ସୋସିଆଲ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ଯାହା ସାଧାରଣ ଲୋକ ଙ୍କୁ ମଧ୍ୟ ସେଲିବ୍ରେଟି ବନେଇ ଦେଇ ଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |
ତେବେ ଏହି ସବୁ ମଧ୍ୟରୁ ଛୋଟ ଛୋଟ ଛୋଟ ପିଲା ମାନଙ୍କର ଭିଡ଼ିଓ ନିଆଁରା ଲାଗି ଥାଏ କାରଣ ତାଙ୍କ କୁନି କୁନି ଓଠ ରେ ସେମାନେ ଯାହା ବି ଚୁଲବୁଲି କଥା କହି ଦେଇ ଥାଆନ୍ତି ତାହା ମନକୁ ଖୁବ ଖୁସି ଦେଇ ଥାଏ | ତେବେ ଆଜିକାଲି ଯୁଗରେ କିଛି ଏମିତି ପିଲା ଅଛନ୍ତି ଯେଉଁ ମାନଙ୍କର ଜ୍ଞାନ ବହୁତ ପ୍ରଖର ଓ ବୁଦ୍ଧିମାନ ଅର୍ଥାତ ସେମାନଙ୍କ ଆଗରେ କୌଣସି ବଡ଼ ପିଲା ମଧ୍ୟ ଫେଲ ହୋଇ ଯିବ | ତେବେ ବର୍ତ୍ତମାନ ସମୟରେ ଏକ କୁନି ଝିଅର ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କି ଦେଖିବା ପାଇଁ ମିଳିଛି କି କୁନି ଝିଅ ଟି ଗୁରୁମା ଙ୍କର ସବୁ ପ୍ରଶ୍ନ ଉତ୍ତର ଖୁବ ଜଲଦି ଓ ସଠିକ ଭାବରେ ଦେଇ ଦେଉଛି |
ତେବେ ଏକ ସ୍କୁଲ ରେ ଅନେକ ଛୋଟ ଛୋଟ ପିଲା ବସି ପାଠ ପଢୁ ଥିଲେ ଆଉ ତାଙ୍କ ମଧ୍ୟରୁ ଏକ କୁନି ଝିଅ ଟି ମଧ୍ୟ ବସି ପାଠ ପଢୁ ଥିଲା ଯାହାର ବୟସ ହେଉଛି ମାତ୍ର 3 ବର୍ଷ | ପିଲା ମାନେ ପାଠ ପଢୁ ଥିବା ସମୟରେ ସେହି ସ୍କୁଲ ର ଜଣେ ଶିକ୍ଷୟତ୍ରୀ ପିଲା ମାନଙ୍କୁ ଓଡ଼ିଶା କୁ ନେଇ କିଛି ପ୍ରଶ୍ନ ପଚାରି ଥିଲେ ଆଉ ସେହି କୁନି ଝିଅ ଟି ମଧ୍ୟ ସବୁ ପ୍ରଶ୍ନ ର ଉତ୍ତର ଖୁବ ଶୀଘ୍ର ଦେଇ ଦେଉ ଥିଲା ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ |
ଏତେ କମ ବୟସ ରେ ପିଲା ଟି ଯେଭଳି ନିଜର ବୁଦ୍ଧି ବଳରେ ଉତ୍ତର ଦେଉଛି ତାହା ଖୁବ ଆଶ୍ଚର୍ଯ୍ୟ ଜନକ ଆଉ ତାର ଉତ୍ତର ଶୁଣି କ୍ଲାସ ରେ ବସିଥିବା ଅନ୍ୟ ପିଲା ମାନେ ମଧ୍ୟ ତା ପ୍ରତି ଆକୃଷ୍ଟ ହେବାକୁ ଲାଗୁଛନ୍ତି | ତେବେ ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଆଉ ଏହାକୁ ଦେଖି ଅନେକ ଲୋକ ପ୍ରଂଶସା ମଧ୍ୟ କରିଛନ୍ତି ଯାହାକି ଏହା ତାଙ୍କ ବାପା ମା ଙ୍କ ପାଇଁ ଖୁବ ଗର୍ବ ଓ ଗୌରବ ର କଥା ଅଟେ |