ହେ ଭଗବାନ ମୁଁ କି ଭୁଲ କରିଛି, ମତେ କାହିଁକି ଏମିତି କଷ୍ଟ ଦେଉଛ, ଆଉ କଷ୍ଟ ଦିଅନି ସୁକାନ୍ତ ଭାଇ ପରିବାରକୁ…

ଏମିତି ହଠାତ ସବୁ କିଛି ବଦଳି ଯିବ କେବେ ଭାବି ନଥିଲେ। କାର ଦୁର୍ଘଟଣାରେ ଏମିତି ସୁକାନ୍ତଙ୍କ ଜୀବନ ଚାଲିଯିବ ଆଉ ରାନୀ ପଣ୍ଡାଙ୍କ ଆଗରେ ଏମିତି ଛାତି ଫଟାଇ ସ୍ତ୍ରୀ କାନ୍ଦିବ ଏହା ଭାବି ନଥିଲେ ରାନୀ ପଣ୍ଡା।ତଥାପି ରାନୀ ପଣ୍ଡା ବିଧବା ସ୍ତ୍ରୀର ଲୁହ ପୋଛି ବୁଝାଇ ଥିଲେ।ମୁଁ ରାତି ଦିନ ପରିଶ୍ରମ କରି ଷ୍ଟେଜ ପ୍ରୋଗ୍ରାମ କରି ରାତି ଦିନ ନାଚିବି।ଯାହାବି ଟଙ୍କା ରୋଜଗାର କରିବି ସେଥିରେ ତୁମ ପିଲାଙ୍କ ଭବିଷ୍ୟତ ଗଢି ଦେବି। ତୁମ ପରିବାର କଥା ବୁଝିବି।ସବୁ ବୁଝାଇ କହିଥିଲେ।ହେଲେ ଏହା ଭିତରେ ପେଜ ପଡ଼ି ପୁଅର ଜୀବନ ଚାଲି ଗଲା।ଏବେ ରାନୀ ପଣ୍ଡା କାନ୍ଦୁଛନ୍ତି।ଆଉ କହୁଛନ୍ତି ଭଗବାନ ଏତେ କଷ୍ଟ କାହିଁକି ଦେଉଛନ୍ତି।


ରାନୀ ପଣ୍ଡା କୁଆଡେ ଚାହୁଁଥିଲେ ପୁଅ ଝିଅ ଙ୍କ ଭବିଷ୍ୟତ ଗଢିବେ।ଆଉ ପୁଅଙ୍କୁ ଗୋଟିଏ ଡାକ୍ତର ଭାବେ ଦେଖିବାକୁ ଚାହୁଁଥିଲେ ରାନୀ ପଣ୍ଡା।ହେଲେ ସବୁ କିଛି ଯେମିତି ପାଣିରେ ମିଶିଗଲା।ପେଜ ପଡ଼ି ପୁଅର ଜୀବନ ଚାଲିଗଲା।ରାନୀଙ୍କ କାରରେ ସୁକାନ୍ତଙ୍କ ଦୁର୍ଘଟଣା ହୋଇ ଜୀବନ ଚାଲି ଯାଇଥିଲା।ଏବେ ତାଙ୍କ ପୁଅର ମଧ୍ୟ ଜୀବନ ଚାଲିଗଲା।ଆଉ ଏହି କଥାକୁ ସହି ପାରି ନାହାଁନ୍ତି ତାଙ୍କ ମା।ବାପା ଯିବାର ପ୍ରାୟ ୨୫ ଦିନ ପରେ ଆଖି ବୁଜିଲା ସୁକାନ୍ତଙ୍କ ପୁଅ।କିଛି ଦିନ ତଳେ କାର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସୁକାନ୍ତ ବେହେରାଙ୍କ ୩ ବର୍ଷ ପୁଅ ଉପରେ ଗରମ ପେଜ ପଡ଼ି ଯାଇଥିଲା।


ଯାହା ପରେ ସେ ପୋଡ଼ି ହୋଇ ଯାଇଥିଲେ।କଟକ ବଡ଼ ଡ଼ାକ୍ତରଖାନାରେ ସେ ଚିକିତ୍ସିତ ହେଉଥିଲେ।ମୃତ୍ୟୁ ସହ ସଂଗ୍ରାମ କରୁଥିଲେ।ଏହି ଭଳି ମୃତ୍ୟୁ ସହ ସଂଗ୍ରାମ କରି କରି ଜୀବନ ଯୁଦ୍ଧରେ ହାରି ଗଲା ପିଲାଟି।ଆଉ ଯାହା ଉପରେ ବିଶ୍ୱାସ ରଖିଥିଲେ ରାନୀ ପଣ୍ଡା। ଦିନେ ବଡ଼ ହେଲେ ଡାକ୍ତର ହେବ।ରାନୀ ପଣ୍ଡା ନାଚ ଗୀତ ମାଧ୍ୟମରେ ଯାହା ରୋଜଗାର କରିଥାନ୍ତେ ସେ ପିଲାଟିକୁ ଡାକ୍ତର ହେବାରେ ସାହାଯ୍ୟ କରିଥାନ୍ତେ।

ସୁକାନ୍ତ ଚାଲିଯିବା ପରେ ରାନୀ ପଣ୍ଡା ଭାବିଥିଲେ ଯେ ଏହି ପୁଅଟିକୁ ଡାକ୍ତର କରିବେ।ହେଲେ ଏବେ ଏହି ପୁଅଟିଏ ଜୀବନ ମଧ୍ୟ ଚାଲି ଯାଇଛି। ଆଉ ରହିଯାଇଛନ୍ତି ଏବେ ମାଆ ଆଉ ଗୋଟିଏ ଝିଅ ।ଏହି ଦୁଇ ଜଣକ ଯତ୍ନ ନେବେ ରାନୀ ପଣ୍ଡା ଯାହାକି ରାନୀ ପଣ୍ଡା ଆଗରୁ କଥା ହୋଇ ଯାଇଥିଲେ। ହେଲେ ଯେଉଁ ପୁଅର ବଡ଼ ଭବିଷ୍ୟତ ଗଢ଼ିବା ପାଇଁ ଇଛା ରଖିଥିଲେ ରାନୀ ପଣ୍ଡା ସେହି ପୁଅ ଚାଲି ଯାଇଛି।

Leave A Reply

Your email address will not be published.