ଆଜି ନିଜ ସ୍ତ୍ରୀ କୁ ମାଡ଼ ଆଉ ନିଜ ସାଙ୍ଗ କୁ ବି ମାଡ଼ ତୁ କେମିତି କା ସାଙ୍ଗ ତୁ ମୋ ସ୍ତ୍ରୀ କୁ ନେଇ କେମିତି ଫେରାର ହେଲୁ ମୋ ବିଶ୍ୱାସ ରେ ତୁ କେମିତି ବିଷ ଦେଲୁ | 2 ମାସ ହେଲାଣି ମୁଁ ମୋ ସ୍ତ୍ରୀ କୁ ଖୋଜୁଛି ଆଉ ତୁ ତାକୁ ନେଇ ରାତି ରଙ୍ଗୀନ କରୁଛୁ ତୁ ମୋର କେମିତିକା ସାଙ୍ଗ | ହଁ ଆଜ୍ଞା ଆଜି ସ୍ୱାମୀ ଆଉ ନିଜକୁ ଅଟକାଇ ପାରିନି ମୁହଁ, ନାକ ପାଟି ଯେଉଁଠି ପାଇଲା ମୁଥ ଆଉ ଗୋଇଠା ମାରିଲା | କେମିତି ବା ଗୋଟେ ମଣିଷ ଏଭଳି ଘଟଣା କୁ ସହି ପାରିବ, ନିଜ ସାଙ୍ଗ ଯିଏ କି ସାଙ୍ଗ ସହିତ ବସୁ ଥିଲା ଉଠୁ ଥିଲା ଖାଉ ଥିଲା ଆଜି ସେହି ସାଙ୍ଗ ସାଙ୍ଗର ସ୍ତ୍ରୀ କୁ ନେଇ ଫେରାର ହୋଇ ଗଲା |
ଏବେ ଦୁଇ ମାସ ପରେ ଦୁଇ ଜଣ ଧରା ପଡିଛନ୍ତି ଆଉ ତାପରେ ନିର୍ଧୁମ ମାଡ଼ | ଆଉ ଏହି ଭିଡ଼ିଓ କୁ ଦେଖିଲେ ହିଁ ଆପଣ ଜାଣି ପାରିବେ କି ସାଙ୍ଗ ସହିତ ଫେରାର ହୋଇ ଥିବା ସ୍ତ୍ରୀ କିପରି ଗୋଡ଼ ଧରି କ୍ଷମା ମାଗୁଛି କିନ୍ତୁ କେହି ବି କ୍ଷମା କରିବାକୁ ରାଜି ନାହାଁନ୍ତି | ସାଙ୍ଗ ଆଜି ବିଶ୍ୱାସଘାତକତା କରିଛି ଆଉ ତା ସହିତ ସାରା ଜୀବନ ପାଇଁ ହାତ ଧରି ଥିବା ସ୍ତ୍ରୀ ମଧ୍ୟ ବିଶ୍ୱାସ ଘାତକତା କରିଛି |
ଆଉ ଯାହାକୁ ପରିବାର ରେ କେହି ବି ଗ୍ରହଣ କରି ପାରୁ ନାହାଁନ୍ତି, ଦୁଇ ଜଣଙ୍କୁ ଘୋଷାଡ଼ି ନେଉଛନ୍ତି ପୋଲିସ ଷ୍ଟେସନ | ବନ୍ଧୁତ୍ୱ ରେ ଏବେ କଳଙ୍କ ଲାଗିଛି ଯାହାକି ବନ୍ଧୁ ଙ୍କ ସ୍ତ୍ରୀ କୁ ଧରି ଫେରାର ହୋଇ ଥିବା ବନ୍ଧୁଙ୍କୁ ଏବେ ହାତ ଗୋଡ଼ ବାନ୍ଧି ଅନ୍ୟ ଜଣେ ବନ୍ଧୁ ନିର୍ଧୁମ ଛେଚୁଛନ୍ତି |
ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳ ରେ, ଖଣ୍ଟାପଡା ଥାନା ବଡ଼ ଗାଁ ଅଞ୍ଚଳର ସୁଧାକର ମଳିକ ସେହି ଅଞ୍ଚଳ ର ନିଜ ବନ୍ଧୁ ସୋମ୍ୟରଞ୍ଜନ ମଳିକ ଙ୍କ ସ୍ତ୍ରୀ କୁ ନେଇ ଦୁଇ ମାସ ତଳେ ନେଇ ସୋର ର ଏକ ଅଞ୍ଚଳ ରେ ଘରଭଡ଼ା ନେଇ ରହୁ ଥିଲେ |
ହେଲେ ଆଜି ସୁଧାକର ନେଇ ଆସିଥିବା ସେହି ସାଙ୍ଗର ସ୍ତ୍ରୀ କୁ ସାଙ୍ଗରେ ଧରି ବାଙ୍ଗାଲୋର ଯିବା ପାଇଁ ବାହାରି ଥିଲା | ଆଉ ସେତିକି ବେଳେ କୌଣସି ସୂତ୍ର ରୁ ବନ୍ଧୁ ସୋମ୍ୟରଞ୍ଜନ ଖବର ପାଇ ଯାଇଥିଲା ଆଉ ସିଧା ସେହି ଭଡ଼ା ଘରେ ପହଞ୍ଚି ଥିଲା ଆଉ ତାପରେ ନିର୍ଧୁମ ମାଡ଼ | ତେବେ ଏଭଳି ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |