ନୂଆବର୍ଷ ୨୦୨୩ | ଘରକୁ ଆଣନ୍ତୁ ଏହି ୧ଟି ଜିନିଷ | ଧନର ବର୍ଷା ହେବ | Newyear 2023

୨୦୨୩ ନବବର୍ଷରେ ଘରକୁ କିଣି ଆଣନ୍ତୁ ଏହି ଗୁପ୍ତ ଜିନିଷ। ବର୍ଷ ସାରା ଧନ, ମାନ ସମ୍ମାନ ରେ କେବେବି କମ୍ ହେବ ନାହିଁ। ଧନର ଭଣ୍ଡାର ଆପଣଙ୍କ ଘରେ ପରିପୂର୍ଣ୍ଣ ହୋଇ ରହିବ। ଆମ ହିନ୍ଦୁ ଧର୍ମ ଅନୁସାରେ ନୂଆବର୍ଷ ତ ହୋଇ ସାରିଛି। ହେଲେ ଆମେ ଇଂରାଜୀ ଦୁନିଆରେ ଚାଲୁଅଛେ। ସେଥିପାଇଁ ନୂଆବର୍ଷ ବନେଇବା ବି ଜରୁରୀ ଅଟେ। ତେବେ ନୂଆବର୍ଷ ୧ ତାରିଖ ଦିନ ଘରକୁ ଆପଣଙ୍କୁ କଣ କିଣି ଆଣିବାର ଅଛି ଯାହା ପୁରାବର୍ଷ ଧନର ଦେବୀ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ପୁରା ଘର ପରିବାରକୁ ଧନ ଦୈଲତ

ରେ ପରିପୂର୍ଣ୍ଣ ହୋଇଯିବ ଏବଂ ପରିବାରର ସମସ୍ତଙ୍କୁ ନିରୋଗ ରଖିବ। ତେବେ ୨୦୨୩ ନବବର୍ଷ ଜାନୁଆରୀ ୧ ରବିବାର ଦିନ ପଡ଼ୁଅଛି। ପୌଷ ମାସ ଶୁକ୍ଳପକ୍ଷ ରେ ପଡ଼ୁଅଛି। ଦଶମୀ ତିଥିରେ ପଡ଼ୁଅଛି। ତେବେ ଜାନୁଆରୀ ୧ ତାରିଖ ଦିନ ଆପଣଙ୍କ ସାମର୍ଥ୍ୟ ଅନୁସାରେ କଣ କିଣି ଆଣିବାର ଅଛି ଜାଣିବା।

 

୧- ପ୍ରଥମ ଜିନିଷଟି ହେଉଛି ତମ୍ବା। ତମ୍ବାକୁ ସୂର୍ଯ୍ୟ ସମ୍ବନ୍ଧିତ କୁହାଯାଏ। ଯଦି ଜାନୁଆରୀ ୧ ତାରିଖ ଦିନ ତମ୍ବା ପାତ୍ରରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିଥାନ୍ତି ତାହେଲେ ଆପଣଙ୍କୁ ଆରୋଗ୍ୟ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ।

୨- ଦ୍ୱିତୀୟ ଜିନିଷଟି ହେଉଛି ଗୁଡ଼। ଗୁଡ଼ କୁ ଧର୍ମର ପ୍ରତୀକ ମାନାଯାଏ। ଗୁଡ଼ ଦ୍ୱାରା ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ। ତେବେ ୧ ତାରିଖ ଦିନ ଗୁଡ଼ ଆଣି ପିମ୍ପୁଡ଼ି ଏବଂ ଜନ୍ଦା ମାନଙ୍କୁ ଖାଇବାକୁ ଦିଅନ୍ତୁ, ସେହିଠାରୁ ଆପଣଙ୍କ ଆଧ୍ୟାତ୍ମିକ ଉନ୍ନତି ହେବା ଆରମ୍ଭ ହୋଇଯିବ।

୩- ତୃତୀୟରେ ହେଉଛି ଗହମ। ଗହମ ଦ୍ୱାରା ସୁଖ ପ୍ରାପ୍ତ ହୋଇଥାଏ। ଏହାଦ୍ୱାରା ଭୌତିକ ପ୍ରକାର ସୁଖ ପ୍ରାପ୍ତ ହୋଇଥାଏ। ଯଦି ନୂଆବର୍ଷ ଦିନ ଗହମ କିଣି ଆଣନ୍ତି ସେହି ଗହମକୁ ପେଷି ଅଟାରେ ରୁଟି କରି ପ୍ରଥମେ ଗାଈ ବଳଦ ଙ୍କୁ ଖାଇବାକୁ ଦିଅନ୍ତୁ। ସୂର୍ଯ୍ୟ ନାରାୟଣ ପ୍ରସନ୍ନ ହେବେ। ସମସ୍ତ ଦେବୀ ଦେବତା ପ୍ରସନ୍ନ ହେବେ।

 

୪- ଚତୁର୍ଥ ରେ ହେଉଛି ମସୁର ଡାଲି। ମସୁର ଡାଲିକୁ ବି ଦାନ କରି ପାରିବେ ସଫଳତା ହାସଲ ପାଇଁ। ଏହି ନୂଆବର୍ଷ ଦିନ ମସୁର ଡାଲିକୁ ଦାନ କରନ୍ତୁ ଏବଂ ଆପଣ ଖାଆନ୍ତୁ। ନିଶ୍ଚିତ ରୂପେ ଆପଣଙ୍କୁ ସଫଳତା ମିଳିବ।

୫- ପଞ୍ଚମରେ ହେଉଛି ଘିଅ। ଯଦି ନୂଆବର୍ଷ ଦିନ ଘିଅ କିଣି ଆଣିବେ ତାହେଲେ ସବୁ ପ୍ରକାର ଭୌତିକ ସୁଖ ସୁବିଧା ମିଳିବ। ଏହି ଘିଅକୁ ଗୋବରରେ ତିଆରି ହୋଇଥିବା ଘଷି ଉପରେ ଢାଳି ଜଳାନ୍ତୁ। ଯେଉଁ ଦେବାଦେବୀ ଆପଣଙ୍କ ପ୍ରିୟ ଅଟନ୍ତି ସେହି ଭଗବାନଙ୍କ ଉପରେ କିଛି ଦିଅନ୍ତୁ। ବହୁତ ଭଲ ଫଳ ମିଳିବ।

୬- ନୂଆବର୍ଷ ଦିନ ଆପଣ ଆପଣଙ୍କ ଘରକୁ ମୟୂର ପଙ୍ଖ କିଣି ଆଣନ୍ତୁ ଏବଂ ମୟୂର ପଙ୍ଖ ଉପର ଭାଗକୁ ଯାହାକୁ ଚନ୍ଦ୍ରିକା କୁହାଯାଏ ସେହି ଭାଗକୁ କାଟି ଆପଣଙ୍କ ପୋର୍ସ ରେ ରଖନ୍ତୁ। ଯେତେ ପର୍ଯ୍ୟନ୍ତ ମୟୂର ପଙ୍ଖ କୁ ଆପଣଙ୍କ ପାଖରେ ରଖିବେ ଆପଣଙ୍କ ଶରୀରରେ ଆକର୍ଷଣ ଶକ୍ତି ବଢ଼ିବ। କାର୍ଯ୍ୟ ରେ ସଫଳତା ପ୍ରାପ୍ତ ହେବ। ବିଦ୍ୟା ବଢ଼ିବ।

Leave A Reply

Your email address will not be published.