ଆଖି ତଳେ କଳା ଦାଗ ( Prevent Dark Circles under Eyes ) କେମିତି କରିବେ ଦୂର ଜାଣନ୍ତୁ ? Dr. puja

ଆପଣ ତ ଜାଣନ୍ତି ଆଜିକାଲି ଯୁଗରେ ସମସ୍ତେ ପ୍ରାୟ ନିଜ ଶରୀର କୁ ସୁସ୍ଥ ଓ ସୁନ୍ଦର ରଖିବାକୁ ଚାହିଁ ଥାଆନ୍ତି | ସମସ୍ତେ ନିଜ ମୁହଁରେ ଗ୍ଲୋ ଆଣିବା ପାଇଁ ଭିନ୍ନ ଭିନ୍ନ ପ୍ରକାର ର କ୍ରିମ ଓ ସାବୁନ ଫେସୱାସ ଆଦି ଲଗାଇ ଥାଆନ୍ତି କିନ୍ତୁ ଏହା ଦ୍ୱାରା ପରବର୍ତ୍ତୀ ସମୟରେ ଫେସ ଆହୁରି ଖରାପ ହୋଇ ଯାଇ ଥାଏ | କିନ୍ତୁ ଏହାଛଡ଼ା ନିଜ ଦୈନନ୍ଦିନ ରେ ଜୀବନ ର ଚାଲି ଚଳଣି ବା ଜୀବନ ଶୈଳୀ ମଧ୍ୟ ନିଜ ଶରୀର ଉପରେ ଖୁବ ପ୍ରଭାବ ପକାଇ ଥାଏ | ପ୍ରାୟତଃ ଆଜିକାଲି ର ଯୁବ ପିଢ଼ି ଙ୍କ ମଧ୍ୟରେ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇଥାଏ ଯାହା ଦ୍ୱାରା ଚେହେରା ରେ ମଧ୍ୟ ଗ୍ଲୋ କମିଯାଏ | ଯଦି ଆମ ଆଖି ତଳ କଳା ପଡ଼ି ଯିବ ତେବେ ମୁହଁର ସୁନ୍ଦରତା ନଷ୍ଟ ହୋଇଯିବ ଯାହାକି ଆଜିକାଲି ପ୍ରାୟ ଯୁବପିଢ଼ି ଙ୍କର ସମସ୍ୟା ରହୁଛି | ତେବେ ଆଜି ଆମେ ଜାଣିବା ଆଖି ର କଳା ଦାଗ କୁ କିପରି ଦୂର କରିବା |

ଆଖି ତଳ କଳା ପଡିଯିବାର କାରଣ :-

 


ଆଖି କଳା ପଡ଼ି ଯିବାର ସବୁଠୁ ବଡ଼ କାରଣ ହେଉଛି ଲାପଟପ ସାମ୍ନାରେ ଅଧିକ ସମୟ ବସିବା ଏବଂ ମୋବାଇଲ କୁ ଅଧିକ ବ୍ୟବହାର କରିବା | ଏହାକୁ ଅଧିକ ବ୍ୟବହାର କଲେ ଏହାର ରେଡ଼ିଏସନ ଆମ ଆଖି ଉପରେ ପଡିଥାଏ ଯାହା ଦ୍ୱାରା ଆମ ଆଖି ଚାରି ପଟେ କଳା ପଡ଼ି ଯାଇଥାଏ | ଏହା ଛଡ଼ା ଯଦି ଆପଣଙ୍କ ଶରୀର ରେ ହିମୋଗ୍ଲୋବିନ ର ପରିମାଣ କାମ ଥାଏ ତାହେଲେ ମଧ୍ୟ ଆପଣ ଙ୍କର ଆଖି କଳା ପଡ଼ିଯିବ | ଏହା ସହିତ ଅନେକ ସମୟରେ ଆଜ୍ମା ଭଳି ସମସ୍ୟା ଦେଖା ଯାଉ ଥିଲେ ଆଖି କଳା ପଡ଼ିଯିବ ଏବଂ ଶରୀର ରେ ଭିଟାମିନ ବି କମ୍ପ୍ଲେସ ଅଭାବ ଥିଲେ ଆଖି ସାଧାରଣ ଭାବରେ କଳା ପଡ଼ିଯାଏ |

ଆଖି କଳା ପଡ଼ି ଯାଉଥିଲେ ତାହାର ଚିକିତ୍ସା କଣ ରହିଛି :-

 

 


ସବୁଠୁ ବଡ଼ କଥା ହେଉଛି କି ଲାପଟପ ଓ ମୋବାଇଲ ବ୍ୟବହାର ଠାରୁ ଯେତେ ପାରୁଛନ୍ତି କମ କରନ୍ତୁ ଏବଂ ରାତିରେ ଠିକ ଭାବରେ ଶୁଅନ୍ତୁ, ଠିକ ଭାବରେ ନ ଶୋଇଲେ ମଧ୍ୟ ଆଖି ତଳ କଳା ପଡ଼ିଯିବ | ଏହା ସହିତ ଅଧିକ ପରିମାଣ ରେ ପାଣି ପିଅନ୍ତୁ ଏବଂ ଫଳ ଓ ପନିପରିବା ଆଦି ସେବନ କରନ୍ତୁ ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ଡକ୍ଟର ଙ୍କର ପରାମର୍ଶ ନିଅନ୍ତୁ |

ଚିକିତ୍ସା ର ଉପାୟ କେମିତି ଅବଲମ୍ବନ କରିବା ଉଚିତ :-
ଆଖି ତଳ କଳା ପଡିବାରୁ ମୁକ୍ତି ପାଇବା ପାଇଁ ଆମେ ଆଖିରେ ଆଳୁରସ ଲଗାଇବା ଵା କାକୁଡି ଚାହିଁଲେ ଲଗାଇବା ପାରିବ ଵା କ୍ଷୀର ର ସର କୁ ମଧ୍ୟ ଆପଣ ମାନେ ଲଗାଇ ପାରିବେ ବୋଲି କୁହାଯାଉଛି | ଏହା ଛଡା ଆପଣ ମାନେ ପାଣି ସୋଫିସିଏଣ୍ଟ ପିଇବା ଆବଶ୍ୟକ ଓ ତାହା ସହିତ କଦଳୀ ଓ ଆମଲା ର ଖାଇବା ମଧ୍ୟ ଆବଶ୍ୟକ ହୋଇଥାଏ ବୋଲି କୁହାଯାଇଛି | ଏଭଳି ଭାବରେ ଆପଣ କଳା ଦାଗ ର ସମସ୍ୟା କୁ ଦୂର କରି ପାରିବେ |

Leave A Reply

Your email address will not be published.