ଦେଖନ୍ତୁ ଭିଡ଼ିଓ – ସାମାନ୍ୟ କଥାକୁ ନେଇ ନିଜ ବୁଢୀ ମା’କୁ ଶକ୍ତ ଚାପୁଡ଼ା ମାରିଲା ପୁଅ, ଘଟଣାସ୍ଥଳରେ ବୃଦ୍ଧାଙ୍କର ହେଲା ମୃତ୍ୟୁ, ଆଉ ତା’ ପରେ….

ତେବେ ଏ ସଂସାର ର ସବୁଠୁ ବଡ଼ ଓ ସବୁଠୁ ସ୍ନେହ ମମତା ର ସମ୍ପର୍କ ହେଉଛି ମା, ସମସ୍ତେ ସମ୍ପର୍କ କୁ ନେଇ ଧୋକା ଦେଇ ପାରନ୍ତି କିନ୍ତୁ ମା ହେଉଛି ଜଣେ ଯିଏ ଛୁଆ ର ଖୁସି ପାଇଁ ନିଜ ଖୁସି କୁ ଜଳାଞ୍ଜଳି ଦେଇ ଥାଏ | ଭଗବାନ ଯେଉଁ ମା କୁ ସୃଷ୍ଟି କରିଛନ୍ତି ତାହାର ସ୍ଥାନ ଆଉ କେହି ହେଲେ ମଧ୍ୟ ନେଇ ପାରିବେ ନାହିଁ | ଯେତେ ବେଳେ ପିଲା ଟିକୁ କଷ୍ଟ ହୋଇ ଥାଏ ଆଗେ ତାହାର ଅନୁଭବ ଏକ ମା ହିଁ କରିଥାଏ | ଛୁଆ ଟି ନ ଖାଇ ଥିଲେ ମା ପେଟକୁ ମଧ୍ୟ ଦାନା ଯାଏନା, ପିଲା ଟିକୁ ଭଲ ମଣିଷ କରିବା ପାଇଁ ମା କେତେ ଯେ କଣ କଷ୍ଟ ସହି ତାର ଲାଳନ ପାଳନ କରିଥାଏ |

 

ତେବେ ପିଲା ଟିଏ ଯେତେ ଯାହା କରୁ କିନ୍ତୁ ମା ର ଋଣ କୁ କେହି ହେଲେ ସୁଜି ପାରିବେ ନାହିଁ | କିନ୍ତୁ ଆଜିକାଲି ର କିଛି ଯୁବ ପିଢ଼ି ଅଛନ୍ତି ଯେଉଁ ମାନେ ବଡ଼ ହୋଇ ଚାକିରୀ କଲା ପରେ ଆଉ ବାହା ହୋଇ ସାରିବା ପରେ ମା ବାପା ଙ୍କର ମୂଲ୍ୟ ବୁଝି ପାରୁ ନାହାଁନ୍ତି | ତେବେ ବୃଦ୍ଧ ମା ବାପା ଙ୍କୁ ନିର୍ଯାତନା ଦେଉ ଥିବାର ଭିଡ଼ିଓ ଅନେକ ସମୟରେ ସାମ୍ନା କୁ ଆସିଥାଏ ଯାହାକୁ ଦେଖି ଲଜ୍ୟା ଅନୁଭବ କରିବା ଛଡ଼ା ଆଉ କିଛି ନଥାଏ | ସେଭଳି ଏକ ଘଟଣା ପୁଣି ଆସି ପହଞ୍ଚିଛି ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି |


ଦିଲ୍ଲୀର ଦ୍ୱାରକା ଜିଲ୍ଲା ରୁ ଏମିତି ଆସିଛି ହୃଦୟ ବିଦାରକ ଘଟଣା,ସୂଚନା ଅନୁସାରେ ଗତ ମାର୍ଚ୍ଚ ମାସ ୧୫ ତାରିଖ ରେ ଅପରାହ୍ନ ପ୍ରାୟ ୧୨ ଟା ବେଳେ ଘଟିଛି ଏହି ଅଭାବନୀୟ ଘଟଣା | ଏଠାରେ ଜଣେ ଯୁବକ ନିଜ ମା କୁ ଚାପୁଡ଼ା ମାରି ଜୀବନ ରୁ ମାରି ଦେଇଛନ୍ତି ଯାହାର ସମ୍ପୂର୍ଣ ଭିଡିଓ ସିସିଟିଭି ରେ ରେକର୍ଡ ହୋଇଛି | ଘଟଣା ଅନୁଯାଇ ପୁଅ ଓ ଅନ୍ୟ ମହିଳା ଭିତରେ ଝଗଡ଼ା ଚାଲି ଥିଲା ଆଉ ମା ଆସିବାରୁ ପୁଅ ଜଣଙ୍କ ମା କୁ ଏକ ଶକ୍ତ ଚାପୁଡ଼ା ମାରି ଥିଲେ |


ଯାହାକି ମା ସେଠାରେ ତଳେ ପଡ଼ି ଯାଇ ଥିଲେ, ତେବେ ପରେ ପରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥିଲେ | ତେବେ ଏହି ଘଟଣା ର ଅଭିଯୋଗ ବିନ୍ଦୁପୁର ପୋଲିସ ଷ୍ଟେସନ ରେ ହୋଇ ଥିଲା ଯାହାକି ପୋଲିସ ସଂଗେ ସଂଗେ ଘଟଣା ସ୍ଥଳରେ ପହଞ୍ଚି ଥିଲା | ଆଇପିସିର ଧାରା ୩୦୪ ଅନୁସାରେ ଅଭିଯୁକ୍ତ ପୁଅ କୁ ଗିରଫ କରିବା ସହିତ ଘଟଣା ର ତଦନ୍ତ ଆରମ୍ଭ କରିଛି |

Leave A Reply

Your email address will not be published.