆପଣ ଗୋଟିଏ ଛୋଟ ଡବାରେ ପ୍ରଥମେ ଦୁଇ ଚାମଚ ର ନଡ଼ିଆ ତେଲ ନେବେ।ତାପରେ ଅଧା ଚାମଚ ଓଲିଭ୍ ଅଏଲ୍ ନେବେ ଏବଂ ଅଧା ଚାମଚ ଗ୍ଲିସେରିନ୍ ନେବେ। ତାହା ସହିତ ସେଥିରେ ଆପଣ ଅଧା ଚାମଚରୁ କମ ଲେମ୍ବୁ ରସ ନେଇ ତାକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ତାପରେ ସେହି ଡବାକୁ ଆପଣ ବାହାରେ ରଖି ପାରିବେ କିମ୍ବା ଫ୍ରିଜ୍ ରେ ମଧ୍ୟ ରଖି ପାରିବେ। ଆପଣଙ୍କ ଯେଉଁ ଜାଗାରେ କୌଣସି ବି ଦାଗ ଯଦି ଥିବ ତାହେଲେ ସେଠାରେ ଆପଣ ଏହାକୁ ଲଗେଇ ପାରିବେ।
ପ୍ରୟୋଗ –
ଯଦି ଆପଣ ଏହାକୁ ପ୍ରତିଦିନ ରାତିରେ ବ୍ୟବହାର କରିବେ ତାହେଲେ ବହୁତ ଭଲ ରେଜଲ୍ଟ ମିଳିବ। ଆପଣ ଶୋଇବା ପୂର୍ବରୁ ମୁହଁ କୁ ଭଲ ଭାବରେ ଧୋଇ କିଛି ତେଲ ହାତରେ ନେଇ ଘଷି ଗରମ କରି ମୁହଁ ରେ ଲଗାଇବେ। ତାକୁ ଭଲ ଭାବରେ ମୁହଁ ରେ ବା ଆଉ କୌଣସି ଜାଗାରେ ଆପଣ ଏହାକୁ ଲଗେଇ ପାରିବେ। ତେଲ ଲଗାଇ ସାରି ଭଲ ଭାବରେ ତାକୁ ମସାଜ୍ କରିବେ ଏବଂ ସକାଳୁ ଉଠି ଏହାକୁ ପାଣିରେ ଧୋଇ ଦେବେ, ଦେଖିବେ ଆପଣଙ୍କ ଦାଗ ଦୂର ହୋଇଯିବ।